ଓଡ଼ିଶା-ମୋ ପରିବାର ସହାୟତାରେ BSKY ଦ୍ୱାରା ନୂଆ ଜୀବନ ମିଳିଲା ନିରଞ୍ଜନଙ୍କୁ

ନିରଞ୍ଜନ ପରିବାରରେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହୋଇଥିବାରୁ ତାଙ୍କ ପରବର୍ତ୍ତୀ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ପରିବାରସଦସ୍ୟ ଅସମର୍ଥ ଥିଲେ ଏବଂ ଅସହାୟ ହୋଇ ଓଡ଼ିଶା-ମୋ ପରିବାରକୁ ଯୋଗାଯୋଗ କରିଥିଲେ । 

ନୂଆ ଜୀବନ ଦେଲା ଓଡ଼ିଶା ମୋ ପରିବାର। ଜଣେ ବ୍ୟକ୍ତିଙ୍କ ଜୀବନକୁ ଆଲୋକମୟ କଲା ଓଡ଼ିଶା ମୋ ପରିବାର। ନିକଟରେ କିଛି ଅଭାବରୁ ନିଜର ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବାକୁ ଭୟ କରୁଥିଲେ ନିରଞ୍ଜନ । ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର, ଅସ୍ତ୍ରୋପଚାର ସଫଳ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ ସେ ।

ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ, ଡ଼େରାବିଶ ବ୍ଲକର ୫୩ବର୍ଷିୟ ନିରଞ୍ଜନ ସାହୁ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରନ୍ତି । ପରିବାର କହିଲେ, ତାଙ୍କ ପତ୍ନୀ ଏବଂ ଗୋଟେ ଝିଅ । କିଛି ମାସ ପୂର୍ବରୁ ହଠାତ୍ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଚିକିତ୍ସା ନିମନ୍ତେ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ସେଠାରେ କିଛି ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ତାଙ୍କର ଅନେକ ପଇସା ଖର୍ଚ୍ଚ ହୋଇଯାଇଥିଲା ।

ନିରଞ୍ଜନ ପରିବାରରେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହୋଇଥିବାରୁ ତାଙ୍କ ପରବର୍ତ୍ତୀ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ପରିବାରସଦସ୍ୟ ଅସମର୍ଥ ଥିଲେ ଏବଂ ଅସହାୟ ହୋଇ ଓଡ଼ିଶା-ମୋ ପରିବାରକୁ ଯୋଗାଯୋଗ କରିଥିଲେ ।

Support Independent Journalism? Keep us live.

ଘଟଣା ସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ସମ୍ ହସ୍ପିଟାଲରେ ଥିବା ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ରଶ୍ମି ରଞ୍ଜନ ପ୍ରଧାନ ତାଙ୍କୁ ସମ୍ ହସ୍ପିଟାଲକୁ ଆସିବାରେ ସାହାଯ୍ୟ କରିଥିଲେ ଏବଂ ହସ୍ପିଟାଲରେ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଜଣା ପଡ଼ିଥିଲା ଯେ,ତାଙ୍କ ଖାଦ୍ୟନଳୀରେ ଏକ ମାଂସ ବଢିଥିଲା ଏବଂ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ । ଅସ୍ତ୍ରୋପଚାର ସମୟରେ ତାଙ୍କ ହିମୋଗ୍ଲୋବିନ୍ ସ୍ତର ହ୍ରାସ ପାଇବାରୁ ଜରୁରୀ ରକ୍ତର ଆବଶ୍ୟକତା ଥିଲା । ଓଡ଼ିଶା-ମୋ ପରିବାର ପକ୍ଷରୁ ତାଙ୍କୁ ୩ୟୁନିଟ୍ ରକ୍ତ ମଧ୍ୟ ଯୋଗାଇ ଦିଆଯାଇଥିଲା । ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ବହନ କରାଇବା ପାଇଁ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସଂଯୋଜନା କରିଥିଲେ । ଶେଷରେ ଅସ୍ତ୍ରୋପଚାର ସଫଳ ହୋଇଥିଲା ।

ଆଜି ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ଘରକୁ ଫେରିବା ପାଇଁ ଅସମର୍ଥ ଥିଲେ । ଏ ସମ୍ପର୍କରେ ସ୍ଥାନୀୟ ବିଧାୟିକା ଶ୍ରୀମତି ସାବିତ୍ରୀ ଅଗ୍ରୱାଲା ଖବର ପାଇବା ପରେ ସେ ନିରଞ୍ଜନ ଏବଂ ତାଙ୍କ ପରିବାର ସଦସ୍ୟ ଘରକୁ ଫେରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଏ ସମସ୍ତ ପ୍ରକ୍ରିୟାକୁ ଉଭୟ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ, ରଶ୍ମି ରଞ୍ଜନ ପ୍ରଧାନ ଓ ଆଲୋକ ସାହୁ ସଂଯୋଜନା କରିଥିଲେ ।

ସେ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ସମୟରେ ବିଧାୟିକାଙ୍କ ପ୍ରତିନିଧି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସଞ୍ଜୟ ଅଗ୍ରୱାଲାଙ୍କ ସମେତ ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ଦୀପକ ମହାପାତ୍ର ଏବଂ ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.