ଦେବଗଡ଼ ବିଧାୟକ ଓ ମିଶନ ଶକ୍ତି ପ୍ରସଙ୍ଗକୁ ନେଇ ବିଜେଡି ବିଜେପି ନେତା ମୁହାଁ ମୁହିଁ; ପଢ଼ନ୍ତୁ ପୁରା ଖବର

ରାଜ୍ୟରେ କିଛିଟା ପ୍ରମୁଖ ବିଷୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ଦଳ ବିଜେପି ବିଜେଡ଼ି। ଏହି ଟକ୍କର ପଛର ଉଦ୍ଦେଶ୍ୟ ହେଉଛି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ସେହିପରି ଅନ୍ୟ ଏକ କାରଣ ହେଉଛି “ମିଶନ ଶକ୍ତିର ସଂପୂର୍ଣ୍ଣ ଟଙ୍କା କେନ୍ଦ୍ର ସରକାରଙ୍କର”, ଏଭଳି ଅଭିଯୋଗ କରିଛନ୍ତି ସ୍ମୃତି ପଟ୍ଟନାୟକ। ହେଲେ ଏହି ୨ ଦଳ କାହିଁକି ମୁହାମୁହିଁ ହୋଇଛନ୍ତି?

ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦାଦାଗିରି ଓ ଗୁଣ୍ଡାଗର୍ଦ୍ଦି ସୀମା ଅତିକ୍ରମ କରିଛି ବୋଲି ବିଜେଡି କରିଛି ଅଭିଯୋଗ  । ସୋମବାର ପୂର୍ବାହ୍ନରେ ଶ୍ରୀ ପାଣିଗ୍ରାହୀ କିଛି ଦଳୀୟ ସମର୍ଥକଙ୍କ ସହ ଯାଇ ଦେବଗଡ଼ ସହରର ଟାଉନ ହଲ୍‌ ଚାରିପଟେ ମହିଳା ସହାୟକ ଗୋଷ୍ଠୀ ନିର୍ମାଣ କରାଯାଉଥିବା ଏକ ପାଚେରିକୁ ଭାଙ୍ଗି ଦେବା ସହ ମହିଳାମାନଙ୍କୁ ଧମକଚମକ ଦେଇ ଆତଙ୍କରାଜ ସୃଷ୍ଟି କରିଥିଲେ ବୋଲି ଅଭିଯୋଗ ଆଣି ବିଜୁ ଜନତା ଦଳ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରାଯାଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉତ୍‌ଥାପନ କରି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଥିଲେ ଯେ ଯେତେବେଳେ ଗୋଟିଏ ପଟେ ରାଜ୍ୟ ସରକାର ମା’ମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ କରୁଥିବାବେଳେ ଅନ୍ୟପଟେ ବିଜେପି ନେତାମାନେ ମା’ମାନଙ୍କୁ ଅପମାନିତ କରୁଛନ୍ତି । ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ମହିଳା ବିରୋଧୀ ମନୋଭାବ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି । ଯାହାର ଉଦାହରଣ ଗତକାଲି ଦେବଗଡ଼ରେ ଦେଖିବାକୁ ମିଳିଛି।

ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦାଦାଗିରି ଓ ଗୁଣ୍ଡାଗର୍ଦ୍ଦି ସୀମା ଅତିକ୍ରମ କରିଛି । ସୋମବାର ପୂର୍ବାହ୍ନରେ ଶ୍ରୀ ପାଣିଗ୍ରାହୀ କିଛି ଦଳୀୟ ସମର୍ଥକଙ୍କ ସହ ଯାଇ ଦେବଗଡ଼ ସହରର ଟାଉନ ହଲ୍‌ ଚାରିପଟେ ମହିଳା ସହାୟକ ଗୋଷ୍ଠୀ ନିର୍ମାଣ କରାଯାଉଥିବା ଏକ ପାଚେରିକୁ ଭାଙ୍ଗି ଦେବା ସହ ମହିଳାମାନଙ୍କୁ ଧମକଚମକ ଦେଇ ଯେଉଁଭଳି ଆତଙ୍କରାଜ ସୃଷ୍ଟି କରିଥିଲେ ତାହାକୁ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉତ୍‌ଥାପନ କରି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଲେ ଯେ “ଯେତେବେଳେ ଗୋଟିଏ ପଟେ ରାଜ୍ୟ ସରକାର ମା’ମାନଙ୍କୁ ଅସମ୍ମାନ କରି ସେମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ କରୁଥିବାବେଳେ ଅନ୍ୟପଟେ ବିଜେପି ନେତାମାନେ ମା’ମାନଙ୍କୁ ଅପମାନିତ କରୁଛନ୍ତି । ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ମହିଳା ବିରୋଧୀ ମନୋଭାବ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି । ଯାହାର ଉଦାହରଣ ଗତକାଲି ଦେବଗଡ଼ରେ ଦେଖିବାକୁ ମିଳିଛି । ଦେବଗଡ଼ ପୌରପାଳିକା ପକ୍ଷରୁ ମୁକ୍ତା ଯୋଜନାରେ ଏହି ପାଚେରି ନିର୍ମାଣ ଲାଗି ହରିଓମ୍ ମହିଳା ସହାୟକ ଗୋଷ୍ଠୀକୁ ବିଧିବଦ୍ଧ ଭାବେ ୧୪ ଲକ୍ଷ ୬୫ ହଜାର ୩ଶହ ଟଙ୍କାର କାର୍ଯ୍ୟାଦେଶ (ସଂଖ୍ୟା ୧୪/୫.୧.୨୩) ମିଳିଥିଲା । ସେମାନେ ଏହି କାର୍ଯ୍ୟାଦେଶ ପାଇଲା ପରେ ପାଚେରି ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ । ମାତ୍ର ଗତକାଲି ସକାଳ ପ୍ରାୟ ୧୦ଟାବେଳେ ଅଚାନକ ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ ତାଙ୍କର କିଛି ଗୁଣ୍ଡାଶ୍ରେଣୀୟ ସମର୍ଥକଙ୍କ ସହ ସେଠାରେ ପହଞ୍ଚି ଶାବଳ ଓ ଗଇଁତିରେ ଏହାକୁ ଭାଙ୍ଗିବା ଆରମ୍ଭ କରି ଦେଇଥିଲେ । ସଂପୃକ୍ତ ସହାୟକ ଗୋଷ୍ଠୀର ମହିଳାମାନେ ଏପରି ନ କରିବା ଲାଗି ତାଙ୍କୁ ଯେତେ ଅନୁନୟ ବିନୟ ହୋଇଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ବରଂ ଓଲଟି ସେମାନଙ୍କୁ ଧମକଚମକ ଦେବା ସହ ଗାଳିଗୁଲଜ କରିଥିଲେ ।”

Support Independent Journalism? Keep us live.

ଏହି ଘଟଣା ପରେ ଦେବଗଡ଼ ବିଧାୟକଙ୍କ ବିରୋଧରେ ପୌରପାଳିକା ଏବଂ ହରିଓମ୍‌ ମହିଳା ଏସ୍‌ଏଚ୍‌ଜି ପକ୍ଷରୁ ଥାନାରେ ଏତାଲା ଦିଆଯାଇଥିଲା । ଏ ନେଇ ବିଧାୟକଙ୍କ ବିରୋଧରେ ଦୁଇଟି ଅପରାଧିକ ମାମଲା ରୁଜୁ ହୋଇଛି ।  ଆଜି ଜିଲ୍ଲାର ବିଭିନ୍ନ ସହାୟକ ଗୋଷ୍ଠୀର ସହସ୍ରାଧିକ ମହିଳା ଦେବଗଡ଼ ବିଧାୟକଙ୍କ ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି ।

