ବିଧାନସଭା ଅଧିବେଶନ ଆଗୁଆ ଶେଷ: ନବୀନ କରୁଥିଲେ, ମୋହନ କଲେ

ଗତକାଲି ଶେଷ ହୋଇଥିଲା ବିଧାନସଭା ଶୀତକାଳୀନ ଅଧିବେଶନ

ଟିଏନଆଇ ବ୍ୟୁରୋ: ଗତକାଲି ଶେଷ ହୋଇଥିଲା ବିଧାନସଭା ଶୀତକାଳୀନ ଅଧିବେଶନ। ୧୮ ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଥିଲା ଗୃହ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ।ଆମ୍ବ ଟାକୁଆ ମୃତ୍ୟୁ ଘଟଣା, ଅଦାନୀ ଜମି କିଣା ପ୍ରସଙ୍ଗ, ମିଶନ ଶକ୍ତି ଆନ୍ଦୋଳନ ଓ ଧାନ ମଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ବିରୋଧୀ ।

କିନ୍ତୁ ଆମେ ଯଦି ପୂର୍ବ ବର୍ଷର ଅଧିବେଶନ ଉପରେ ନଜର ପକେଇବା ତାହେଲେ ଆମକୁ ଅନେକ ତଥ୍ୟ ମିଳିବ ଯେ କିଭଳି ଜନ ସାଧାରଣଙ୍କୁ ନବୀନ ସରକାର ଭୁଆଁ ବୁଲାଉଥିଲେ। ମୁଖ୍ୟମନ୍ତ୍ରୀ ହୋଇକି ବି ସେ କେବେ ଗୃହରେ ଉପସ୍ଥିତ ରୁହନ୍ତି ନାହିଁ। ବିରୋଧୀ ଦଳ ନେତାଙ୍କୁ ସାମ୍ନା କରନ୍ତି ନାହିଁ। ସବୁଠୁ ବଡ଼ କଥା ହେଉଛି ଏକ ବଡ଼ ଓ ଜରୁରୀ ସମସ୍ୟା ସାମ୍ନାକୁ ଆସିଲେ ତାହାକୁ ଆଲୋଚନା କରନ୍ତି ନାହିଁ।

Some error occurred

Support Independent Journalism? Keep us live.

କିନ୍ତୁ ପ୍ରଥମରୁ ମୋହନ ସରକାର କିଛି ଅଲଗା ଚମକ ଦେଖାଇଥିଲେ। ଚଳିତ ବର୍ଷ ବଜେଟ୍ ଅଧିବେଶନ ଏକଦମ୍ ସୁରୁଖୁରୁରେ ଶେଷ ହୋଇଥିଲା। ଏହାକୁ ନେଇ ମୋହନ ମାଝୀ ଏବଂ ସୁରମା ପାଢ଼ୀ ଙ୍କୁ ସମସ୍ତଙ୍କ ଠାରୁ ପ୍ରଶଂସା ମିଳିଥିଲା। ସମସ୍ତେ ସେହି ଆଶାରେ ଥିଲେ ଯେ ଶୀତ ଅଧିବେଶନ ବି ଠିକ୍ ସେହିପରି ହେବ।

କିନ୍ତୁ ସମୟ ପୂର୍ବରୁ ମଧ୍ୟ ମୋହନ ସରକାର ଶୀତ ଅଧିବେଶନ ଶେଷ କଲେ। ଏହାକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ ଅନୁଭବ କରିଛନ୍ତି। ଯଦି ନିର୍ବାଚିତ ହୋଇଥିବା ବିଧାୟକମାନେ ଲୋକଙ୍କ ସମସ୍ୟା ସାମ୍ନାକୁ ନ ଆଣିଲେ, ତାହେଲେ ରାଜ୍ୟର ଉନ୍ନତି ସମ୍ପୂର୍ଣ୍ଣ ଠପ୍। ଏହାକୁ ନେଇ ସାରା ରାଜ୍ୟରେ ଅନେକ ଲୋକଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ, ନବୀନ ଯାହା କରୁଥିଲେ, ମୋହନ ବି ସେହି କାର୍ଯ୍ୟ କଲେ!!!

Comments are closed.