ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ ଆମର ମୁଖ୍ୟ ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୨୦୨୩ ବର୍ଷ ଓଡ଼ିଶା ଏବଂ ଆମ ଦଳ ବିଜେପି ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ ।

ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ବୁଥ ସ୍ତରରେ ସଂଗଠନକୁ ମଜଭୂତ କରିବା ସହ ଦୁଇ ସୂତ୍ରୀ ଉପାୟକୁ ଆଧାର କରି ନିର୍ବାଚନ ଲଢିବ । ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ କରିବା ଆମ ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ଗଣମାଧ୍ୟମର ଏ ସମ୍ପର୍କୀତ ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Support Independent Journalism? Keep us live.

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୨୦୨୩ ବର୍ଷ ଓଡ଼ିଶା ଏବଂ ଆମ ଦଳ ବିଜେପି ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ । ଏକ ଦାୟିତ୍ୱସମ୍ପନ୍ନ ଓ କ୍ରମବର୍ଦ୍ଧିଷ୍ଣୁ ଶକ୍ତିଶାଳୀ ସଂଗଠନ ଭାବରେ ଆମ ଦଳ ନିର୍ବାଚନରେ ପ୍ରଥମତଃ ଗରିବ, ମହିଳା, ଜନଜାତି ଏବଂ ଯୁବବର୍ଗଙ୍କର ଥିବା ଆକାଂକ୍ଷାକୁ ପ୍ରତିନିଧିତ୍ୱ କରିବ । ସ୍ଥାନୀୟ ସରକାର ବିରୋଧରେ ଥିବା ଅବ୍ୟବସ୍ଥା ଓ ଅସନ୍ତୋଷର ମୁଖର ପ୍ରବକ୍ତା ହେବ । ଦ୍ୱିତୀୟତଃ ସୁଦୃଢ଼ ଜନସଂଗଠନ ପାଇଁ ଉଦ୍ୟମ କରାଯିବ । ରାଜ୍ୟର ୩୭ ହଜାରୁ ଉର୍ଦ୍ଧ୍ୱ ବୁଥରେ ସଂଗଠନାତ୍ମକ କାର୍ଯ୍ୟକୁ ଅଧିକ ମଜଭୂତ୍ କରାଯିବ । ଏହି ଦୁଇ ସୂତ୍ରୀ ଫର୍ମୁଲା ବିଜେପି ଏଜେଣ୍ଡାରେ ରହିଛି ।

ଏହାବ୍ୟତିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବାର୍ତ୍ତାକୁ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପହଞ୍ଚାଯିବ । ଏଥିପାଇଁ ଦଳ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି । ବିଶେଷ ଭାବରେ କାର୍ଯ୍ୟକ୍ରମ ଏବଂ ପ୍ରବାସ ମାଧ୍ୟମରେ ଲୋକଙ୍କ ପାଖରେ ସବୁ ବାର୍ତ୍ତା ପହଞ୍ଚାଯିବ । ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ ବିଜେପିର ମୁଖ୍ୟ ଲକ୍ଷ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Comments are closed.