ଜାନୁଆରୀ 4ରୁ 11 ଦିନ ଯାଏଁ ଭିତରକନିକା ବନ୍ଦ

ଜାନୁଆରୀ 4 ତାରିଖରୁ 11 ଦିନ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଓ ବାହାରେ ଥିବା ନଦୀ ନାଳ ଗୁଡିକରେ ଥିବା ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।

Support Independent Journalism? Keep us live.

ଜାନୁଆରୀ 4ରୁ 14 ତାରିଖ 11 ଦିନ ଧରି କୁମ୍ଭୀରମାନଙ୍କର ଗଣନା କରାଯିବ । ଏହି 11 ଦିନ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏବଂ ଜାନୁଆରୀ ୧୫ରେ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ସୂଚନା ରହିଛି । କୁମ୍ଭୀରମାନଙ୍କୁ ପାଖରୁ ଦେଖିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ପ୍ରତିବର୍ଷ ଦେଶ ଓ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ଭିତରକନିକାକୁ ଛୁଟି ଆସନ୍ତି ।

ବନ କର୍ମଚାରୀ ମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ଭିତରକନିକାରେ ଜାନୁଆରୀ ୨୦୨୨ରେ ହୋଇଥିବା ଗଣନା ଅନୁସାରେ ୧୭୮୪ ବଉଳା କୁମ୍ଭୀର ଅଛନ୍ତି । ଚଳିତ ବର୍ଷ ଏହି ସଂଖ୍ୟା ବଢ଼ୁଛି ନା କମୁଛି ତାହା ଗଣନା ପରେ ଜଣାପଡିବ ।

ସୂଚନାଯୋଗ୍ୟ, ୧୯୭୦ ମସିହାର ସର୍ଭେ ଅନୁଯାୟୀ ଦେଶରେ କୁମ୍ଭୀର ମାନଙ୍କ ସଂଖ୍ୟା ବେଶ କମ ଥିଲା । ତେଣୁ କୁମ୍ଭୀରମାନଙ୍କର ବଂଶ ବୃଦ୍ଧି ଓ ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଯୋଜନା ଅନୁଯାୟୀ ଜଣାଶୁଣା ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡକ୍ଟର. ଏଚ୍.ଆର୍. ବଷ୍ଟାର୍ଡ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ । ପରେ ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ସରକାରୀ ଅନୁଦାନରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଠନ ହୋଇଥିଲା । ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ସଂଖ୍ୟା ୧୭୮୪ରେ ପହଞ୍ଚିଛି ।

Comments are closed.