ଜାତୀୟ ପର୍ଯ୍ୟଟନ ଦିବସ: ପର୍ଯ୍ୟଟନ ଦ୍ରୁତଗତିରେ ବିକଶିତ ହେଉଥିବା ବ୍ୟବସାୟିକ କ୍ଷେତ୍ର

ଜାତୀୟ ପର୍ଯ୍ୟଟନ ଦିବସ: ପର୍ଯ୍ୟଟନ ଦ୍ରୁତଗତିରେ ବିକଶିତ ହେଉଥିବା ବ୍ୟବସାୟିକ କ୍ଷେତ୍ର

Date:

ଇନସାଇଟ ବ୍ୟୁରୋ:  ଆଜି ହେଉଛି ଜାତୀୟ ପର୍ଯ୍ୟଟନ ଦିବସ । ପ୍ରକୃତି ନିଜ କୋଳରେ ସଜାଇ ରଖିଥିବା ଦର୍ଶନୀୟ, ଆକର୍ଷଣୀୟ ମନଲୋଭା ସ୍ଥାନକୁ ଦେଖି ଆନନ୍ଦ ଉଠାଇବା ସକାଶେ ଭ୍ରମଣ କରିବା ପ୍ରୋତ୍ସାହନ ଦେବା ପାଇଁ ପାଳିତ ହୁଏ ଏହି ଦିବସ । ଏବେ ସାରା  ବିଶ୍ୱରେ ପର୍ଯ୍ୟଟନ ହେଉଛି ଏକ ଦ୍ରୁତଗତିରେ ବିକଶିତ ହେଉଥିବା ବ୍ୟବସାୟିକ କ୍ଷେତ୍ର। ଅନୁଭବରୁ ସନ୍ତୁଷ୍ଟି ମିଳେ ଏବଂ ପର୍ଯ୍ୟଟନରୁ ଅନୁଭବ। ପୁଣି ଯେତେବେଳେ ପର୍ଯ୍ୟଟନରେ ଆଧୁନିକତା ମିଶିଯାଏ, ସେତେବେଳେ କିଭଳି ପରିବର୍ତ୍ତନ ଆସେ ତାହା ପର୍ଯ୍ୟଟନ ଶିଳ୍ପରୁ ହିଁ ଅନୁମାନ । ପର୍ଯ୍ୟଟନଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ଆସିଛି । ଏହାର ଫଳ ସ୍ୱରୂପ, ଆଧୁନିକ ଭିତ୍ତିଭୂମି ଏବଂ ସମାବେଶୀ ଚିନ୍ତାଧାରା ପର୍ଯ୍ୟଟନକୁ ବୃଦ୍ଧି କରୁଛି।

- Advertisement -

ଉନ୍ନତ ଭିତ୍ତିଭୂମି ଏବଂ ଯୋଗାଯୋଗ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ସର୍ବାଧିକ ଲାଭ ଅର୍ଜନ କରିଥାଏ। ଏହା ହେଉଛି ଏକ କ୍ଷେତ୍ର ଯେଉଁଥିରେ  ସମସ୍ତଙ୍କ ପାଇଁ ରୋଜଗାରର ମାଧ୍ୟମ ରହିଛି। ସର୍ବନିମ୍ନ  ବିନିଯୋଗ ସହିତ ପର୍ଯ୍ୟଟନ ମାଧ୍ୟମରେ ସର୍ବାଧିକ ଆୟ ସମ୍ଭବ। ଏହି ଚିନ୍ତାଧାରା ସହିତ ଦେଶ କିମ୍ବା ରାଜ୍ୟ ସ୍ଥାନୀୟ ପର୍ଯ୍ୟଟନ ପାଇଁ ସ୍ୱର ଉତ୍ତୋଳନ କରିବାକୁ ଅନେକ ଯୋଜନା ହାତକୁ ନେଇଛି।

ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଟିଡ଼ିସି ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ  ସୁଦୃଢ  କରିବା ପାଇଁ ଅଣ୍ଟା ଭିଡ଼ିଛି । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛି । ଓଡ଼ିଶା ପର୍ଯ୍ୟଟନ ବିକାଶରେ ନୂଆ ସମ୍ଭାବନା ଆଣିବା ସହିତ ଅନେକ କାର୍ଯ୍ୟକ୍ରମ  ହାତକୁ ନେଉଛି ଓଟିଡ଼ିସି । ଓଡ଼ିଶା ପର୍ଯ୍ୟଟନର ବିକାଶ ହେବା ସହିତ  ପର୍ଯ୍ୟଟନ ସ୍ଥଳୀକୁ ଦେଶ ବିଦେଶରୁ ସୁଅ ଛୁଟିବ । ରାଜ୍ୟର ପାରମ୍ପରିକ ଖାଦ୍ୟର ପ୍ରସାର ନିମନ୍ତେ “ଆମ ଘର, ଆମ ହାଣ୍ଡିଶାଳ” ଭଳି ପ୍ରତିଯୋଗିତା ପ୍ରତିବର୍ଷ ଆୟୋଜନ କରୁଥିବା ବେଳେ ନିଜର ରେଷ୍ଟୁରାଣ୍ଟ ବ୍ରାଣ୍ଡ ନିମନ୍ତ୍ରଣ ମାଧ୍ୟମରେ ରୁଚିପୂର୍ଣ୍ଣ ଓଡିଆ ଖାଇବା ଲୋକମାନଙ୍କୁ ସୁଲଭ ଦରରେ ପରଷା ଯାଉଛି ।

