ନୂଆବର୍ଷରେ ଗ୍ରୀଟିଙ୍ଗସ କାର୍ଡ – ମନେ ପଡ଼େ ସେ ପୁରୁଣା ଦିନ

ନୂଆବର୍ଷରେ ଗ୍ରୀଟିଙ୍ଗସ କାର୍ଡ

ଇନସାଇଟ ବ୍ୟୁରୋ:  ଜାନୁୟାରୀ ୧।  ଦିନ ନୁହଁ ତ ଏକ ଭାବନା । ପିଲାବେଳର ସ୍ମୃତିଫରୁଆ । ନୂଆବର୍ଷର  ଉଲ୍ଲାସ ଯେପରି ଭାଷା ରେ ବ୍ୟକ୍ତ କରିବା ଅସମ୍ଭବ ସେପରି ଅତୀତର ନୂଆ ବର୍ଷକୁ ହାତ ପାହାନ୍ତ। ରେ ପାଇବା ମଧ୍ୟ । ଅତୀତର ନୂଆବର୍ଷ । ହଁ , ଆଜି କାଲିକା ନୂଆବର୍ଷ ଠୁ ଟିକେ ଭିନ୍ନ। କାଗଜ ଓ ଲେଖନୀରେ ସୀମିତ ଥିବା ନୂଆ ବର୍ଷ। ଭଳିକି ଭଳି ଗ୍ରୀଟିଙ୍ଗସ ସାଙ୍ଗକୁ ସେଥିରେ ମନଲାଖି ବାର୍ତ୍ତା । କିଏ କେତେ ପ୍ରକାରର ଲେଖିପାରିଲା। କାହା ବାର୍ତ୍ତା ବେଶୀ ଆକର୍ଷିତ । ଅତୀତର ଏହି ସାଧାରଣ ନୂଆବର୍ଷର ତାତ୍ପର୍ଯ୍ୟ ଆଜି କାଲିକା ଯୁଗରେ ବୁଝିବା ମୁଷ୍କିଲ । ବୁଝେଇବା ମଧ୍ୟ ।

ଗ୍ରୀଟିଙ୍ଗସ ଉପରେ ଆଲୋଚନା କଲେ କେତେ ଯେ ରଙ୍ଗ ବେରଙ୍ଗର  କାଗଜ ଫର୍ଦ ଆଖିଆଗରେ ଚାଲି ଆସେ । ମନ ମତାଣିଆ ରୂପ ସାଙ୍ଗକୁ କେତେ ଯେ ଶବ୍ଦର ଗନ୍ତା ଘର । ପିଲାବେଳର ସେ ନିଷ୍ପାପ ମନରୁ କୁଆଡେ ଯେ ଏତେ ରକମର କଥା ଆସୁଥିଲା କିଏ ଜାଣେ !

ବଡ ଦୁଃଖର ବିଷୟ ଏବେ ଭାରତୀୟମାନେ ପାଶ୍ଚାତ୍ୟମୁଖୀ ହେଉଥିବା ବେଳେ ବିଦେଶୀମାନେ ଭାରତୀୟ ସଂସ୍କୃତି ପରଂପରା ଆଡକୁ ମୁହାଁଉଛନ୍ତି । ନବବର୍ଷ ରେ  ଆଊ ଦେଖିବାକୁ ମିଳୁନି ଜଣେ ଆଊ ଜଣକୁ ଗ୍ରୀଟିଙ୍ଗସ୍ କାର୍ଡ ଦେବା । ସତେ ଯେପରି ସବୁକିଛି ବଦଳି ଯାଇଛି ଏ ଆଧୁନିକ ଯୁଗରେ । ନବବର୍ଷକୁ କେକ କାଟି , ଫୋନ ମାଧ୍ୟମରେ ହେଉ କିମ୍ବା ଜଣେ ଆଊ ଜଣକୁ ପୁଷ୍ପ ଗୁଚ୍ଛ ଦେବା ଏପରି ଅନେକ ଶୈଳୀରେ ଶୁଭେଚ୍ଛା ଜଣାଉଛନ୍ତି । ଆଉ ଦେଖିବାକୁ ମିଳୁନି ନବବର୍ଷରେ ସେଇ ୫୦ ପଇସା ଗ୍ରୀଟିଙ୍ଗସ କାର୍ଡ ଆଉ ସେଥିରେ ପଛପଟେ ଲେଖାଥିବା କିଛି ଅଭିନନ୍ଦନ ବାର୍ତା । ଯେମିତି କି

