ନୂଆବର୍ଷରେ ଗ୍ରୀଟିଙ୍ଗସ କାର୍ଡ – ମନେ ପଡ଼େ ସେ ପୁରୁଣା ଦିନ

ନୂଆବର୍ଷରେ ଗ୍ରୀଟିଙ୍ଗସ କାର୍ଡ – ମନେ ପଡ଼େ ସେ ପୁରୁଣା ଦିନ

Date:

ଇନସାଇଟ ବ୍ୟୁରୋ:  ଜାନୁୟାରୀ ୧।  ଦିନ ନୁହଁ ତ ଏକ ଭାବନା । ପିଲାବେଳର ସ୍ମୃତିଫରୁଆ । ନୂଆବର୍ଷର  ଉଲ୍ଲାସ ଯେପରି ଭାଷା ରେ ବ୍ୟକ୍ତ କରିବା ଅସମ୍ଭବ ସେପରି ଅତୀତର ନୂଆ ବର୍ଷକୁ ହାତ ପାହାନ୍ତ। ରେ ପାଇବା ମଧ୍ୟ । ଅତୀତର ନୂଆବର୍ଷ । ହଁ , ଆଜି କାଲିକା ନୂଆବର୍ଷ ଠୁ ଟିକେ ଭିନ୍ନ। କାଗଜ ଓ ଲେଖନୀରେ ସୀମିତ ଥିବା ନୂଆ ବର୍ଷ। ଭଳିକି ଭଳି ଗ୍ରୀଟିଙ୍ଗସ ସାଙ୍ଗକୁ ସେଥିରେ ମନଲାଖି ବାର୍ତ୍ତା । କିଏ କେତେ ପ୍ରକାରର ଲେଖିପାରିଲା। କାହା ବାର୍ତ୍ତା ବେଶୀ ଆକର୍ଷିତ । ଅତୀତର ଏହି ସାଧାରଣ ନୂଆବର୍ଷର ତାତ୍ପର୍ଯ୍ୟ ଆଜି କାଲିକା ଯୁଗରେ ବୁଝିବା ମୁଷ୍କିଲ । ବୁଝେଇବା ମଧ୍ୟ ।

- Advertisement -

ଗ୍ରୀଟିଙ୍ଗସ ଉପରେ ଆଲୋଚନା କଲେ କେତେ ଯେ ରଙ୍ଗ ବେରଙ୍ଗର  କାଗଜ ଫର୍ଦ ଆଖିଆଗରେ ଚାଲି ଆସେ । ମନ ମତାଣିଆ ରୂପ ସାଙ୍ଗକୁ କେତେ ଯେ ଶବ୍ଦର ଗନ୍ତା ଘର । ପିଲାବେଳର ସେ ନିଷ୍ପାପ ମନରୁ କୁଆଡେ ଯେ ଏତେ ରକମର କଥା ଆସୁଥିଲା କିଏ ଜାଣେ !

ବଡ ଦୁଃଖର ବିଷୟ ଏବେ ଭାରତୀୟମାନେ ପାଶ୍ଚାତ୍ୟମୁଖୀ ହେଉଥିବା ବେଳେ ବିଦେଶୀମାନେ ଭାରତୀୟ ସଂସ୍କୃତି ପରଂପରା ଆଡକୁ ମୁହାଁଉଛନ୍ତି । ନବବର୍ଷ ରେ  ଆଊ ଦେଖିବାକୁ ମିଳୁନି ଜଣେ ଆଊ ଜଣକୁ ଗ୍ରୀଟିଙ୍ଗସ୍ କାର୍ଡ ଦେବା । ସତେ ଯେପରି ସବୁକିଛି ବଦଳି ଯାଇଛି ଏ ଆଧୁନିକ ଯୁଗରେ । ନବବର୍ଷକୁ କେକ କାଟି , ଫୋନ ମାଧ୍ୟମରେ ହେଉ କିମ୍ବା ଜଣେ ଆଊ ଜଣକୁ ପୁଷ୍ପ ଗୁଚ୍ଛ ଦେବା ଏପରି ଅନେକ ଶୈଳୀରେ ଶୁଭେଚ୍ଛା ଜଣାଉଛନ୍ତି । ଆଉ ଦେଖିବାକୁ ମିଳୁନି ନବବର୍ଷରେ ସେଇ ୫୦ ପଇସା ଗ୍ରୀଟିଙ୍ଗସ କାର୍ଡ ଆଉ ସେଥିରେ ପଛପଟେ ଲେଖାଥିବା କିଛି ଅଭିନନ୍ଦନ ବାର୍ତା । ଯେମିତି କି