ବିଜେଡିର ଅନ୍ୟତମ ପ୍ରବକ୍ତା ଇପ୍‌ସିତା ସାହୁ କହିଛନ୍ତି ଯେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଏଭଳି କାର୍ଯ୍ୟକଳାପରୁ ସ୍ପଷ୍ଟ ହୋଇସାରିଲାଣି ଯେ ସେ ଜଣେ ଅଭ୍ୟାସଗତ ଅପରାଧୀ । କାରଣ ନିୟମିତ ବ୍ୟବଧାନରେ ସେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । ଆଉ ତାଙ୍କ ନେତୃତ୍ଵରେ ଦେବଗଡ଼ରେ ବିଜେପିର ଅନ୍ୟ ନେତା ଏବଂ ଜନପ୍ରତିନିଧିମାନେ ମଧ୍ୟ ଗୁଣ୍ଡାଗର୍ଦ୍ଦି କରିବା ସହ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ।

ଆରପଟେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ  ନବୀନ ସରକାରଙ୍କ ପର୍ଦ୍ଦାଫାଶ  କରିବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି ଯେ କିପରି କେନ୍ଦ୍ର ସରକାର ରାଜ୍ୟକୁ କୋଟି କୋଟି ଟଙ୍କା ଅର୍ଥ ଯୋଗାଉଛନ୍ତି କିନ୍ତୁ ସବୁ “ମୁଁ କରୁଛି” ବୋଲି ମୁଖ୍ୟମନ୍ତ୍ରୀ ନବୀନ ବାବୁ କହି ମିଛରେ ବାଃ ବାଃ ନେବାର ଅପପ୍ରୟାସ ଜାରି ରଖିଛନ୍ତି ।

“ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ, ମାଗଣା ଚାଉଳ, ଉଡାନ୍ ଯୋଜନାରେ ବିମାନ ଚଳାଚଳ, ହର୍ ଘର୍ ନଲ୍ ପେ ଜଲ୍ ଯୋଜନାକୁ ନିଜ ନାମରେ ନାମିତ କରି ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ରାଜ୍ୟ ସରକାର । ସେହିପରି ମହିଳା ସଶକ୍ତିକରଣ ପାଇଁ ବଦ୍ଧପରିକର ମୋଦି ସରକାରଙ୍କ ‘ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ରାଷ୍ଟ୍ରୀୟ ଗ୍ରାମୀଣ ଆଜିବୀକା ମିଶନ’ ଅନ୍ତର୍ଗତ ଆସୁଥିବା ବ୍ୟାପକ ଟଙ୍କାକୁ ଚଂଚକତା କରି ନିଜ ନାମରେ ବ୍ରାଣ୍ଡିଂ କରିବାକୁ ମଧ୍ୟ ପଛାଉ ନାହାନ୍ତି ରାଜ୍ୟ ସରକାର ।” ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଏହି କୁତ୍ସିତ ମନୋଭାବକୁ ଓଡ଼ିଶାବାସୀ ଭଲଭାବେ ହୃଦୟଙ୍ଗମ କରିସାରିଲେଣି ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ହେଲେ ନିଜସ୍ୱ ଜନକଲ୍ୟାଣ ଯୋଜନା ନାହିଁ । କେନ୍ଦ୍ର ଦେଉଥିବା ଅର୍ଥ, ରାଶି ଓ ଯୋଜନାକୁ ନିଜ ନାମରେ ନାମିତ କରି ଏବଂ ମୁଖ୍ୟମନ୍ତ୍ରୀ ନିଜର ଫଟୋଚିତ୍ର ଦେଇ ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି । ମିଶନ ଶକ୍ତି ଜରିଆରେ ଓଡିଶାରେ ୭ଲକ୍ଷ ସ୍ୱୟଂ ସହାୟକା ଗୋଷ୍ଠୀ ଗଠନ କରି ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଇଛନ୍ତି ବୋଲି ରାଜ୍ୟ ସରକାର କହୁଛନ୍ତି ।

Comments are closed.