ଅଡ଼ୁଆରେ ନିତ୍ୟାନନ୍ଦ ଗଣ୍ଡ; ଏକା ସମ୍ଭାଳି ପାରୁନାହାଁନ୍ତି
ନିତ୍ୟାନନ୍ଦ ଗଣ୍ଡ ଅତ୍ୟନ୍ତ ଭଦ୍ର ଓ ସରଳ ବ୍ୟକ୍ତି, କିନ୍ତୁ ରାଜନୀତିରେ ପଶାପାଲିରେ ଅଫିସର ରାଜକୁ ହଟେଇବା ତାଙ୍କ ପାଇଁ ଏତେ ସହଜ ନୁହେଁ ।
ବିଜେପି ସରକାରରେ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । କିନ୍ତୁ ତିନି ତିନିଟି ବିଭାଗ ସମ୍ଭାଳିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଲାଣି।
ନିତ୍ୟାନନ୍ଦ ଗଣ୍ଡ ଅତ୍ୟନ୍ତ ଭଦ୍ର ଓ ସରଳ ବ୍ୟକ୍ତି, କିନ୍ତୁ ରାଜନୀତିରେ ପଶାପାଲିରେ ଅଫିସର ରାଜକୁ ହଟେଇବା ତାଙ୍କ ପାଇଁ ଏତେ ସହଜ ନୁହେଁ ।
ବିଜେଡି ସରକାରରେ କ୍ଷମତାକୁ ଉପଭୋଗ କରୁଥିବା ଚାଲୁ ଓ କୁଟିଳ ଅଫିସରଙ୍କ ପାଇଁ ନିତ୍ୟାନନ୍ଦଙ୍କ ଭଳି ବ୍ୟକ୍ତିଙ୍କୁ ଭୁଆଁ ବୁଲାଇବା କିଛି କଷ୍ଟ କଥା ନୁହେଁ । ଅଫିସର ମାନେ ମଲେଇ ଖାଇବେ, କିନ୍ତୁ ବଦନାମ ହେବେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସରକାର ।
ଆରପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବି ସମ୍ଭାଳିବା ପାଇଁ ମଧ୍ୟ କଷ୍ଟକର। କାରଣ ଏହି ବିଭାଗରେ ଅନେକ ପ୍ରକାରର ଦୁର୍ନୀତି ହୋଇଥାଏ। ଶିକ୍ଷକ ମାନଙ୍କ ଦରମା ସମସ୍ୟା ବହୁତ । ନୂତନ ନିଯୁକ୍ତି ହେଉ କିମ୍ବା ବଦଳି ସବୁ ଜାଗାରେ ଦୁର୍ନୀତି। ଜଣେ ଅନଭିଜ୍ଞ ନେତା ଏହାକୁ ସମ୍ଭାଳିବା ମଧ୍ୟ କଷ୍ଟକର। ଏହି ବିଭାଗ ପାଇଁ ଏମିତି କିଛି ଟାଣୁଆ ନେତା ଯଥା ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନଙ୍କ ଭଳିଆ ହେଲେ ବିଭାଗଟି ସୁରୁଖୁରୁରେ ଚାଲିବ। ନଚେତ୍ କୌଣସି ଟାଣୁଆ ଯୁବ ନେତା ବି ଏ ବିଭାଗକୁ ଚଳେଇବାରେ ସମର୍ଥ ହେଇପାରନ୍ତି । ଇକୋସିଷ୍ଟମ ରେ ଥିବା କିଛି ଅଫିସରଙ୍କୁ ସାବାଡ଼ କରିବା ସମୟ ବି ଆସିଯାଇଛି ।
ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ସମନ ପାଇଥିବା ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କ ପାଇଁ ନିତ୍ୟାନନ୍ଦ ଗଣ୍ଡ ଅଡ଼ୁଆରେ । ବାବୁଙ୍କୁ ଜେରା କରିବାକୁ ସିବିଆଇ ଟିମ ପ୍ରସ୍ତୁତ, ପ୍ରଶ୍ନ ବି ପ୍ରସ୍ତୁତ । ହେଲେ ବିଷ୍ଣୁପଦଙ୍କ ହାଜରକୁ ନେଇ ସସପେନ୍ସ ବଢୁଛି। IASଙ୍କ ଟେଣ୍ଡର ଫିକ୍ସିଂ ଲିଙ୍କ ସନ୍ଦେହ ପରେ ଏବେ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି।
ସେପଟେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଏ ସରକାରର କିଛି ହୋଇନି ବରଂ ଗତ ସରକାର ଥିବା ସମୟରେ କାର୍ଯ୍ୟରେ ଅନିୟମିତତା ବାହାରୁଛି। କିନ୍ତୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ଜାରି ହୋଇଥିବା ଏକ ଚିଠି ଅନୁସାରେ ବିଷ୍ଣୁପଦ ସେଠୀ ଅକ୍ଟୋବର ୧୯ ତାରିଖରେ ସିବିଆଇ ଜାଲରେ ପଡ଼ିଥିବା ବ୍ରିଜ ଓ ରୁଫ କମ୍ପାନୀକୁ ନୂଆ କାମ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ସଚିବ କଣ ମନ୍ତ୍ରୀଙ୍କ ଅଗୋଚରରେ ଏହା କରିଥଲେ ? ମନ୍ତ୍ରୀ ଏତେ ବଡ଼ କଥା ଜାଣିନଥଲେ ? ମିଡ଼ିଆ ଆଗରେ କହିବା ପୂର୍ବରୁ ପରଖି ନେବା ଜରୁରୀ ଥିଲା କି?
ଏହି ସବୁ ଯୋଗୁ ମୋହନ ସରକାର ବଦନାମ ହେଉଛନ୍ତି। ଏତେ ସାରା ବିଭାଗ ସମ୍ଭାଳିବା ବି ଜଣଙ୍କ ପାଇଁ କଷ୍ଟକର। ତେଣୁ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେଉ ଯାହା ସମସ୍ତଙ୍କ ପାଇଁ ଶୁଭଙ୍କର ହେବ । କେବଳ ନିତ୍ୟାନନ୍ଦ ନୁହଁନ୍ତି, ଅନେକ ନୂତନ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ । ଏପଟେ ୬ଟି ମନ୍ତ୍ରୀପଦ ଖାଲି । ସମ୍ପ୍ରସାରଣ କରି ନୂତନ ମନ୍ତ୍ରୀଙ୍କୁ ଏ ବିଭାଗ ସବୁ ଦିଆଗଲେ କାମ ସୁରୁଖୁରୁରେ ଚାଲିବ ।
Comments are closed.