ଦୁର୍ଦ୍ଦାନ୍ତ ନକ୍ସଲ ଚାଣ୍ଟିକୁ ଗିରଫ କଲା ଏନ୍‌ଆଇଏ

ସ୍ୱାଭିମାନ ଅଂଚଳରୁ ଦୁର୍ଦ୍ଦାନ୍ତ ମାଓବାଦୀ ଚାଣ୍ଟି ଗିରଫ ହୋଇଛି। ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନ୍‌ଆଇଏ) ରଞ୍ଜୁଖିଲ ଓରଫ ଚାଣ୍ଟିକୁ ଗିରଫ କରିଥିବା ଜଣାଯାଇଛି।

ସ୍ୱାଭିମାନ ଅଂଚଳରୁ ଦୁର୍ଦ୍ଦାନ୍ତ ମାଓବାଦୀ ଚାଣ୍ଟି ଗିରଫ ହୋଇଛି। ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନ୍‌ଆଇଏ) ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କରିଥିବା ଜଣାଯାଇଛି। ୨୦୧୨ ମସିହା ଜୁଲାଇ ମାସରେ ବିଏସଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ୪ ଯବାନ ସହିଦ ହୋଇଥିଲେ। ଏହି ଘଟଣାରେ ଚାଣ୍ଟି ସାମିଲ ଥିବା ସୂଚନା ରହିଛି । ଏହାପରେ ୨୦୧୩ ମସିହାରେ ଚାଣ୍ଟିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ୨୦୧୮ ମସିହାରେ ବେଲରେ ବାହାରିଥିଲା ଓ ପରେ ଆଉ କୋର୍ଟରେ ହାଜର ହେଉନଥିଲା।

Some error occurred

Support Independent Journalism? Keep us live.

ବିଏସଏଫ୍ ଯବାନଙ୍କ ହତ୍ୟା ଘଟଣାରେ ଏନ୍‌ଆଇଏ ପକ୍ଷରୁ ମାମଲା ରୁଜୁ କରାଯିବା ସହ ଚାଣ୍ଟିକୁ ଖୋଜୁଥିଲା ଏନ୍‌ଆଇଏ। ଆଜି ଏନ୍‌ଆଇଏର ଏକ ଟିମ ସ୍ୱାଭିମାନ ଅଂଚଳରୁ ଚାଣ୍ଟିକୁ ଗିରଫ କରିଛି। ଓଡ଼ିଶା ପୁଲିସ ସହାୟତାରେ ଏହି ଗିରଫଦାରୀ ହୋଇଛି । ଚାଣ୍ଟି ନାମରେ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା।

ପୂର୍ବରୁ ମଧ୍ୟ ମାଲକାନଗିରି ପୁଲିସ ଚାଣ୍ଟିକୁ ଗିରଫ କରିଥିବା ବେଳେ ଏବେ ସେ ବେଲ୍‌ରେ ଥିଲା। କିଛିଦିନ ତଳେ ଏନ୍‌ଆଇଏ ପକ୍ଷରୁ ଚାଣ୍ଟି ସହ ୪ଜଣଙ୍କର ମାଓବାଦୀଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା।

Comments are closed.