ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର

Date:

ଅକ୍ଷୟ ତୃତୀୟାରେ ପୁଣି ମିଳିବ ଚାଷୀଙ୍କୁ କାଳିଆ ଟଙ୍କା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ପ୍ରଦାନ କରିବେ । ଅକ୍ଷୟା ତୃତୀୟ ଅବସରରେ ଚାଷୀଙ୍କୁ ମିଳିବ ଆର୍ଥିକ ସହାୟତା ।

ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିବ ୨ ହଜାର ଟଙ୍କା । ୨୦୧୮ରୁ ଚାଷୀଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସେହି କ୍ରମରେ ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିବ ୨ ହଜାର ଟଙ୍କା । ଏନେଇ ଆଜି ଘୋଷଣା କଲେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦୧୮ରୁ ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୩ ଲକ୍ଷରୁ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ସିଧାସଳଖ ଉପକୃତ ହୋଇଛନ୍ତି । ଗତବର୍ଷ ମଧ୍ୟ  ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ କାଳିୀଆ ଟଙ୍କା ଦେଇଥିଲେ ସରକାର । ରାଜ୍ୟରେ କୃଷକଙ୍କ ସାହାରା ପାଲଟିଛି ନବୀନଙ୍କ କାଳିଆ ଯୋଜନା ।

କାଳିଆ ଯୋଜନା ଦ୍ୱାରା ବର୍ଷକୁ ଉପକୃତ ହେଉଛନ୍ତି ପ୍ରାୟ ୫୬ ଲକ୍ଷରୁ ଅଧିକ ଚାଷୀ । ରାଜ୍ୟରେ ୯୨ ପ୍ରତିଶତ ଚାଷୀଙ୍କୁ ବର୍ଷକୁ ଦିଆଯାଉଛି ୧୦,୦୦୦ କୋଟିରୁ ଉର୍ଧ୍ଵ ସହାୟତା ।

କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ୨୦୨୨ – ୨୩ ବଜେଟରେ ୨୦,୩୪୪ କୋଟି ଟଙ୍କା  ବ୍ୟୟବରାଦ ହୋଇଛି ଯାହାକି ଗତ ବର୍ଷଠାରୁ ୧୭% ଅଧିକ। କାଳିଆ ଯୋଜନା ପାଇଁ ବଜେଟରେ ସର୍ବାଧିକ ୧,୮୭୪ କୋଟି ଏବଂ ଓୟୁଏଟିରେ କୃଷି ଗବେଷଣା, ଶିକ୍ଷା ପାଇଁ ୧୬୧ କୋଟିର ଅନୁଦାନ ବ୍ୟବସ୍ଥା କରାଯାଇଛି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.