ସାମ୍ବାଦିକଙ୍କ ଉପରେ ପୋଲିସର ଜୁଲମ, ବଢୁଛି ଅସନ୍ତୋଷ

ସାମ୍ବାଦିକଙ୍କ ଉପରେ ପୋଲିସର ଜୁଲମ, ବଢୁଛି ଅସନ୍ତୋଷ

Date:

ଇନସାଇଟ ବ୍ୟୁରୋ : ସତ୍ୟ ଘଟଣା ଦେଖାଇବାରୁ ସାମ୍ବାଦିକଙ୍କୁ ଦବାଇବାକୁ ପ୍ରୟାସ । ଏପରି ଅନେକ ଥର ଦେଖିବାକୁ ମିଳିଛି ଯେ ସାମ୍ବାଦିକ ମାନେ ଅନେକ ଆକ୍ରୋଶର ଶିକାର ହୋଇଛନ୍ତି । ମାଲକାନଗିରିରେ  ସତ୍ୟ ଘଟଣା ପରିବେଷଣକୁ ନେଇ ସାମ୍ବାଦିକଙ୍କୁ ଗିରଫ ଘଟଣାରେ ତେଜିଛି  ଅସନ୍ତୋଷ । ମାଲକାନଗିରିରେ ଅର୍ଗସ ସାମ୍ବାଦିକଙ୍କ ସହ ଅନ୍ୟ ଗଣମାଧ୍ୟମର ୪ ଜଣ ସାମ୍ବାଦିକଙ୍କୁ ପୋଲିସ ରାତି ଅଧରେ ଗିରଫ ଘଟଣା ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ରାଜ୍ୟ ରେ କୋରାପୁଟ , ଝାରସୁଗୁଡା ଏଭଳି କେତେକ ଜିଲ୍ଲା ରେ -ଏହାକୁ ନିନ୍ଦା କରିବା ସହିତ ପ୍ରତିବାଦ ମଧ୍ୟ କରାଯାଇଛି । ଅପରପକ୍ଷରେ ଛତିଶଗଡ଼, ଆନ୍ଧ୍ର, ତେଲେଙ୍ଗାନା ସମେତ ଓଡ଼ିଶାର ୩୦୦ରୁ ଅଧିକ ସାମ୍ବାଦିକ ଏକାଠି ହୋଇ ପୁଲିସର ଏପରି ବର୍ବରତା କାର୍ଯ୍ୟକୁ  ନିନ୍ଦା କରିଛନ୍ତି  । ପାଲଟା ଏଫଆଇଆର କରିବା ସହ , ମାଲକାନଗିରି ଏସପି, ଏସଡିପିଓଙ୍କ ୩ ଅଧିକାରୀଙ୍କ ବଦଳି ଦାବି କରିଛନ୍ତି ।

- Advertisement -

ସୂଚନାନୁଯାୟୀ , ମାଲକାନଗିରି ଡାକ୍ତରଖାନାର  ସମସ୍ୟା ଦେଖାଇଥିଲେ ସାମ୍ବାଦିକ । ରାତି ଡ୍ୟୁଟିରେ ରହୁ ନାହାନ୍ତି ଡାକ୍ତର ଏବଂ କିପରି ଏଭଳି  ପରିସ୍ଥିତିରେ ରୋଗୀଙ୍କୁ ମିଳୁନି ସୁବିଧା ତାହାକୁ ନେଇ ଖବର ପ୍ରସାରଣ କରିଥିଲେ ସାମ୍ବାଦିକ । ଖବର ପ୍ରସାରଣ କରିବାରୁ ସାମ୍ବାଦିକଙ୍କୁ ଟାର୍ଗେଟ କରିଥିଲା ପୋଲିସ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଅଭିଯୋଗ ରହିଛି  । ରାତି ଅଧରେ ଫୋର୍ସ ଲଗାଇ ସାମ୍ୱାଦିକମାନଙ୍କୁ ଗିରଫ କରିଥିଲା ପୋଲିସ୍  । ଥାନା କୁ ଡାକି ଆଲୋଚନା କରିବା ପାରିବର୍ତ୍ତେ ମାଓବାଦୀଙ୍କ ଭଳି ରାତି ଅଧରେ ଗିରଫ କରିଥିବାରୁ ପ୍ରତିବାଦ ଜୋର ଧରିଛି । ପ୍ରତିନିଧି ମାନଙ୍କୁ ଅପରାଧୀ ଭଳି ବ୍ୟବହାର କରିଥିଲା ପୋଲିସ ବୋଲି ଅଭିଯୋଗ ରହିଛି  ।ଏନେଇ ମାଲକାନିଗିରିରେ ସାମ୍ବାଦିକମାନେ ଏକତ୍ରିତ ହୋଇ ଏଫଆଇଆର ଦେଇଥିଲେ । ହେଲେ 30 ଘଣ୍ଟା ପରେ ବି ପୋଲିସ ଏଫଆଇଆର ରେଜିଷ୍ଟ୍ରେସନ କରିନଥିଲେ କି ଗିରଫ କରି ନାହାନ୍ତି ଡାକ୍ତରଙ୍କୁ  ।

ସାମ୍ବାଦିକଙ୍କ ଉପରେ ପୋଲିସର ଜୁଲମ, ବଢୁଛି ଅସନ୍ତୋଷ

ସେପଟେ ଏହି ଘଟଣାକୁ ନେଇ ସାମ୍ବାଦିକଙ୍କ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ । ମାଲକାନଗିରି  ସାମ୍ବାଦିକଙ୍କ ଦାବି ଓ ତାଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଗତ ୧୭ ତାରିଖରେ ୫ ସାମ୍ବାଦିକଙ୍କ ଗିରଫକୁ ନେଇ ମାଲକାନଗିରି ଜିଲ୍ଲାରେ ସାମ୍ବାଦିକଙ୍କ ଦ୍ୱାରା ଜାରି ରହିଛି ଆନ୍ଦୋଳନ । ଏହି ଆନ୍ଦୋଳନ ପାଇଁ ଗଠିତ ହୋଇଥିବା ସମନ୍ୱୟ କମିଟିର କୋର ଗ୍ରୁପର ସଦସ୍ୟଙ୍କ ସହ ଟେଲିଫୋନ ଯୋଗେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଆଲୋଚନା କରିଛନ୍ତି । ସାମ୍ବାଦିକଙ୍କ ସମର୍ଥନରେ ସର୍ବଦା ରହିଥିବା କଥା ସେ କହିଛନ୍ତି । ସେମାନଙ୍କ ଦାବି ଓ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ମାନସ ମଙ୍ଗରାଜ ସାମ୍ବାଦିକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ପିସିଆଇର ସଦସ୍ୟ ତଥା ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ସାମ୍ବାଦିକଙ୍କ ଉପରେ ହୋଇଥିବା ମାମଲା ଗୁଡିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଗିରଫ ହୋଇଥିବା ସାମ୍ବାଦିକ ନକ୍ସଲ ନୁହନ୍ତି । ଏପରି ରାତି ଅଧରେ ଗିରଫ କୁ ନିନ୍ଦା କରିବା ସହିତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଆଣିବା ପାଇଁ ଦାବି  କରିଛନ୍ତି ।

 

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.