Odisha Insight

ହରିଶ୍ଚନ୍ଦ୍ର ବକ୍ସିପାତ୍ର – ବିନମ୍ର ଶ୍ରଦ୍ଧାଞ୍ଜଳି

ଏକ କୁଳିନ , ସମ୍ଭ୍ରାନ୍ତ,ଧନାଢ୍ୟ ପରିବାର ରେ ଜନ୍ମଗ୍ରହଣ କରିଥିବା ବକ୍ସି ମିଶିଗଲେ ନିରୀହ ଆଦିବାସୀ, ନିଷ୍ପେସିତ ଚାଷୀ ମୂଲିଆ ଗରିବ ଖଟିଖିଆ ଦିନ ମଜୁରିଆ ଙ୍କ ସହିତ ଓ ସେମାନଙ୍କ ଅଧିକାର ପାଇଁ ଆନ୍ଦୋଳନ ଗଢ଼ି ତୋଳିଲେ ।

କୋଟିଆ ସମସ୍ୟାର ସମାଧାନ କିପରି ସମ୍ଭବ?

ଆନ୍ଧ୍ର ସରକାର ଗୋଟେ ପଟେ ଆଲୋଚନା କରୁଥିବା ବେଳେ ଅନ୍ୟ ପଟେ ଚଞ୍ଚକତା ଓ ବିଶ୍ୱାସଘାତକତା କରି ଓଡ଼ିଶା ରାଜ୍ୟର କିଛି ଅଞ୍ଚଳକୁ ଦଖଲ କରିବାପାଇଁ ସମସ୍ତ ଯୋଜନା ମୁତାବକ କାମ କରୁଛି କୋଟିଆ ଅଞ୍ଚଳରେ !

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ, ମନରୁ ଲିଭିନି ସେ ପ୍ରଳୟଙ୍କରୀ ଦୃଶ୍ୟ

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ। ୧୯୯୯ ମସିହା ଅକ୍ଟୋବର ୨୯ରେ ଓଡ଼ିଶାରେ ସାମୁଦ୍ରିକ ଝଡ଼ ରଚିଥିଲା ସଂହାର ଲୀଳା। ପ୍ରକୃତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେଖାଇ ଦେଇ‌ଥିଲା ୧୯୯୯ ମହାବାତ୍ୟା। ପ୍ରକୃତିର କରାଳ ରୂପ ଦେ‌ଖିଥିଲେ ଓଡ଼ିଶାବାସୀ। ପ୍ରକୃତି ରଚିଥିଲା ତା'ର ମହାତାଣ୍ଡବ। ନିମିଷକେ କରିଦେଇଥିଲା ସବୁ କିଛି ଛାରଖାର। ଉଜାଡି ଦେଇଥିଲେ ହଜାର ହଜାର ଲୋକଙ୍କ ସଂସାର।। ଆଜି ବି ସେ ପ୍ରଳୟଙ୍କରୀ ଦୃଶ୍ୟ ମନେ ପଡିଲେ ଲୋମ ଟାଙ୍କୁରି ଉଠେ। ଆଖି ଆଗକୁ ଚାଲି ଆସେ ସେ ସମୟରେ ମାଟି ମାଆର ଛାତିରେ ଗଦା ହୋଇଥିଲା କୁଢକୁଢ ଶବ ଓ ଲୋକଙ୍କ ଆର୍ତ୍ତଚିତ୍କାର।

କୋକେଇ ଶୋଭାଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚା-ପୁଲିସ ଧସ୍ତାଧସ୍ତି

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା। ମମିତାଙ୍କୁ ନ୍ୟାୟ ଦାବି କରି ଆଜି ରାଜଧାନୀର ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା। ଆରମ୍ଭ ହୋଇଛି ଏକ ବିଶାଳ କୋକେଇ ଶୋଭାଯାତ୍ରା। ରାଜ୍ୟରେ ଆଇନ ଶୃଙ୍ଖଳାର କୋକେଇରେ ଶୋଇରହିଥିବା ନେଇ ଶୋଭାଯାତ୍ରା ଆରମ୍ଭ କରିଛି ବିଜେପି ମହିଳା ମୋର୍ଚ୍ଚା। ଶିଶୁଭବନରେ ଛକରେ କୋକେଇ ଶୋଭାଯାତ୍ରା ବେଳେ ବିଜେପି ମହିଳା ମୋର୍ଚ୍ଚା-ପୁଲିସ ଧସ୍ତାଧସ୍ତି।

ନବୀନ ପଟ୍ଟନାୟକ – ଏକ ବିରଳ ବ୍ୟକ୍ତିତ୍ୱ

ସେ ରାଜନୀତି ହେଉ କିମ୍ବା ନିଜର ସରଳ ଜୀବନ ଶୈଳୀ, ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ବିରଳ ଓ ଅଦ୍ବିତୀୟ। ଲେଖକରୁ ରାଜନୀତିରେ ପ୍ରବେଶ କରି ଜଣେ ସଫଳ, ଅପ୍ରତିଦ୍ୱନ୍ଦ୍ୱୀ ଓ ପ୍ରିୟ ଶାସକ ପାଲଟିଛନ୍ତି ନବୀନ ପଟ୍ଟନାୟକ

Popular