ବିଜୁ ଜନତା ଦଳ – ଓଡ଼ିଶା ରାଜନୀତିରେ ୨୫ ବର୍ଷ

ତାଳବଣିଆରେ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସଭାସ୍ଥଳରେ ବଡ଼ ବଡ଼ ଟେଣ୍ଟ୍‌ ବନ୍ଧାଯାଇଛି। ସଭାସ୍ଥଳ, ପାର୍କିଂ, ଭୋଜନ ଆଦି ପାଇଁ ଭିନ୍ନ ଭିନ୍ନ ଟେଣ୍ଟ୍‌ର ବ୍ୟବସ୍ଥା କରାଯାଇଛି।

ବିଜୁ ଜନତା ଦଳକୁ ପୁରିଲା ୨୫ ବର୍ଷ। ଓଡ଼ିଶାରେ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଆଞ୍ଚଳିକ ଦଳ ତୁଳନାରେ ବିଜେଡି ହିଁ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି। ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଗଢ଼ାଯାଇଥିବା ଏହି ଆଞ୍ଚଳିକ ଦଳ ୨୫ ବର୍ଷ ଭିତରେ ଅନେକ ରେକର୍ଡ ସୃଷ୍ଟି କରିସାରିଲାଣି। ଦଳର ବୟସ ଯେତେ ବଢ଼ୁଛି, ନିର୍ବାଚନୀ ରାଜନୀତିରେ ସେତିକି ଅଧିକ ସଫଳତା ସାଉଁଟି ଚାଲିଛି। ଦେଶରେ ଯେ କୌଣସି ଆଞ୍ଚଳିକ ଦଳ ପାଇଁ ଏହା ଏକ ବଡ଼ ଉପଲବ୍ଧି। ଏହି ସଫଳତା ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଜାତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରରେ ରଖିଛି।

ନବୀନ ପଟ୍ଟନାୟକ ଆଜି କେବଳ ଓଡ଼ିଶାର ୫ କୋଟିରୁ ଊର୍ଦ୍ଧ ଓଡ଼ିଶାବାସୀ କିମ୍ବା ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କର ପ୍ରିୟତମ ନେତା ନୁହନ୍ତି ଭାରତବର୍ଷର ରାଜନୀତିର ଦିଗ୍‌ବଳୟରେ ଜଣେ ପ୍ରଶଂସିତ ନେତୃତ୍ବ।

Support Independent Journalism? Keep us live.

ବିଜେଡି ତା’ର ୨୫ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି। ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆଠାରେ ରାଜ୍ୟସ୍ତରୀୟ ସମା‌ବେଶ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ହଜାର କର୍ମକର୍ତ୍ତା ଯୋଗଦେବେ। ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ କରିବେ।

ତାଳବଣିଆରେ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସଭାସ୍ଥଳରେ ବଡ଼ ବଡ଼ ଟେଣ୍ଟ୍‌ ବନ୍ଧାଯାଇଛି। ସଭାସ୍ଥଳ, ପାର୍କିଂ, ଭୋଜନ ଆଦି ପାଇଁ ଭିନ୍ନ ଭିନ୍ନ ଟେଣ୍ଟ୍‌ର ବ୍ୟବସ୍ଥା କରାଯାଇଛି। ଯେହେତୁ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନିଜେ ଯୋଗଦେବେ, ‌ସେଦୃଷ୍ଟିରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବିଶେଷ କରି ତାଳବଣିଆ ପଡ଼ିଆକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ କେଉଁଠି ଓ‌ହ୍ଲାଇବେ, ଯେଉଁ ରାସ୍ତାରେ ସଭାସ୍ଥଳକୁ ଯିବେ, ତାର ରୁଟ୍‌ ମ୍ୟାପ ପ୍ରସ୍ତୁତ କରାଯାଇଛି। ସେପଟେ ବହୁ ବରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ ବି ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଆଜି ପୁରୀ‌ରେ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Comments are closed.