ନବୀନ ପଟ୍ଟନାୟକ – ଏକ ବିରଳ ବ୍ୟକ୍ତିତ୍ୱ

ନବୀନ ପଟ୍ଟନାୟକ – ଏକ ବିରଳ ବ୍ୟକ୍ତିତ୍ୱ

Date:

ଶୁଚିସ୍ମିତାଙ୍କ କଲମରୁ: ନୂତନତ୍ବର ପରିଭାଷା ହେଉଛନ୍ତି ନବୀନ। ଅପ୍ରତିଦ୍ୱନ୍ଦ୍ୱୀ, ଅପରାଜୟ ନେତା ହେଉଛନ୍ତି ନବୀନ। ନିଜର ନିର୍ମଳ ଭାବମୃର୍ତ୍ତି, ସେବା, ବିକାଶ, ସୁଶାସନ ପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରିୟ ନେତା ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଥାରେ ନୁହେଁ କାମରେ ଲୋକଙ୍କ ଆଶା ଓ ଭରସା ଜିଣିଛନ୍ତି ନବୀନ। ଦୁଇ ଦଶନ୍ଧି ଧରି ଓଡ଼ିଶାର ଶାସନ ଭାର ସୁଚାରୁ ରୂପେ ଚଲାଉଥିବା ମହାନ ଜନନାୟକ ତଥା ପ୍ରତିଟି ଓଡ଼ିଆଙ୍କ ଅତି ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ। ୭୬ ବର୍ଷରେ ପାଦ ଥାପିଛନ୍ତି ନବୀନ ପଟ୍ଟନାୟକ।

- Advertisement -

ସେ ରାଜନୀତି ହେଉ କିମ୍ବା ନିଜର ସରଳ ଜୀବନ ଶୈଳୀ, ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ବିରଳ ଓ ଅଦ୍ବିତୀୟ। ଲେଖକରୁ ରାଜନୀତିରେ ପ୍ରବେଶ କରି ଜଣେ ସଫଳ, ଅପ୍ରତିଦ୍ୱନ୍ଦ୍ୱୀ ଓ ପ୍ରିୟ ଶାସକ ପାଲଟିଛନ୍ତି ନବୀନ ପଟ୍ଟନାୟକ। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପରେ ଓଡ଼ିଶାକୁ ଶାସନ ଗାଦି ଉପରେ କଳା ବାଦଲ ଘୋଟି ଆସିଥିଲା। ୧୯୯୭ରେ ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଆର୍ବିଭାବ ଘଟିଲା। ୨୪ ବର୍ଷର ରାଜନୀତି ଇତିହାସ ଭିତରେ ନବୀନ ପଟ୍ଟନାୟକ ପ୍ରଥମେ ଆସିକାର ଲୋକସଭା ସଦସ୍ୟ ପରେ କେନ୍ଦ୍ର ମନ୍ତ୍ରୀ ଏବଂ ଗତ ୨୨ ବର୍ଷ ଧରି ନୀରବଛିନ୍ନ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ସହ ୧ ନମ୍ବର ମୁଖ୍ୟମନ୍ତ୍ରୀର ସମ୍ମାନ।

ବିଜୁ ବାବୁଙ୍କ ପ୍ରତି ଥିବା ଓଡ଼ିଶାବାସୀଙ୍କ ଭଲ ପାଇବା ଓ ସ୍ନେହ ଶ୍ରଦ୍ଧା ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନ ଆରମ୍ଭ କରିବାରେ ସାହାଯ୍ୟ କରିଥିଲା। ପ୍ରଥମେ ୧୯୯୭ରେ ଜନତା ଦଳ ପ୍ରାର୍ଥୀ ଭାବେ ଆସିକା ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଜିତିଥିଲେ। ପରେ ୧୯୯୭ ଡିସେମ୍ବର ୨୬ ତାରିଖରେ ଗଠନ ହେଲା ବିଜୁ ଜନତା ଦଳ। ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଲେ। ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଭରସା ନବୀନ ପଟ୍ଟନାୟକଙ୍କ ଉପରେ ରହି ଆସିଛି। ୨୦୦୦ ମସିହାରେ ଶାସନ ଭାର ସମ୍ଭାଳିବା ସହ ଓଡ଼ିଶାବାସୀଙ୍କ ପ୍ରତିଟି ଦୁଃଖ ସୁଖରେ ସାହା ହୋଇଛନ୍ତି ନବୀନ ପଟ୍ଟନାୟକ। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟରେ ଶାସନ କରିବା ପରେ ୨୦୦୯ ପରଠାରୁ ଏକାକୀ ବିଜେଡି ରାଜ୍ୟ ବିକାଶର ଦାୟିତ୍ୱ ନେଇଛି।

