ସାମ୍ବାଦିକଙ୍କ ଉପରେ ପୋଲିସର ଜୁଲମ, ବଢୁଛି ଅସନ୍ତୋଷ

ପୋଲିସର ଜୁଲମ, ବଢୁଛି ଅସନ୍ତୋଷ

ଇନସାଇଟ ବ୍ୟୁରୋ : ସତ୍ୟ ଘଟଣା ଦେଖାଇବାରୁ ସାମ୍ବାଦିକଙ୍କୁ ଦବାଇବାକୁ ପ୍ରୟାସ । ଏପରି ଅନେକ ଥର ଦେଖିବାକୁ ମିଳିଛି ଯେ ସାମ୍ବାଦିକ ମାନେ ଅନେକ ଆକ୍ରୋଶର ଶିକାର ହୋଇଛନ୍ତି । ମାଲକାନଗିରିରେ  ସତ୍ୟ ଘଟଣା ପରିବେଷଣକୁ ନେଇ ସାମ୍ବାଦିକଙ୍କୁ ଗିରଫ ଘଟଣାରେ ତେଜିଛି  ଅସନ୍ତୋଷ । ମାଲକାନଗିରିରେ ଅର୍ଗସ ସାମ୍ବାଦିକଙ୍କ ସହ ଅନ୍ୟ ଗଣମାଧ୍ୟମର ୪ ଜଣ ସାମ୍ବାଦିକଙ୍କୁ ପୋଲିସ ରାତି ଅଧରେ ଗିରଫ ଘଟଣା ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ରାଜ୍ୟ ରେ କୋରାପୁଟ , ଝାରସୁଗୁଡା ଏଭଳି କେତେକ ଜିଲ୍ଲା ରେ -ଏହାକୁ ନିନ୍ଦା କରିବା ସହିତ ପ୍ରତିବାଦ ମଧ୍ୟ କରାଯାଇଛି । ଅପରପକ୍ଷରେ ଛତିଶଗଡ଼, ଆନ୍ଧ୍ର, ତେଲେଙ୍ଗାନା ସମେତ ଓଡ଼ିଶାର ୩୦୦ରୁ ଅଧିକ ସାମ୍ବାଦିକ ଏକାଠି ହୋଇ ପୁଲିସର ଏପରି ବର୍ବରତା କାର୍ଯ୍ୟକୁ  ନିନ୍ଦା କରିଛନ୍ତି  । ପାଲଟା ଏଫଆଇଆର କରିବା ସହ , ମାଲକାନଗିରି ଏସପି, ଏସଡିପିଓଙ୍କ ୩ ଅଧିକାରୀଙ୍କ ବଦଳି ଦାବି କରିଛନ୍ତି ।

ସୂଚନାନୁଯାୟୀ , ମାଲକାନଗିରି ଡାକ୍ତରଖାନାର  ସମସ୍ୟା ଦେଖାଇଥିଲେ ସାମ୍ବାଦିକ । ରାତି ଡ୍ୟୁଟିରେ ରହୁ ନାହାନ୍ତି ଡାକ୍ତର ଏବଂ କିପରି ଏଭଳି  ପରିସ୍ଥିତିରେ ରୋଗୀଙ୍କୁ ମିଳୁନି ସୁବିଧା ତାହାକୁ ନେଇ ଖବର ପ୍ରସାରଣ କରିଥିଲେ ସାମ୍ବାଦିକ । ଖବର ପ୍ରସାରଣ କରିବାରୁ ସାମ୍ବାଦିକଙ୍କୁ ଟାର୍ଗେଟ କରିଥିଲା ପୋଲିସ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଅଭିଯୋଗ ରହିଛି  । ରାତି ଅଧରେ ଫୋର୍ସ ଲଗାଇ ସାମ୍ୱାଦିକମାନଙ୍କୁ ଗିରଫ କରିଥିଲା ପୋଲିସ୍  । ଥାନା କୁ ଡାକି ଆଲୋଚନା କରିବା ପାରିବର୍ତ୍ତେ ମାଓବାଦୀଙ୍କ ଭଳି ରାତି ଅଧରେ ଗିରଫ କରିଥିବାରୁ ପ୍ରତିବାଦ ଜୋର ଧରିଛି । ପ୍ରତିନିଧି ମାନଙ୍କୁ ଅପରାଧୀ ଭଳି ବ୍ୟବହାର କରିଥିଲା ପୋଲିସ ବୋଲି ଅଭିଯୋଗ ରହିଛି  ।ଏନେଇ ମାଲକାନିଗିରିରେ ସାମ୍ବାଦିକମାନେ ଏକତ୍ରିତ ହୋଇ ଏଫଆଇଆର ଦେଇଥିଲେ । ହେଲେ 30 ଘଣ୍ଟା ପରେ ବି ପୋଲିସ ଏଫଆଇଆର ରେଜିଷ୍ଟ୍ରେସନ କରିନଥିଲେ କି ଗିରଫ କରି ନାହାନ୍ତି ଡାକ୍ତରଙ୍କୁ  ।

ସାମ୍ବାଦିକଙ୍କ ଉପରେ ପୋଲିସର ଜୁଲମ, ବଢୁଛି ଅସନ୍ତୋଷ

Support Independent Journalism? Keep us live.

ସେପଟେ ଏହି ଘଟଣାକୁ ନେଇ ସାମ୍ବାଦିକଙ୍କ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ । ମାଲକାନଗିରି  ସାମ୍ବାଦିକଙ୍କ ଦାବି ଓ ତାଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଗତ ୧୭ ତାରିଖରେ ୫ ସାମ୍ବାଦିକଙ୍କ ଗିରଫକୁ ନେଇ ମାଲକାନଗିରି ଜିଲ୍ଲାରେ ସାମ୍ବାଦିକଙ୍କ ଦ୍ୱାରା ଜାରି ରହିଛି ଆନ୍ଦୋଳନ । ଏହି ଆନ୍ଦୋଳନ ପାଇଁ ଗଠିତ ହୋଇଥିବା ସମନ୍ୱୟ କମିଟିର କୋର ଗ୍ରୁପର ସଦସ୍ୟଙ୍କ ସହ ଟେଲିଫୋନ ଯୋଗେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଆଲୋଚନା କରିଛନ୍ତି । ସାମ୍ବାଦିକଙ୍କ ସମର୍ଥନରେ ସର୍ବଦା ରହିଥିବା କଥା ସେ କହିଛନ୍ତି । ସେମାନଙ୍କ ଦାବି ଓ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ମାନସ ମଙ୍ଗରାଜ ସାମ୍ବାଦିକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ପିସିଆଇର ସଦସ୍ୟ ତଥା ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ସାମ୍ବାଦିକଙ୍କ ଉପରେ ହୋଇଥିବା ମାମଲା ଗୁଡିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଗିରଫ ହୋଇଥିବା ସାମ୍ବାଦିକ ନକ୍ସଲ ନୁହନ୍ତି । ଏପରି ରାତି ଅଧରେ ଗିରଫ କୁ ନିନ୍ଦା କରିବା ସହିତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଆଣିବା ପାଇଁ ଦାବି  କରିଛନ୍ତି ।

 

Comments are closed.