୧. ମଣ୍ଡା ପିଠା ଗୋଲ ଗୋଲ ,ଗ୍ରୀଟିଙ୍ଗସ ଯାଉଛି କବାଟ ଖୋଲ

୨ . ଗାଡ଼ିଆରେ କେରାଣ୍ଡି ମାଛ , ସାଙ୍ଗ ତୁମେ କେମିତି ଅଛ

୩ . କଦଳୀ ପତର ଫଟା, ସାଙ୍ଗକୁ ମୋର ଟାଟା

୪ . କାଚ ଗିଲାସ ରେ ଲେମ୍ବୁ ଆଚାର ଗରିବ ସାଙ୍ଗକୁ କାହିଁ ପଚାର

୫ . ପର୍ବତ ଉପରେ ଘରେ କରିଥିଲି , ପବନ ଉଡାଇ ନେଲା , ତୁମପରି ସାଙ୍ଗ ପାଇଥିଲି , ଝୁରିଝୁରି ଦିନ ଗଲା

୬ . ସାରୁ ପତରରେ ପାଣି ପଡିଗଲେ ପାଣି ହୁଏ ଟଳମଳ , ତୁମ କଥା ମୋର ମାନେ ପଡିଗଲେ ଆଖି ହୁଏ ଛଳ ଛଳ

#TheNewsInsight

୭ . Sun ସିନା ଲୁଚିଯାଏ,Sky କେବେ ଲୁଚେନା.. ତୁମେ ସିନା ଭୁଲିଯାଅ,ମୁଁ କେବେ ଭୁଲେନା..

୮ . ଉଡ଼ିଗଲା ଏରୋପ୍ଲେନ, ପଡିଗଲା ଛାଇ.. ଗରିବ ଘର ସାଙ୍ଗ ବୋଲି, ଭୁଲିଯିବ ନାଇଁ..

