ମୋଦି ସରକାରଙ୍କୁ ପୁରିଲା ୯ବର୍ଷ, ମହା ଜନସଂପର୍କ ଅଭିଯାନର ଶୁଭାରମ୍ଭ

ନରେନ୍ଦ୍ର ମୋଦୀଙ୍କ ସରକାର ଗଠନର ୯ ବର୍ଷ ପୂର୍ତ୍ତି ଆବାସରରେ ବିଜେପି ମାସେବ୍ୟାପୀ ମହା ଜନସମ୍ପର୍କ ଅଭିଯାନ କରିଛି।

ନରେନ୍ଦ୍ର ମୋଦୀଙ୍କ ସରକାର ଗଠନର ୯ ବର୍ଷ ପୂର୍ତ୍ତି ଆବାସରରେ ବିଜେପି ମାସେବ୍ୟାପୀ ମହା ଜନସମ୍ପର୍କ ଅଭିଯାନ କରିଛି। ୩୧ ମେ’ ରୁ ୩୦ ଜୁନ ପର୍ଯ୍ୟନ୍ତ ହେବ ମହା ଜନସମ୍ପର୍କ ଅଭିଯାନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଆହ୍ଵାନ କ୍ରମେ ମାସେବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହେବ । ମୋଦୀ ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେ ସଫଳତା ବାବଦରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଦଳ ।

ଗତ ୯ ବର୍ଷ ଭିତରେ ଭାରତବର୍ଷ ‘ପଲିସି ପାରାଲିସିସ୍‌’ ରୁ ‘ଡିସାଇସିଭ୍ (ନିର୍ଣ୍ଣାୟକ) ପଲିସି’ ଏବଂ ଅର୍ଥନୀତିରେ ‘ଦୁର୍ବଳ ୫ ରୁ ଶ୍ରେଷ୍ଠ ୫’ ର ଯାତ୍ରା କରିଛି । ଗତ ୯ ବର୍ଷ ଭିତରେ ଭାରତବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ଦଳର “ଆମ ପରିବାର, ଆମ ବିକାଶ” କୁ ପରିତ୍ୟାଗ କରି “ସବକା ସାଥ, ସବକା ବିକାଶ”ର କାହାଣୀ ଲେଖିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଆଜମେରଠାରେ ମହାର‌୍ୟାଲି କରି ଏହି ଅଭିଯାନର ଶୁଭାରମ୍ଭ କରିବେ । ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାର‌୍ୟାଲିର ଆୟୋଜନ କରାଯିବ । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ । ଏହି କ୍ରମରେ ଓଡ଼ିଶାରେ ୪ ଟି ମହାସଭା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ । ଏଥି ସହ ରାଜ୍ୟରେ ୧୦୦୦ ରୁ ଉର୍ଦ୍ଧ୍ୱ ଜନସଭା ଅନୁଷ୍ଠିତ ହେବ । ରାଜ୍ୟରେ ଡବଲ୍ ଇଂଜିନ ସରକାର ପାଇଁ ୧ କୋଟି ପରିବାରକୁ ସମସ୍ତ ୩୭୬୦୬ ବୁଥ୍‌ର ୫ ଲକ୍ଷ କାର୍ଯ୍ୟକର୍ତା ଭେଟି ମୋଦି ସରକାରଙ୍କ ସଫଳତା ବିଷୟରେ ଚର୍ଚ୍ଚା କରିବେ।

ରାଜ୍ୟରେ ମହା ଜନସଂପର୍କ ଅଭିଯାନକୁ ସଫଳ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ଆବାହକତ୍ୱରେ ଏକ ରାଜ୍ୟ କମିଟି ଗଠନ କରାଯାଇଛି । ଭାରତୀୟ ଜନତା ପାର୍ଟୀ ୫୪୩ ଲୋକସଭା କ୍ଷେତ୍ରକୁ ୧୪୪ଟି କ୍ଲଷ୍ଟରରେ ବିଭକ୍ତ କରିଛି । ପ୍ରତ୍ୟେକ କ୍ଲଷ୍ଟରରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ ନେତୃବୃନ୍ଦ ୮ ଦିନ ବିତାଇବେ । ଆମ ଓଡିଶା ରାଜ୍ୟରେ ୨୧ଟି ଲୋକସଭା କ୍ଷେତ୍ରକୁ ସମୁଦାୟ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ସମେତ ଓଡିଶାର ୩ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶର ଟୁଡୁ ପ୍ରମୁଖ ଏହି ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ।

www.9yearsofseva.bjp.org ୱେବସାଇଟରେ ସବୁ ଦେଖି ପାରିବେ । ଲୋକମାନେ ୯୦୯୦୯୦୨୦୨୪ ନମ୍ବରରେ ମିସ କଲ କରି ଜାଣିପାରିବେ । ଓଡ଼ିଆରେ ପ୍ରଚାର ପତ୍ର ସମସ୍ତଙ୍କୁ ଦିଆଯିବ । କୋରାପୁଟ ଓ ବ୍ରହ୍ମପୁର ଭଳି ଅଞ୍ଚଳରେ ତେଲୁଗୁ ଭାଷାରେ ମଧ୍ୟ ଲିଫଲେଟ ଦିଆଯିବ ।

Support Independent Journalism? Keep us live.

ଏହି ସାମ୍ବାଦିକ ସମ୍ମିଳନୀରେ ମହା ଜନସଂପର୍କ ଅଭିଯାନର ରାଜ୍ୟ ସଂଯୋଜକ ତଥା ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଶ୍ରୀ ଶାରଦା ଶତପଥୀ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଆସନ୍ତୁ ନଜର ପକାଇବା ମୋଦି ସରକାରଙ୍କ ଶାସନ ସମୟର ବିଶେଷ ଘଟଣା:

୧.ରାଜପଥ ବର୍ତମାନ କର୍ତବ୍ୟପଥ; ରେସ କୋର୍ସ ରୋଡ ବର୍ତମାନ ଲୋକ କଲ୍ୟାଣ ମାର୍ଗ ହୋଇଛି।

୨. ଧାରା ୩୭୦ ଧରାଶାୟୀ ହୋଇଛି । ଟ୍ରିପଲ ତଲାକ୍ ଭଳି କୁପ୍ରଥାର ଅନ୍ତ ଘଟିଛି । ଆତଙ୍କବାଦ ଉପରେ ସର୍ଜିକାଲ ଷ୍ଟ୍ରାଇକ ହୋଇଛି, ଏୟାର ଷ୍ଟ୍ରାଇକ ହୋଇଛି ।

୩. ଅଯୋଧ୍ୟାରେ ଶ୍ରୀ ରାମଜନ୍ମଭୁମିରେ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ତୀବ୍ର ଗତିରେ ଆଗେଇ ଚାଲିଛି ।

୪.ଟ୍ରିପଲ ତଲାକ୍ ଭଳି କୁପ୍ରଥାର ଅନ୍ତ ଘଟିଛି

Comments are closed.