ଓଡ଼ିଶାକୁ ବିଶ୍ବ ଦରବାରରେ ପରିଚିତ କରିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ଶାସନ କାଳରେ ଓଡ଼ିଶା ଆର୍ଥିକ ସ୍ୱଚ୍ଛଳ, ଶିଳ୍ପ ସମୃଦ୍ଧ, ଆତ୍ମନିର୍ଭର ହୋଇପାରିଛି। ଭୋକର ଭୁଗୋଳରୁ ଓଡ଼ିଶା ଆଜି ଶସ୍ୟ ସମୃଦ୍ଧ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନବୀନଙ୍କ ନେତୃତ୍ବ ଫଳରେ ବିଶ୍ୱସ୍ତରରେ ଅନେକ ସଫଳତା ହାସଲ କରିଛି। ଓଡ଼ିଶାକୁ ନୂତନତ୍ବ, ସ୍ୱଚ୍ଛ, ଲୋକାଭିମୁଖୀ ଶାସନର ନୂଆ ସଂଜ୍ଞା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସାରା ବିଶ୍ବରେ ରହୁଥିବା ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କ ହିତ ସାଧନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଅକ୍ଟୋବର ୨୦୧୯ରେ ଆରମ୍ଭ ହୋଇଛି ଓଡ଼ିଶା ମୋ ପରିବାର। ଏହାପୂର୍ବରୁ ରକ୍ତଦାନ ମହତ ଦାନର ବାର୍ତ୍ତା ବହନ କରି ମାର୍ଚ୍ଚ ୨୦୧୫ରେ ଆରମ୍ଭ ହୋଇଥିଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ। ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ରକ୍ତାଭାବ ଦୂର କରିବାକୁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ରକ୍ତ ସଂଗ୍ରହ ଶିବିର କରାଯାଉଛି। ଏହାଦ୍ବାରା ଥାଲେସିମିଆ, ସିକିଲ ସେଲ୍, ଆନେମିଆ ରୋଗୀ ବିଶେଷ ଭାବରେ ଉପକୃତ ହେଉଛନ୍ତି।

କଟକରେ ଜନ୍ମଲାଭ କରିଥିବା ନବୀନ ପ୍ରଥମେ ଡେରାଡୁନର ୱେଲହାମ୍ ସ୍କୁଲ ଓ ପରେ ଡୁନ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କଳାରେ ସ୍ନାତକ ହାସଲ ପରେ ସେ ଲେଖାଲେଖି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ୧୯୮୫ରୁ ୧୯୯୩ ମଧ୍ୟରେ ନବୀନ ଚାରୋଟି ବହି ଲେଖିଛନ୍ତି। ୧୯୮୮ ମସିହାରେ ଦ ଡିସିଭର୍ସ ନାମକ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ସେ ଲେଖିଥିବା ଏ-ସେକେଣ୍ଡ ପାରାଡାଇଜ୍, ଏ-ଡେଜାର୍ଟ କିଙ୍ଗଡମ୍, ଦ ଗାର୍ଡେନ ଅଫ ଲାଇଫ ଭଳି ପୁସ୍ତକ ଆଜି ବିଶ୍ବ ଦରବାରରେ ବେଶ ଆଦୃତ ହେବା ସହ ବେଷ୍ଟ ସେଲରର ମାନ୍ୟତା ମଧ୍ୟ ପାଇଛି। ନବୀନ ଜଣେ ଉଚ୍ଚକୋଟିର ଚିତ୍ରକର ମଧ୍ୟ। ଦେଶର ସରକାରୀ କୋଠା ଭାବେ ବିଶ୍ୱ ଆର୍କିଟେକ୍ଟ ପୁରସ୍କାର ପ୍ରାପ୍ତ କୃଷି ଭବନ ଡିଜାଇନ।

ନିଜର ରାଜନୈତିକ ଶାସନ ଚିନ୍ତାଧାରା ନବୀନଙ୍କୁ ଯେତେ ସ୍ବତନ୍ତ୍ର କରିପାରିଛି ତାଙ୍କ ସାଧାରଣ ଜୀବନଶୈଳୀ ମଧ୍ୟ ତାଙ୍କୁ ଅଧିକ ସ୍ବତନ୍ତ୍ର କରିପାରିଛି। ଗୋଟିଏ ସାଧାରଣ ଚପଲ ଓ ଧଳା ପାଇଜାମା ତାଙ୍କର ପରିଚୟ। ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ବିରଳ କହିଲେ ଅତ୍ୟୁକ୍ତି ହେବନି।

Share post:

Popular

More like this
Related

100-Word Insight: Factional Fault Lines Deepen in Jharsuguda

TNI Editorial: Jharsuguda's political landscape is increasingly being shaped...

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

BJP replaces Candidate in Bankipur Bypoll in Bihar

TNI Bureau: In Bihar, BJP candidate Abhishek Kumar Sinha...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...