ଭୁବନେଶ୍ୱର-ରାଉରକେଲା ବିମାନସେବା: ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ସରକାରଙ୍କୁ ସମାଲୋଚନା

କେନ୍ଦ୍ର ସରକାରଙ୍କ ସହଯୋଗରେ ଭୁବନେଶ୍ୱର-ରାଉରକେଲା ବିମାନସେବା ଆରମ୍ଭ ହେବା ସତ୍ତ୍ୱେ ଓଡ଼ିଶା ସରକାରଙ୍କ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନ ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆନଯିବା କ୍ଷୋଭର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର ଠାରେ ଭୁବନେଶ୍ୱର-ରାଉରକେଲା ବିମାନସେବାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ରାଜନୈତିକ ବାଦ ବିବାଦ ରହିବ । କିନ୍ତୁ ରାଜ୍ୟର ମର୍ଯ୍ୟାଦା ଓ ସ୍ୱାର୍ଥ କଥା ଆସିଲେ ଆମ ସମସ୍ତଙ୍କୁ ଏକାଠୀ ହେବା ଦରକାର । ଆଜି ଖବରକାଗଜରେ ଭୁବନେଶ୍ୱର ଓ ରାଉରକେଲାକୁ ନେଇ ବିମାନସେବା ଶୁଭାରମ୍ଭର ଏକ ବିଜ୍ଞାପନ ଓଡ଼ିଶା ସରକାର ବାହାର କରିଛନ୍ତି । କିନ୍ତୁ ଖବରକାଗଜ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ କିମ୍ବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଦିଆଯାଇନାହିଁ । ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଛପାଯିବା ଉଚିତ୍ ଥିଲା ବୋଲି ସେ କହିଛନ୍ତି ।

ଭୁବନେଶ୍ୱର ଏୟାରପୋର୍ଟ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ ହେଲା । ଶ୍ରୀ ଅଟଳ ବିହାରୀ ବାଜପେୟୀ ଏହି ନିଷ୍ପତି ନେଇଥିଲେ । ସେତେବେଳେ ଏହାର ଲୋକାର୍ପଣ କରିବା ପାଇଁ ସାହାନଓ୍ୱାଜ ହୁସେନ୍ ଆସିଥିଲେ । ଏହା ଥିଲା ବାଜପେୟୀଙ୍କ ପରମ୍ପରା । ତେଣୁ ଯାହାଙ୍କ ପ୍ରଚେଷ୍ଟାରେ ରାଉରକେଲାକୁ ବିମାନ ଚଳାଚଳ ଆରମ୍ଭ ହୋଇଛି ତାଙ୍କୁ ଧନ୍ୟବାଦ ଦେଲେ ଭଲ ହୋଇଥାନ୍ତା । ଏତିକି କ’ଣ ଆମର ସୌଜନ୍ୟତା ରହିବା ଉଚିତ୍ ନୁହେଁ ? ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା, ଜ୍ୟୋତିରାଦିତ୍ୟଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ଯୋଡିବା କ’ଣ ଓଡ଼ିଆ ପରମ୍ପରା ନୁହେଁ ? ଓଡ଼ିଶା ପାଇଁ ଏହା ଭଲ ହେଲା ନାହିଁ ।

କେନ୍ଦ୍ର ସରକାରଙ୍କ ସହଯୋଗରେ ଭୁବନେଶ୍ୱର-ରାଉରକେଲା ବିମାନସେବା ଆରମ୍ଭ ହେବା ସତ୍ତ୍ୱେ ଓଡ଼ିଶା ସରକାରଙ୍କ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନ ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆନଯିବା କ୍ଷୋଭର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Support Independent Journalism? Keep us live.

