କେନ୍ଦ୍ରାପଡା ଇସ୍ପାତ ପ୍ରକଳ୍ପ ଜଗତସିଂହପୁର ପୋସ୍କୋ ଭଳି ହେବନି ତ ?

କେନ୍ଦ୍ରାପଡା ଇସ୍ପାତ ପ୍ରକଳ୍ପ ଜଗତସିଂହପୁର ପୋସ୍କୋ ଭଳି ହେବନି ତ ?

Date:

ଇନସାଇଟ ବ୍ୟୁରୋ: ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ବୈଠକରେ ମୋଟ ୧,୦୨,୨୭୫ କୋଟି ଟଙ୍କା ପୁଞ୍ଜି ନିବେଶ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଦ୍ୱାରା ପ୍ରସ୍ତାବିତ ସମନ୍ଵିତ ଷ୍ଟିଲ ପ୍ଲାଣ୍ଟକୁ ମିଳିଛି ମଞ୍ଜୁରୀ ।  ବାର୍ଷିକ ୨୪ ମେଟ୍ରିକ ଟନ୍‌ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟ ୧୬ହଜାରରୁ ଊର୍ଦ୍ଧ୍ଵ ନିଯୁକ୍ତି ସୃଷ୍ଟି କରି ପାରିବ । କେନ୍ଦ୍ରାପଡ଼ାର ନିଜ ଉତ୍ପାଦନ କ୍ଷେତ୍ରରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତାସମ୍ପନ୍ନ ଇସ୍ପାତ ଉତ୍ପାଦନ କରିବ । ପ୍ରକଳ୍ପ ସହିତ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ସମଗ୍ର ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ କାର୍ଯ୍ୟ କରିବ।

- Advertisement -

ମଞ୍ଜୁରୀ ମିଳିଥିବା ଏହି ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ। ଏହି ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ୭ ବର୍ଷରେ ସମ୍ପୂର୍ଣ୍ଣ ହେବ ।  ଏହି ପ୍ରକଳ୍ପର ପ୍ରତିଷ୍ଠା ଦ୍ୱାରା ୨୦୩୦ ସୁଦ୍ଧା ରାଜ୍ୟ ବାର୍ଷିକ ୧୦୦ ମେଟ୍ରିକ ଟନ୍‌ ଇସ୍ପାତ ଉତ୍ପାଦନ କରିବାର କ୍ଷମତା ହାସଲ କରି ପାରିବ। ଇସ୍ପାତ କମ୍ପ୍ଲେକ୍ସ ସହିତ କମ୍ପାନି ଅନୁପ୍ରବାହ ପ୍ରକଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରିବ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି କାରଖାନାରେ ଉତ୍ପାଦିତ ହେବାକୁ ଥିବା ଇସ୍ପାତ ବିଶ୍ୱ ମାନଚିତ୍ରରେ କେନ୍ଦ୍ରାପଡା ଓ ଓଡ଼ିଶାର ସ୍ଥାନକୁ ସ୍ବତନ୍ତ୍ର କରି ପାରିବ। ଅନେକ ଆନ୍ତର୍ଜାତୀୟ ଉପକରଣ ଉତ୍ପାଦନକାରୀ ଏହି ବୃହତ ପ୍ରକଳ୍ପର ଅଂଶୀଦାର ହେବାକୁ ଥିବାରୁ ଏହା ରାଜ୍ୟରେ ଆହୁରି ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଲକ୍ଷ୍ଯ ରଖାଯାଇଛି । ବହୁ ସଂଖ୍ୟକ ଆନ୍ସିଲାରି ମାନ୍ୟୁଫାକଚରିଂ କମ୍ପାନୀ ଏଠାରେ ନିଜର ୟୁନିଟ୍ ସ୍ଥାପନ କରି ବହୁ ପରିମାଣର ଷ୍ଟିଲ ଉତ୍ପାଦନ ସୁବିଧାରେ ସହାୟକ ହେବେ।

ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ 2005 ମସିହା ଜୁନ 21 ତାରିଖରେ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ସହିତ ଏମଓୟୁ ସ୍ବାକ୍ଷର କରିଥିଲେ । ଅନେକ ବିରୋଧର ସାମ୍ନା କରି ଶେଷରେ 2017ରେ ରାଜ୍ୟ ସରକାରଙ୍କୁ ଜମି ଫେରାଇ ଦେଇ ଓଡିଶାରୁ ବିଦାୟ ନେଇଥିଲା ପୋସ୍କୋ । ଏହା ସହିତ  ରାଜ୍ୟରେ 52 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶର ସ୍ୱପ୍ନ ମଧ୍ୟ ଧୂଳିସାତ ହୋଇଯାଇଥିଲା । ଯାହାଦ୍ୱାରା ଉଭୟ ପୋସ୍କୋ ଓ କୋରିଆ ନିରାଶ ହୋଇଥିଲେ ।  ସେତେବେଳର ସ୍ଥିତି ରାଜ୍ୟ ସରକାରଙ୍କ ଶିଳ୍ପାୟନ ସ୍ବପ୍ନକୁ ଏକ ଧକ୍କା ପହଞ୍ଚାଇଥିଲା । ଅନେକ ବାଦ ବିବାଦ ହେବାପରେ ଶେଷରେ ୧୭ ବର୍ଷ ପରେ ରାଜ୍ୟ ଛାଡ଼ିଥିଲା ପୋସ୍କୋ ଷ୍ଟିଲ କମ୍ପାନି । ଧୂଆଁ ରେ ମିଳେଇ ଯାଇଥିଲା ପୋସ୍କୋ ଇସ୍ପାତ ସ୍ବପ୍ନ ।

୧୬ ବର୍ଷର ନୀରବତା ପରେ ପୁଣି ଆରମ୍ଭ ହୋଇଥିଲା ଶିଳ୍ପ ବିରୋଧୀ ସଂଗ୍ରାମ । ପୋସ୍କୋ ଗଲାପରେ ଶୀତଳ ପଡିଥିବା ସଂଗ୍ରାମ  ପୁଣି ମୁଣ୍ଡ ଟେକି ଉଠିଛି । କାରଣ  ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ 4 ହଜାର 4ଶହ ଏକର ଜମି ଅଧିଗ୍ରହଣ ସ୍ଥାନରେ ଜିନ୍ଦଲ କମ୍ପାନୀ 53 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରି 13 ଦଶମିକ 2 ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ସହ 900 ମେଗା ୱାଟ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲା ରାଜ୍ୟ ସରକାରଙ୍କୁ । ରାଜ୍ୟ ସରକାର ଅଧିକ ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି କରିଥିଲେ। ଏହା ପରେ ଶିଳ୍ପାୟନର ସପକ୍ଷ ଓ ବିପକ୍ଷରେ ଥିବା ଲୋକେ ମୁହାଁମୁହିଁ ହୋଇଥିଲେ । ଜମି ଅଧିଗ୍ରହଣକୁ ନେଇ କୌଣସି ସମାଧାନ ବାହାରି ପାରି ନଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୟାସ ଆରମ୍ଭ ହେବାପରେ ପୁଣି ବିରୋଧ ଆରମ୍ଭ ହୋଇଥିଲା । ହଜାର ହଜାର ଲୋକେ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ। ଏହି ବିବାଦ ଏବେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ଏବେ ବି ବିରୋଧୀ ବିରୋଧ କରୁଛନ୍ତି ଏହି ପ୍ରକଳ୍ପକୁ । ପ୍ରକଳ୍ପ ହେଲେ ଜୀବନ ଜୀବିକା ନଷ୍ଟ ହେବା ନେଇ ଲୋକେ ମନ୍ତବ୍ୟ ଦେଉଛନ୍ତି ।

ପୂର୍ବରୁ ପୋସ୍କୋ ପ୍ରକଳ୍ପ କୁ ଯେତିକି ବିରୋଧ କରାଯାଇଥିଲା ତା ‘ ଠାରୁ ଅଧିକ JSW ପ୍ରକଳ୍ପକୁ କରାଯାଉଛି । ଜିଲ୍ଲାରେ ଶିଳ୍ପାୟନର ବିକାଶ ହେବା ଜରୁରୀ, କିନ୍ତୁ ଏଥିରେ କ୍ଷତିଗ୍ରସ୍ତ ହେଉଥିବା ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ସାଙ୍ଗକୁ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ମଧ୍ୟ ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ରଖୁଛନ୍ତି ଗାଁ ଲୋକେ ।

ବିବାଦ ଭିତରେ ପୁଣି ଏକ ପ୍ରକଳ୍ପ କୁ ମଞ୍ଜୁରୀ ମିଳିଛି , ଦେଖିବାକୁ ବାକି ରହିଲା  କେତେଦୂର ପାର୍ଯ୍ୟନ୍ତ ଏହି ପ୍ରକଳ୍ପ ସଫଳ ରୂପ ନେବାରେ ସକ୍ଷମ ହେଉଛି ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...