ଭାରତ ଜି-୨୦ ଉପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତ ଜି-୨୦ କଥାବସ୍ତୁକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତ ଜି-୨୦ କଥାବସ୍ତୁକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Support Independent Journalism? Keep us live.

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଭାରତର ଜି -୨୦ ଅଧ୍ୟକ୍ଷତାକୁ ନେଇ ଓଡ଼ିଶାର ଗ୍ରାମାଞ୍ଚଳରେ ଉତ୍ସାହ ଦେଖି ଆନନ୍ଦିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲାର ‘ଆମେ ପ୍ରୟାସ’ ନାମକ ଏକ ସାମାଜିକ ସଂଗଠନ ଭାରତ ଜି-୨୦ ପ୍ରସଙ୍ଗରେ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ, ବକ୍ତୃତା ଏବଂ ପ୍ରଶ୍ନତ୍ତୋର ପ୍ରତିଯୋଗିତା ଆୟୋଜନ କରିଛି । ଏହି ପ୍ରତିଯୋଗିତାରେ ୩୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ଖୁସିର ବିଷୟ । ସେହିପରି ସାରା ରାଜ୍ୟରେ ସଂଗଠନ ପକ୍ଷରୁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ବିଭିନ୍ନ ଗଠନମୂଳକ ପଦକ୍ଷେପ ନିଆଯିବା ସହ ସମଗ୍ର ରାଜ୍ୟରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଉଛି ।

ଏହି ପଦକ୍ଷେପକୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶର ଜଣେ ନାଗରିକ ଭାବରେ ଭାରତର ଜି-୨୦ ଅଧ୍ୟକ୍ଷତା ଭାବେ ଏଥିରେ ଆମେ ସମସ୍ତେ ଅଂଶୀଦାର । ଭାରତ ଜି-୨୦ ସହ ଲୋକଙ୍କୁ ଯୋଡ଼ିବା ଏବଂ ଯୋଗଦାନକୁ ବଢାଇବା ଆମର ସାମୂହିକ ଦାୟିତ୍ୱ । ବିଶ୍ୱରେ ଭାରତର ଶକ୍ତି, ବିବିଧତା, ପରମ୍ପରା ଏବଂ ସଫଳତାକୁ ପ୍ରଦର୍ଶନ କରିବା ପାଇଁ ଏହି ଆନ୍ଦୋଳନରେ ସମସ୍ତେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

Comments are closed.