୯ . ଶିବଙ୍କ ମୁଣ୍ଡରେ ଫୁଲ ଚନ୍ଦନ, ଆପଣଙ୍କୁ ମୋର ନୂତନ ବର୍ଷର ଅଭିନନ୍ଦନ

୧୦ . ଗୋଲାପ ଗଛରେ ବହୁତ କଣ୍ଟା , ତୁମ କଥା ମାନେ ପଡେ ଘଣ୍ଟାକୁ ଘଣ୍ଟା

୧୧. ଟେବୁଲ ଉପରେ ଟମାଟୋ ଖଟା , ସାଙ୍ଗକୁ ମୋର ଠିଆ ଗୋଇଠା

୧୨ . ବାଡ଼ିରେ ଫଳିଛି ବାଇଗଣ , ସାଙ୍ଗକୁ ମୋର ଟେକିଆଣ

୧୩ . ହାତୀ ଚାଲେ ଦମ ଦମ , ସାଙ୍ଗକୁ ମୋର welcome

୧୪ . ଥାଳିରେ ମୋର ଫୁଲ ଚନ୍ଦନ , ସାଙ୍ଗକୁ ମୋର ଅଭିନନ୍ଦନ

୧୫ . one glass water ,one glass bear ,ohh my dear , happy new year

ଏମିତି ଅନେକ କିଛି ଲାଇନ ଆଉ ତା ସହିତ ନବବର୍ଷର ଅଭିନନ୍ଦନ ବାର୍ତ୍ତା । ସେହି କାର୍ଡ ରେ ଥିବା ଜଗନ୍ନାଥ , ଲକ୍ଷ୍ମୀ , ସେହିପରି କିଛି ହିରୋ ହିରୋଇନଙ୍କ ଫୋଟୋ ଖୁବ ଆକର୍ଷିତ କରୁଥିଲା ସମସ୍ତଙ୍କୁ । ନବବର୍ଷ ର ଯଦି ସମ୍ୟକ ଧାରଣା କଥା ଯଦି କୁହାଯାଏ  ତେବେ ପ୍ରତିଦିନ ମଣିଷ ପାଇଁ ନୂଆ ହୋଇଥାଏ ପ୍ରତି ସକାଳ ସମସ୍ତଙ୍କ ପାଇଁ ନୂଆ ଆଶା ଭରସା ନେଇ ଆସିଥାଏ ।  ସେମିତି ନୂଆ ବର୍ଷ ରେ ମଧ୍ୟ କିଛି ନୂଆ ଉଦ୍ଦୀପନ୍ନା , କିଛି ନୂଆ ବ୍ୟାକୁଳତା , କିଛି ନୂଆ ବ୍ୟଗ୍ରତା ନେଇ ଆସିବା ବୋଲି ସମସ୍ତଙ୍କ ମନରେ ଆଶା ରହିଛି  ସମସ୍ତେ ଜିରୋ ନାଇଟ ପାଳିବା ସହିତ ଜଣେ ଆଉ ଜଣଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ଆମେ ଆମ ପରମ୍ପରାକୁ ବଜାୟ ରଖିଛେ ଏହା ବି ଏକ ପରମ୍ପରା ଭାବେ ଆପଣେଇ ନେଇଛେ । ଏହାକୁ ଆମେ ଏଭଳି ପରମ୍ପରା ଭାବେ ଆପଣେଇ ନେଇଛେ ଯେ ପୂର୍ବରୁ ନବବର୍ଷ କହିଲେ ଯଦି ଆମେ ଗାଁ ଗହଳି କଥା ସହିତ ସହର କଥା କହିବା ସମସ୍ତେ ମେଳି ହୋଇ ଗାଁ ଭୋଜୀର ର ଆୟୋଜନ କରୁଥିଲେ . ବର୍ଷ ତମାମ ର ଦୁଃଖ କୁ ଭୁଲି ସମସ୍ତେ ଏକାଠି ହୋଇ ସେଲିବ୍ରେଟ କରୁଥିଲେ କିନ୍ତୁ ବର୍ତମାନ କରୋନା କଟକଣାର ବିଭୀଷିକା , ଗାଁ ପୁଅ ସହରୀ ମୁହାଁ ହୋଇ ଗାଁ ଛାଡ଼ିଛି ଆଉ ସେ ଆଗ ଭଳି ନବବର୍ଷ ର ଆନନ୍ଦ ଉତ୍ସାହ ନାହିଁ |

ବର୍ତ୍ତମାନ କେବଳ ପୂର୍ବରୁ ଯେଉଁ ସ୍ଥିତି ରହୁଥିଲା ଶୁଭେଚ୍ଛା ବାର୍ତା ସମସ୍ତେ ପତ୍ର ଆଉ ଚିଠି ମାଧ୍ୟମରେ ଦେଉଥିଲେ ଏବେ ତାହା ଫୋନ ମାଧ୍ୟମରେ । ଗୋଟେ ସ୍ଥାନ ରେ ଏକାଠି  ହୋଇ ନବବର୍ଷ ପାଳନ କରିବା ଆଉ ଦେଖିବାକୁ ମିଳୁନାହିଁ ।  ଏବେ କିନ୍ତୁ ନବବର୍ଷରେ ବନ୍ଧୁମିଳନ କାର୍ଯ୍ୟକ୍ରମ ପାଳିବା ନାଁରେ  କେକ କାଟିବା, ମିଠା ଖୁଆଇବା ଏବଂ ପୁଷ୍ପ ଗୁଚ୍ଛ ଦେବା ଇଏ ଏକ ନୂଆ ଟ୍ରେଣ୍ଡ ପାଲଟିଛି ।

ପାଶ୍ଚାତ୍ୟ ସଭ୍ୟତାର ଜାଲରେ ଫସି ଆମ ପିଲାବେଳର ସେହି ନୂଆବର୍ଷ ହେଇଯାଇଛି ବାଟବଣା ।  ସେହିଦିନଟିର ମହତ୍ଵ ଆଗ ଭଳି କାଇଁ ଆଉ ବୁଝା ପଡ଼ୁନି ।  ମଣିଷ ମଧ୍ୟ  ସମୟ ସହିତ ହୋଇଯାଇଛି ଅଭିମୁଖୀ । ନିଜକୁ ଏକରକମ ବାଧ୍ୟ କରିଦେଇଛି ନୂଆ ସଂସ୍କୃତିକୁ ଆପଣେଇବାରେ । ହଜିଯାଇଛି ସେ ଗ୍ରୀଟିଙ୍ଗସ ଦିଆନିଆର ପ୍ରଥା। ଲିଭି ଯାଇଛି ଲେଖନିରୁ କାଳୀ । କିନ୍ତୁ ଅତୀତ ସେ ସ୍ୱର୍ଣ୍ଣିମ ସ୍ମୃତି ଗୁଡିକ ଆଜି ବି ମସ୍ତିସ୍କର କେଉଁ ଏକ କୋଣରେ ସାଇତି ହୋଇ ରହିଛି ସ୍ମାରକୀ ସଦୃଶ ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.