୧. ମଣ୍ଡା ପିଠା ଗୋଲ ଗୋଲ ,ଗ୍ରୀଟିଙ୍ଗସ ଯାଉଛି କବାଟ ଖୋଲ

୨ . ଗାଡ଼ିଆରେ କେରାଣ୍ଡି ମାଛ , ସାଙ୍ଗ ତୁମେ କେମିତି ଅଛ

୩ . କଦଳୀ ପତର ଫଟା, ସାଙ୍ଗକୁ ମୋର ଟାଟା

୪ . କାଚ ଗିଲାସ ରେ ଲେମ୍ବୁ ଆଚାର ଗରିବ ସାଙ୍ଗକୁ କାହିଁ ପଚାର

୫ . ପର୍ବତ ଉପରେ ଘରେ କରିଥିଲି , ପବନ ଉଡାଇ ନେଲା , ତୁମପରି ସାଙ୍ଗ ପାଇଥିଲି , ଝୁରିଝୁରି ଦିନ ଗଲା

୬ . ସାରୁ ପତରରେ ପାଣି ପଡିଗଲେ ପାଣି ହୁଏ ଟଳମଳ , ତୁମ କଥା ମୋର ମାନେ ପଡିଗଲେ ଆଖି ହୁଏ ଛଳ ଛଳ

#TheNewsInsight

୭ . Sun ସିନା ଲୁଚିଯାଏ,Sky କେବେ ଲୁଚେନା.. ତୁମେ ସିନା ଭୁଲିଯାଅ,ମୁଁ କେବେ ଭୁଲେନା..

Support Independent Journalism? Keep us live.

୮ . ଉଡ଼ିଗଲା ଏରୋପ୍ଲେନ, ପଡିଗଲା ଛାଇ.. ଗରିବ ଘର ସାଙ୍ଗ ବୋଲି, ଭୁଲିଯିବ ନାଇଁ..