ରାଜ୍ୟ ର ଅନ୍ୟାନ୍ୟ ସହରରେ ମଧ୍ୟ ନିମନ୍ତ୍ରଣ  ରେଷ୍ଟୁରାଣ୍ଟ  ଖୋଲିବା ପାଇଁ ଓଟିଡ଼ିସି ଯୋଜନା ଚଳାଇଛି । ସେହିପରି କଟକ ମହାନଦୀ ରେ ସିଲଭର ସିଟି ବୋର୍ଟ କ୍ଲବ ପରେ ହୀରାକୁଦ ବୋର୍ଟିଙ୍ଗ କ୍ଲବ ହେବା ଆରମ୍ଭ ହୋଇଛି । ହୀରାକୁଦ , ଚିଲିକା , ଭିତରକନିକା , ଓ ମହାନଦୀରେ ଆଗାମୀ କିଛିଦିନ ପରେ କୃଜ କିମ୍ବା ଛୋଟ ଜାହାଜ ଚଳାଚଳ ନିମନ୍ତେ ଯୋଜନା ରହିଛି । ପଶ୍ଚିମ ଓଡ଼ିଶାର ହରିଶଙ୍କର ସହ ରାଜ୍ୟର ଭିତରକନିକା , ଚିଲିକା , ସାତକୋଶିଆ , ଖଣ୍ଡଗିରି ,ଉଦୟଗିରି , ତାଳସରି , ଚନ୍ଦ୍ରଭାଗା ,ଦାରିଙ୍ଗବାଡି , କୋରାପୁଟ , ମହେନ୍ଦ୍ରଗିରି , ପୁରୀର ସାକ୍ଷୀଗୋପାଳ ଓ ବକୁଳବନ ରେ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ପାଇଁ ଓଟିଡ଼ିସି ଯୋଜନା କରୁଛି ।

ଭୁବନେଶ୍ବର ସ୍ଥିତ ପାନ୍ଥନିବାସକୁ ଥ୍ରୀ ଷ୍ଟାର ହୋଟେଲ ଭଳି ସୁବିଧା କରାଯାଉଥିବା ବେଳେ ପୁରୀ ଏବଂ ରାଉରକେଲା ପାନ୍ଥନିବାସକୁ ଆଧୁନିକୀକରଣ ପାଇଁ ଲକ୍ଷ ରଖିଛି ଓଟିଡ଼ିସି । ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ଓଟିଡ଼ିସି ଦ୍ବାରା ନିଜର ଏକ ବେକରୀ ୟୁନିଟ୍ ଭୁବନେଶ୍ବରରେ ଆରମ୍ଭ କରିଥିବାବେଳେ ପୁରୀ ବ୍ଲୁ ଫ୍ଲାଗ ବିଚରେ ହ୍ବାଇଟ କ୍ରାବ ନାଁରେ ଏକ ବିଚ କାଫେ ଏବଂ ଚନ୍ଦ୍ରଭାଗାରେ ମଧ୍ୟ ବିଚ କାଫେ ଖୋଲାଯାଇଛି । ଆଊ କିଛି ଦିନ ମଧ୍ୟରେ ଓଟିଡ଼ିସି ପକ୍ଷରୁ ଏୟାର ଟିକେଟ ବିକ୍ରି କରାଯାଉଥିବାବେଳେ ଏବଂ ପାସପୋର୍ଟ  ଭିସା ସର୍ଭିସ ମଧ୍ୟ ଯୋଗାଇ ଦିଆଯିବା ପାଇଁ ଯୋଜନା ରହିଛି ଯେଉଁଥିରେ ରାଜ୍ୟର ପର୍ଯ୍ୟଟନ ସ୍ଥଳି ସହିତ ଅର୍ଥନୈତିକ ସ୍ଥିତିରେ ମଧ୍ୟ ସୁଧାର ଆସିବ ।

ପର୍ଯ୍ୟଟନ ସ୍ଥଳୀ କୁ ମଜବୁତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଅନ୍ୟପକ୍ଷରେ ରାଜ୍ୟରେ ଏବେ ମଧ୍ୟ ଏମିତି ଅନେକ ଜିଲ୍ଲା ରହିଛି ଯେଉଁ ସ୍ଥାନ ପର୍ଯ୍ୟଟନ କ୍ଷେତ୍ରରେ ଭରପୁର ରହିଥିବା ବେଳେ ଯେଉଁଭଳି ଉନ୍ନତି ହେବା  କଥା ତାହା ହୋଇପାରୁନି । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅବହେଳା ଏଥି ପାଇଁ ଦାୟୀ ବୋଲି ଅଭିଯୋଗ ହୋଇ ଆସୁଛି । ପର୍ଯ୍ୟଟନ ସ୍ଥଳୀ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହା କାଗଜ କଲମରେ ସୀମିତ ରହୁଥିବା ନେଇ ମଧ୍ୟ ଅଭିଯୋଗ ହୋଇ ଆସୁଛି ଅନେକ ସ୍ଥାନରେ  । ଏଥି ପ୍ରତି ଦୃଷ୍ଟି ଦେଇ ଏହାର ସଠିକ୍ ସମାଧାନ କଲେ ଜିଲ୍ଲା ଗୁଡ଼ିକରେ ଲୁକ୍କାୟିତ ଅବସ୍ଥାରେ ପଡ଼ି ରହିଥିବା ଆଉ କେତେକ ପର୍ଯ୍ୟଟନ ସ୍ଥଳି ଗୁଡିକ ମଧ୍ୟ ଲୋକ ଲୋଚନକୁ ଆସି ପାରନ୍ତା ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...