କମିବ କି ପେଟ୍ରୋଲ ଓ ଡିଜେଲ ଦର ?

ବଢ଼ୁଥିବା କରୋନା ଭାଇରସକୁ ନେଇ ଆଜି ହୋଇଥିବା ମିଟିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଢ଼ୁଥିବା ପେଟ୍ରାଲ୍ ଦର ଉପରେ ନିଜ ବିବୃତ୍ତି ଦେଇଥିଲେ । ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ପାଇଁ ରାଜ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି ସେ ।

Insight Bureau:  ଗତ କିଛି ମାସ ହେବ ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର ।  ଯେଉଁଥିପାଇଁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଲେଣି । ବଢ଼ୁଥିବା କରୋନା ଭାଇରସକୁ ନେଇ ଆଜି ହୋଇଥିବା ମିଟିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଢ଼ୁଥିବା ପେଟ୍ରାଲ୍ ଏବଂ ଡିଜେଲ ଦର ଉପରେ ନିଜ ବିବୃତ୍ତି ଦେଇଥିଲେ ।

ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାକୁ ନେଇ ପ୍ରଧାନମନ୍ତ୍ରୀ ଆହୁରୀ କହିଥିଲେ ଯେ, ଲୋକଙ୍କ ଉପରେ ବୋଝ କମ୍ କରିବାକୁ କେନ୍ଦ୍ର ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ। ସେତେବେଳେ ରାଜ୍ୟ ସରକାର ଭାଟ୍ କମାଇଥିଲେ । କିଛି ରାଜ୍ୟ ସେତେବେଳେ ଭାଟ୍ କମାଇଥିଲେ କିନ୍ତୁ କିଛି ରାଜ୍ୟ କମାଇ ନ ଥିଲେ । ଏହି କାରଣରୁ ସେହିସବୁ ରାଜ୍ୟରେ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି । ଏହା ଦ୍ବାରା ଅନ୍ୟ ରାଜ୍ୟକୁ ଯାଉଥିବା ଚାଳକ ଅଧିକା ଟଙ୍କା ଦେଇ ପେଟ୍ରୋଲ ଏବଂ ଡିଜେଲ ପକାଇବାକୁ ପଡୁଛି । ଏବେ ଯଦି କିଛି ରାଜ୍ୟ ଭାଟ୍ କମାନ୍ତି ତାହାଲେ ସାଧାରଣ ଲୋକଙ୍କୁ ଟିକିଏ ଆଶ୍ବସ୍ଥି ମିଳିବ ।

Some error occurred

Support Independent Journalism? Keep us live.

ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ଆଜି ରାଜ୍ୟମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କେନ୍ଦ୍ର ସରକାର ଗତ ବର୍ଷ ନଭେମ୍ବରରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । କିନ୍ତୁ ସେହି ସମୟରେ ଅନେକ ରାଜ୍ୟ ପେଟ୍ରୋଲ-ଡିଜେଲ ଉପରୁ ଟିକସ କମାଇନଥିଲେ ।

ଆଜି ଏ ନେଇ ସେ ରାଜ୍ୟମାନଙ୍କୁ ଅନୁରୋଧ କରି ସେ କହିଛନ୍ତି ଯେ ବିଶ୍ୱ ସଙ୍କଟ ସମୟରେ କେନ୍ଦ୍ର ଏବଂ ରାଜ୍ୟ ମିଳିମିଶି ଆଗକୁ ବଢ଼ିବା ଉଚିତ । ଭାରତ ସରକାରଙ୍କ ଆୟ କରୁଥିବା ରାଜସ୍ୱର ୪୨ ପ୍ରତିଶତ ରାଜ୍ୟ ମାନଙ୍କୁ ଯାଉଛି । ବିଶ୍ୱ ସଙ୍କଟ ସମୟରେ ଏକ ଟିମ୍ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.