୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ, ମନରୁ ଲିଭିନି ସେ ପ୍ରଳୟଙ୍କରୀ ଦୃଶ୍ୟ

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ, ମନରୁ ଲିଭିନି ସେ ପ୍ରଳୟଙ୍କରୀ ଦୃଶ୍ୟ

Date:

ଇନ୍‌ସାଇଟ୍‌ ବ୍ୟୁରୋ: ୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ। ୧୯୯୯ ମସିହା ଅକ୍ଟୋବର ୨୯ରେ ଓଡ଼ିଶାରେ ସାମୁଦ୍ରିକ ଝଡ଼ ରଚିଥିଲା ସଂହାର ଲୀଳା। ପ୍ରକୃତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେଖାଇ ଦେଇ‌ଥିଲା ୧୯୯୯ ମହାବାତ୍ୟା। ପ୍ରକୃତିର କରାଳ ରୂପ ଦେ‌ଖିଥିଲେ ଓଡ଼ିଶାବାସୀ। ପ୍ରକୃତି ରଚିଥିଲା ତା’ର ମହାତାଣ୍ଡବ। ନିମିଷକେ କରିଦେଇଥିଲା ସବୁ କିଛି ଛାରଖାର। ଉଜାଡି ଦେଇଥିଲେ ହଜାର ହଜାର ଲୋକଙ୍କ ସଂସାର।। ଆଜି ବି ସେ ପ୍ରଳୟଙ୍କରୀ ଦୃଶ୍ୟ ମନେ ପଡିଲେ ଲୋମ ଟାଙ୍କୁରି ଉଠେ। ଆଖି ଆଗକୁ ଚାଲି ଆସେ ସେ ସମୟରେ ମାଟି ମାଆର ଛାତିରେ ଗଦା ହୋଇଥିଲା କୁଢକୁଢ ଶବ ଓ ଲୋକଙ୍କ ଆର୍ତ୍ତଚିତ୍କାର।

- Advertisement -

୧୯୯୯ ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡ ଦୋହଲାଇ ଦେଇଥିଲା। ବିଶେଷକରି ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ବରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା। ମୁଖ୍ୟତଃ ଜଗତସିଂହପୁର ଜିଲ୍ଲାର ଏରସମା ଏବଂ ବାଲିକୁଦାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ନିଶ୍ଚିହ୍ନ ହୋଇଯାଇଥିଲା ଅନେକ ଗାଁ ଗଣ୍ଡା ଏରସମା ଓ ପୁରୀର ଅସ୍ତରଙ୍ଗକୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। ବହୁସଂଖ୍ୟାରେ ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲା। ବଡ଼ ବଡ଼ ଗଛ, କଚ୍ଚା ଘର,ବିଦ୍ୟୁତ୍ ଖୁଣ୍ଟ ଧରାଶୟୀ ହୋଇଥିଲା। ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲା ମହାବାତ୍ୟା ପ୍ରଭାବିତ ହୋଇଥିଲା। ଶ୍ରୀହୀନ ହୋଇ ଯାଇଥିଲା ଓଡ଼ିଶା।

ଏବେ ବି ବାତ୍ୟା ପ୍ରଭାବିତଙ୍କ ଆଖିରୁ ଲୁହ ଶୁଖୁନି। ଆଖିରେ ଆଖିଏ ଲୁହ ଛାତିରେ ଛାତିଏ କୋହକୁ ଚାପି ଧରି ଜୀବନ ସଂଗ୍ରାମ ଜାରି ଜାରିରଖିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ସମୁଦ୍ରକୂଳିଆ ଲୋକେ। ସମୁଦ୍ର ଗର୍ଭରେ ନିଜର ଭିଟାମାଟି ଘର ଦ୍ବାର ସବୁ ଲୀନ ହୋଇଯାଇଛି। ସେ କାଳରାତିର କରାଳଗର୍ଭରୁ ନିଜ ଜୀବନ ବଞ୍ଚାଇ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ସତ ମନରେ ସେ କ୍ଷତ ରହିଯାଇଛି। ଏବେ ବି ବାତ୍ୟା କଥା ଉଠିଲେ ଛନକା ପଶିଯାଏ ଆଉ ପୁଣି ଥରେ ସେ କାଳରାତିର ସ୍ମୃତି ସବୁ ମନେ ପଡି଼ଯାଏ। ୧୯୯୯ ଓଡ଼ିଶା ମହାବାତ୍ୟା ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା।

ସମୟ ବଦଳିବା ସହ ବଦଳିଯାଇଛି ବର୍ତ୍ତମାନ ଓଡ଼ିଶାର ରୂପରେଖ। ୧୯୯୯ ମସିହାରୁ ୨୦୨୧ ଭିତରେ ଓଡ଼ିଶା ଫାଇଲିନ୍,ହୁଡ଼୍ ହୁଡ୍, ତିତଲି, ଫନି, ୟାସ୍‍, ଅମ୍ଫାନ, ଗୁଲାବ ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସିଥିଲେ ବି ତାହାର ସଫଳ ମୁକାବିଲା କରିପାରିଛି ଓଡ଼ିଶା। ଓଡ଼ିଶା ସରକାରଙ୍କ ବାତ୍ୟା ପରିଚାଳନା ଓ ଆବଶ୍ୟକ ପଦକ୍ଷେପ ପାଇଁ ସୁରକ୍ଷିତ ହୋଇପାରିଛି ଓଡ଼ିଶାବାସୀଙ୍କ ଧନଜୀବନ। ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ପାଇଁ ସମଗ୍ର ବିଶ୍ବରେ ସ୍ବତନ୍ତ୍ର ପରିଚୟ ଲାଭ କରିଛି ଓଡ଼ିଶା। ସାଉଁଟିଛି ଅନେକ ପ୍ରଶଂସା।

ବିପର୍ଯ୍ୟୟ ସୁପରିଚାଳନାରେ ‘ଶୂନ ମୃତ୍ୟୁ ସଂଖ୍ୟା’ ଓ ‘ସର୍ବନିମ୍ନ କ୍ଷୟକ୍ଷତି’କୁ ପ୍ରାଥମିକ ଦେଇଛି ଓଡ଼ିଶା। ସୁରକ୍ଷିତ ସ୍ଥାନ ପାଇଁ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ବିପର୍ଯ୍ୟୟ ପରିଚାଳନା ନେଇ ପୂର୍ବପ୍ରସ୍ତୁତି, ପ୍ରଶାସନକୁ ଦାୟିତ୍ୱବାନ କରିବା, ଉଦ୍ଧାର କାର୍ଯ୍ୟରେ ନୂଆ କୌଶଳର ଉପଯୋଗ ଆଦି ଓଡ଼ିଶାର ବିପର୍ଯ୍ୟୟ ସୁପରିଚାଳନାକୁ ସୁଦୃଢ଼ କରିପାରିଛି। ଗତ ଛ’ଟି ବାତ୍ୟାରେ ମୃତ୍ୟୁ ସଂଖ୍ୟା ନଗଣ୍ୟ ହୋଇପାରିଛି। ବିପର୍ଯ୍ୟୟ ମୁକାବିଲା ପ୍ରତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ସାମିଲ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ବିଶ୍ୱସ୍ତରରେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଜାତିସଂଘରେ ପ୍ରଶଂସିତ ହେବା ସହ ବାତ୍ୟା ମୁକାବିଲାର ‘ମଡେଲ୍‍’ ଭାବେ ପରିଗଣିତ ହେଉଛି। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସମଗ୍ର ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିଛି।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...