ସେହିପରି କଟକରେ ବାଲିଯାତ୍ରା ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ବାଲିରେ ଥିବା ବେଳେ ବାଲିଯାତ୍ରାର ହଜାର ହଜାର ବର୍ଷର କଥାକୁ ମନେ ପକାଇଲେ । ସେତେବେଳେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆନଯିବା ମଧ୍ୟ ଦୁଃଖର ବିଷୟ ।

ଏହାବ୍ୟତିତ ଓଡ଼ିଶାର ଲୋକ ମାନଙ୍କ ପାଇଁ ନିରନ୍ତର ଯୋଗାଯୋଗକୁ ସୁନିଶ୍ଚିତ କରିବା ସହ ଦୁଇ ସ୍ମାର୍ଟ ସିଟି ମଧ୍ୟରେ ବିମାନ ଚଳାଚଳର ବ୍ୟବସ୍ଥା ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ଶ୍ରୀ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ପର୍ଯ୍ୟାନ୍ତ ବିମାନସେବା ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଓଡ଼ିଶା ପାଇଁ ଆଜି ଏକ ଶୁଭ ଦିନ । ଆଜିର ଏହି ପଦକ୍ଷେପ ଦ୍ୱାରା ପୂର୍ବୋଦୟ ଓ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଗୋଟିଏ ପାଦ ଆଗକୁ ବଢିଲା । ପ୍ରଧାନମନ୍ତ୍ରୀଙ୍କ ‘ଉଡେ ଦେଶ କା ଆମ ନାଗରିକ’-ଉଡାନ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି ।

ଭୁବନେଶ୍ୱର ଏବଂ ଉସ୍ପାତ୍ ସହର ରାଉରକେଲାକୁ ବିମାନ ଚଳାଚଳ ଦ୍ୱାରା ଅନେକ ସମ୍ଭାବନା ତିଆରି ହୋଇଛି । ରାଉରକେଲା ହେଉଛି ଔଦ୍ୟୋଗିକ କେନ୍ଦ୍ର । ବିମାନସେବା ଦ୍ୱାରା ରାଉରକେଲାର ଶ୍ରୀବୃଦ୍ଧି ହେବ । ଏହା ଦ୍ୱାରା ଓଡ଼ିଶା ସମେତ ଦେଶର ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଘଟିବ । ଦୁଇ ସହର ମଧ୍ୟରେ ବିମାନସେବା ଖଣି ସମୃଦ୍ଧ ଅଞ୍ଚଳର ସାମାଜିକ – ଅର୍ଥନୈତିକ କାର୍ଯ୍ୟକୁ ତ୍ୱରାନିତ କରିବ ଏବଂ ଉତ୍ତମ ଯୋଗାଯୋଗକୁ ସୁଦୃଢ଼ କରିବ । ବିଶେଷ ଭାବରେ ରାଉରକେଲାରେ ଆନ୍ସିଲାରୀ ଶିଳ୍ପର ଅଭିବୃଦ୍ଧି ଘଟିବ । ପର୍ଯ୍ୟଟନ ଓ ରୋଜଗାର ବଢାଇବା ସହ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣରେ ବୃଦ୍ଧି ଘଟିବ ।

ଭୁବନେଶ୍ୱରରେ ୫ଜି ଲୋକାର୍ପିତ ହୋଇଥିବାବେଳେ ଖୁବ ଶୀଘ୍ର ରାଉରକେଲାରେ ଏହି ନେଟଓ୍ୱାର୍କର ସଂପ୍ରସାରଣ ହେବା ନେଇ ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ଯୋଜନା ହେଉଛି । ମୋଦିଙ୍କ ଯୋଜନାରେ ସାଧାରଣ ଲୋକଙ୍କ କଲ୍ୟାଣ ଅନ୍ତର୍ନିହିତ ଅଛି । ଫିଜିକାଲ ଓ ଭର୍ଚ୍ଚୁଆଲ କନେକ୍ଟିଭିଟି ଉପରେ ପ୍ରାଥମିକତା ଦିଆଯାଉଛି । ହାଇ ଓ୍ୱେ, ଏୟାର ଓ୍ୱେ, ଇ ଓ୍ୱେ, ଓ୍ୱାଟର ଓ୍ୱେ କ୍ଷେତ୍ରରେ ଯୋଗାଯୋଗ ସ୍ଥାପନକୁ ସୁଦୃଢ଼ କରିବା ପାଇଁ ମୋଦି ସରକାର କଟିବଦ୍ଧ । ସ୍ୱାଧୀନତା ପରେ ପୂର୍ବ ଭାରତ ପ୍ରତି ଥିବା ଅବହେଳାକୁ ଦୂର କରିବାର ସମୟ ଆସିଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Comments are closed.