୯ . ଶିବଙ୍କ ମୁଣ୍ଡରେ ଫୁଲ ଚନ୍ଦନ, ଆପଣଙ୍କୁ ମୋର ନୂତନ ବର୍ଷର ଅଭିନନ୍ଦନ

୧୦ . ଗୋଲାପ ଗଛରେ ବହୁତ କଣ୍ଟା , ତୁମ କଥା ମାନେ ପଡେ ଘଣ୍ଟାକୁ ଘଣ୍ଟା

୧୧. ଟେବୁଲ ଉପରେ ଟମାଟୋ ଖଟା , ସାଙ୍ଗକୁ ମୋର ଠିଆ ଗୋଇଠା

୧୨ . ବାଡ଼ିରେ ଫଳିଛି ବାଇଗଣ , ସାଙ୍ଗକୁ ମୋର ଟେକିଆଣ

୧୩ . ହାତୀ ଚାଲେ ଦମ ଦମ , ସାଙ୍ଗକୁ ମୋର welcome

୧୪ . ଥାଳିରେ ମୋର ଫୁଲ ଚନ୍ଦନ , ସାଙ୍ଗକୁ ମୋର ଅଭିନନ୍ଦନ

୧୫ . one glass water ,one glass bear ,ohh my dear , happy new year

ଏମିତି ଅନେକ କିଛି ଲାଇନ ଆଉ ତା ସହିତ ନବବର୍ଷର ଅଭିନନ୍ଦନ ବାର୍ତ୍ତା । ସେହି କାର୍ଡ ରେ ଥିବା ଜଗନ୍ନାଥ , ଲକ୍ଷ୍ମୀ , ସେହିପରି କିଛି ହିରୋ ହିରୋଇନଙ୍କ ଫୋଟୋ ଖୁବ ଆକର୍ଷିତ କରୁଥିଲା ସମସ୍ତଙ୍କୁ । ନବବର୍ଷ ର ଯଦି ସମ୍ୟକ ଧାରଣା କଥା ଯଦି କୁହାଯାଏ  ତେବେ ପ୍ରତିଦିନ ମଣିଷ ପାଇଁ ନୂଆ ହୋଇଥାଏ ପ୍ରତି ସକାଳ ସମସ୍ତଙ୍କ ପାଇଁ ନୂଆ ଆଶା ଭରସା ନେଇ ଆସିଥାଏ ।  ସେମିତି ନୂଆ ବର୍ଷ ରେ ମଧ୍ୟ କିଛି ନୂଆ ଉଦ୍ଦୀପନ୍ନା , କିଛି ନୂଆ ବ୍ୟାକୁଳତା , କିଛି ନୂଆ ବ୍ୟଗ୍ରତା ନେଇ ଆସିବା ବୋଲି ସମସ୍ତଙ୍କ ମନରେ ଆଶା ରହିଛି  ସମସ୍ତେ ଜିରୋ ନାଇଟ ପାଳିବା ସହିତ ଜଣେ ଆଉ ଜଣଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ଆମେ ଆମ ପରମ୍ପରାକୁ ବଜାୟ ରଖିଛେ ଏହା ବି ଏକ ପରମ୍ପରା ଭାବେ ଆପଣେଇ ନେଇଛେ । ଏହାକୁ ଆମେ ଏଭଳି ପରମ୍ପରା ଭାବେ ଆପଣେଇ ନେଇଛେ ଯେ ପୂର୍ବରୁ ନବବର୍ଷ କହିଲେ ଯଦି ଆମେ ଗାଁ ଗହଳି କଥା ସହିତ ସହର କଥା କହିବା ସମସ୍ତେ ମେଳି ହୋଇ ଗାଁ ଭୋଜୀର ର ଆୟୋଜନ କରୁଥିଲେ . ବର୍ଷ ତମାମ ର ଦୁଃଖ କୁ ଭୁଲି ସମସ୍ତେ ଏକାଠି ହୋଇ ସେଲିବ୍ରେଟ କରୁଥିଲେ କିନ୍ତୁ ବର୍ତମାନ କରୋନା କଟକଣାର ବିଭୀଷିକା , ଗାଁ ପୁଅ ସହରୀ ମୁହାଁ ହୋଇ ଗାଁ ଛାଡ଼ିଛି ଆଉ ସେ ଆଗ ଭଳି ନବବର୍ଷ ର ଆନନ୍ଦ ଉତ୍ସାହ ନାହିଁ |

ବର୍ତ୍ତମାନ କେବଳ ପୂର୍ବରୁ ଯେଉଁ ସ୍ଥିତି ରହୁଥିଲା ଶୁଭେଚ୍ଛା ବାର୍ତା ସମସ୍ତେ ପତ୍ର ଆଉ ଚିଠି ମାଧ୍ୟମରେ ଦେଉଥିଲେ ଏବେ ତାହା ଫୋନ ମାଧ୍ୟମରେ । ଗୋଟେ ସ୍ଥାନ ରେ ଏକାଠି  ହୋଇ ନବବର୍ଷ ପାଳନ କରିବା ଆଉ ଦେଖିବାକୁ ମିଳୁନାହିଁ ।  ଏବେ କିନ୍ତୁ ନବବର୍ଷରେ ବନ୍ଧୁମିଳନ କାର୍ଯ୍ୟକ୍ରମ ପାଳିବା ନାଁରେ  କେକ କାଟିବା, ମିଠା ଖୁଆଇବା ଏବଂ ପୁଷ୍ପ ଗୁଚ୍ଛ ଦେବା ଇଏ ଏକ ନୂଆ ଟ୍ରେଣ୍ଡ ପାଲଟିଛି ।

ପାଶ୍ଚାତ୍ୟ ସଭ୍ୟତାର ଜାଲରେ ଫସି ଆମ ପିଲାବେଳର ସେହି ନୂଆବର୍ଷ ହେଇଯାଇଛି ବାଟବଣା ।  ସେହିଦିନଟିର ମହତ୍ଵ ଆଗ ଭଳି କାଇଁ ଆଉ ବୁଝା ପଡ଼ୁନି ।  ମଣିଷ ମଧ୍ୟ  ସମୟ ସହିତ ହୋଇଯାଇଛି ଅଭିମୁଖୀ । ନିଜକୁ ଏକରକମ ବାଧ୍ୟ କରିଦେଇଛି ନୂଆ ସଂସ୍କୃତିକୁ ଆପଣେଇବାରେ । ହଜିଯାଇଛି ସେ ଗ୍ରୀଟିଙ୍ଗସ ଦିଆନିଆର ପ୍ରଥା। ଲିଭି ଯାଇଛି ଲେଖନିରୁ କାଳୀ । କିନ୍ତୁ ଅତୀତ ସେ ସ୍ୱର୍ଣ୍ଣିମ ସ୍ମୃତି ଗୁଡିକ ଆଜି ବି ମସ୍ତିସ୍କର କେଉଁ ଏକ କୋଣରେ ସାଇତି ହୋଇ ରହିଛି ସ୍ମାରକୀ ସଦୃଶ ।

Comments are closed.