ଆସନ୍ତା ୨୬ ତାରିଖରେ ମୁହାଁମୁହିଁ ହେବେ ବିଜେଡି- ବିଜେପି; ବିଜେପି କରିବ ସତ୍ୟାଗ୍ରହ

ଆସନ୍ତା ୨୬ତାରିଖରେ ରାଜ୍ୟରେ ଦେଖିବାକୁ ମିଳିବ ବିଜେଡି ବିଜେପି ରାଜନୀତି।

ଇନସାଇଟ ବ୍ୟୁରୋ: ଆସନ୍ତା ୨୬ତାରିଖରେ ରାଜ୍ୟରେ ଦେଖିବାକୁ ମିଳିବ ବିଜେଡ଼ି ବିଜେପି ରାଜନୀତି। ପୁରୀରେ ବିଜେଡି ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସିଲଭର ଜୁବଲି ପାଳନ କରିବାକୁ ଯାଉଛି ସେପଟେ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବାକୁ ନିର୍ଣ୍ଣୟ ନେଇଛି। ବିଜେଡି ସିଲଭର ଜୁବଲି ପାଳନ ନେଇ ଜୋରସୋରରେ ପ୍ରସ୍ତୁତି ଚଳାଇଥିବାବେଳେ, ସବୁ ମଣ୍ଡଳରେ ସେହିଦିନ ମହାପୁରୁଷଙ୍କ ପ୍ରତିମୂର୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରାଯିବ ବୋଲି ସୂଚନା ଦେଇଛି ବିଜେପି ।

ଶାସକ ବିଜେଡିର ନେତା, ମନ୍ତ୍ରୀ, ବିଧାୟକମାନେ ଆଜି ହତ୍ୟା, ଯୌନ କେଳେଙ୍କାରୀର କାର୍ପଟଦାର ଏବଂ ମହିଳା ବିରୋଧୀ ହିଂସାର ମୁଖ୍ୟ ଖଳନାୟକ ସାଜିବା ରାଜ୍ୟ ସରକାରଙ୍କ ସବୁଠୁ ବଡ ଉପଲବ୍ଧି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

Support Independent Journalism? Keep us live.

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ବିଜେଡିର ମୁଖା ଖୋଲିଯିବା ଭୟରେ କିଛି ଦିନ ତଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଦିବ୍ୟଶଂକରଙ୍କ ଘନିଷ୍ଠ ସହଯୋଗୀ ଗୋବିନ୍ଦ ସାହୁଙ୍କୁ ଜେଲ ଭିତରେ ପୋଲିସ ସାହାଯ୍ୟରେ ହତ୍ୟା କରାଗଲା ।

ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମଗିରି ବିଧାୟକ ତଥା ରାଜ୍ୟ ଉପସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ନୟାଗଡର ପରୀ ହତ୍ୟା ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁଙ୍କ ସଂପୃକ୍ତି ସଂପର୍କରେ ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିବା ସହିତ ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ଘଟଣାରେ ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲୋକ ଲୋଚନକୁ ଆସିପାରିଲା ନାହିଁ । ଏପରିକି ବିଜେଡି ମୁଖିଆ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଲେ ନାହିଁ । ପ୍ରମାଣ ନଷ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ବିଜୁ ଜନତା ଦଳର କ୍ରମାଗତ ଶାସନରେ ଆଜି ଓଡିଶା ମହିଳା ବିରୋଧୀ ହିଂସାର ସମସ୍ତ ମାପଦଣ୍ଡରେ ଦେଶର ପ୍ରଥମ ୫ଟି ରାଜ୍ୟ ଭିତରେ ଆସିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Comments are closed.