କୋଟିଆ ସମସ୍ୟାର ସମାଧାନ କିପରି ସମ୍ଭବ?

କୋଟିଆ ସମସ୍ୟାର ସମାଧାନ କିପରି ସମ୍ଭବ?

Date:

By Tejeswar Parida:  କୋଟିଆ ସମସ୍ୟା ଗୋଟିଏ ମାସ ବା ବର୍ଷରେ ସୃଷ୍ଟି ହୋଇନାହିଁ ବରଂ ଅନେକ ବର୍ଷ ବା ଦଶନ୍ଧି ଧରି ଏହି ସମସ୍ୟା ଆରମ୍ଭ ହୋଇ ଆଜି ଉଗ୍ର ରୂପ ଧାରଣ କରିଛି, ପରିସ୍ଥିତି ଏମିତି ଯେ ଏହି ପଞ୍ଚାୟତର କିଛି ଲୋକେ ଓଡ଼ିଶା ନୁହେଁ ବରଂ ଆନ୍ଧ୍ରରେ ମିଶିବା ଲାଗି ଖୋଲାଖୋଲି କହୁଛନ୍ତି ! ଆନ୍ଧ୍ର ସରକାର ଗୋଟେ ପଟେ ଆଲୋଚନା କରୁଥିବା ବେଳେ ଅନ୍ୟ ପଟେ ଚଞ୍ଚକତା ଓ ବିଶ୍ୱାସଘାତକତା କରି ଓଡ଼ିଶା ରାଜ୍ୟର କିଛି ଅଞ୍ଚଳକୁ ଦଖଲ କରିବାପାଇଁ ସମସ୍ତ ଯୋଜନା ମୁତାବକ କାମ କରୁଛି କୋଟିଆ ଅଞ୍ଚଳରେ !

- Advertisement -

ଅବଶ୍ୟ କୋଟିଆ ପଞ୍ଚାୟତର ପାହାଡ଼ ପର୍ବତ, ପ୍ରାକୃତିକ ସମ୍ପଦ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟିର, କିଛି ଭିତିରିଆ ବା ଲୁଚି ରହିଥିବା ଖଣି ଖାଦାନ ଓ ଅର୍ଥନୈତିକ କାରଣ ଥିବା ପରି ସନ୍ଦେହ ହେଉଛି !

ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟ ସହ ଲାଗିରହିଥିବା ଓଡ଼ିଶାର ୧୪ ଟି ଜିଲ୍ଲାର ସୀମାବର୍ତ୍ତୀ ଗ୍ରାମ ପଞ୍ଚାୟତ ବିଶେଷ କରି ଅନ୍ୟ ରାଜ୍ୟର ସୀମାକୁ ଲାଗିଥିବା ସମସ୍ତ ଗାଁ ଗୁଡିକର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର, ଏହାର ବିଭିନ୍ନ ପ୍ରଶାସନିକ ବିଭାଗ ଓ ସଂସ୍ଥା, ଜିଲ୍ଲା ଓ ବ୍ଲକ ପ୍ରଶାସନ ସ୍ୱତନ୍ତ୍ର ଭାବେ ତୁରନ୍ତ ବିଭିନ୍ନ ଦୀର୍ଘସ୍ଥାୟୀ ଲୋକାଭିମୁଖୀ ଉନ୍ନତିମୂଳକ କାର୍ଯ୍ୟ ସ୍ଥାନୀୟ ଗ୍ରାମବାସୀଙ୍କ ମତାମତ ନେଇ ଓ ସେମାନଙ୍କ ସହଭାଗିତାରେ ଆରମ୍ଭ କରନ୍ତୁ !

ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ତଦାରଖ, ସମନ୍ଵୟ ରକ୍ଷା, ପରିଚାଳନା ପାଇଁ ସରକାର “ଓଡ଼ିଶା ରାଜ୍ୟ ସୀମାବର୍ତ୍ତୀ ଅଞ୍ଚଳ ବିକାଶ ସଂସ୍ଥା” ଗଠନ କରିବା ଉଚିତ ! ଏହି ସଂସ୍ଥା ସରକାରଙ୍କ “ଯୋଜନା ଓ ସଂଯୋଜନ ବିଭାଗ” ଅଧୀନରେ ଉନ୍ନୟନ କମିଶନରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନେକ ଦକ୍ଷ, ସଚ୍ଚୋଟ, ନିଷ୍ଠାବାନ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ଚାଲିବା ଉଚିତ !

ଅତ୍ୟନ୍ତ ଗୁରୁତର ଓ ସମ୍ବେଦନଶୀଳ ଭାବେ ନନେଲେ ଆଜିର କୋଟିଆ ସମସ୍ୟା ଭଳି ଶହ ଶହ ସମସ୍ୟା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ସୀମାବର୍ତ୍ତୀ ପଞ୍ଚାୟତ ଓ ଗାଁ ମାନଙ୍କରେ ଉତ୍କଟ ରୂପ ଧାରଣ କରିପାରେ !

ବନ୍ଦେ ଉତ୍କଳ ଜନନୀ
ତେଜେଶ୍ୱର ପରିଡ଼ା
ସଭାପତି, ଯୁବ ଓଡ଼ିଶା

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...