ସୁନା କିଣୁଥିଲେ ସାବଧାନ! ଠକ ଦୋକାନୀଙ୍କୁ ଚିହ୍ନନ୍ତୁ

ରାଜ୍ୟର ୫ ଅଳଙ୍କାର ଦୋକାନରେ ବିକ୍ରି ହେଉଥିଲା ନକଲି ସୁନା

ଟିଏନଆଇ ବ୍ୟୁରୋ ସୁନା ଗହଣା କାହାକୁ ନା ଭଲଲାଗେ। ସମସ୍ତେ ବିଭିନ୍ନ ପ୍ରକାରର ଅଳଙ୍କାର ପିନ୍ଧିବା ପସନ୍ଦ କରନ୍ତି। କିନ୍ତୁ ଆଜି କାଲି ଏହା ପଛରେ ମଧ୍ୟ ହେଉଛି ଅପରାଧ। ନିକଟରେ ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ରାଜ୍ୟର ୫ ଅଳଙ୍କାର ଦୋକାନରେ ବିକ୍ରି ହେଉଥିଲା ନକଲି ସୁନା । ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ନକଲି ହଲମାର୍କ ପାଇଁ ଅମ୍ବିକା ଜୁଏଲର୍ସ ବିରୁଦ୍ଧରେ କୁଚିଣ୍ଡା କୋର୍ଟରେ ମାମଲା ପଞ୍ଜିକୃତ ହୋଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଏବଂ ଚାନ୍ଦି, ସମ୍ବଲପୁରର ଅଳଙ୍କାର ଜୁଏଲର୍ସ ଏବଂ ବରଗଡ଼ର ରାଧାକାନ୍ତ ଜୁଏଲରର ଲାଇସେନ୍ସ ବାତିଲ କରାଯାଇଛି ।

୨୦୨୨-୨୩ରେ ମାପକରେ ତ୍ରୁଟି ଯୋଗୁ ୬ଟି ମାମଲା ରୁଜୁ କରାଯାଇ ୨୩୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ସେହିପରି ୨୦୨୩-୨୪ରେ ୬ଟି ମାମଲା ରୁଜୁ କରାଯାଇ ୧ ଲକ୍ଷ ୫୫ ହଜାର ଜରିମାନା ଆଦାୟ ହୋଇଛି । ୨୦୨୪-୨୫ରେ ନଭେମ୍ବର ସୁଦ୍ଧା ୪ଟି ମାମଲା ସହ ୪୮ ହଜାର ଜରିମାନା ଆଦାୟ ହୋଇଛି ।

Support Independent Journalism? Keep us live.

ଗଞ୍ଜାମ, ଖୋର୍ଦ୍ଧା ଓ କଟକ ରେ ସର୍ବାଧିକ ଠକେଇ ର ଶିକାର ହୋଇଛନ୍ତି ଗ୍ରାହକ । ଗଞ୍ଜାମ ଓ କଟକ ରେ ୧୭ ଜଣ ବ୍ୟବସାୟୀ ଗ୍ରାହକ ଙ୍କୁ ଠକି ଥିବା ନଜର କୁ ଆସିଥିବା ବେଳେ ଖୋର୍ଦ୍ଧା ରେ ୧୬ ବ୍ୟବସାୟୀ ଗ୍ରାହକ ଙ୍କୁ ଠକି ଛନ୍ତି। ବଡ଼ କଥା ହେଲା ଗତ ବର୍ଷ ମଧ୍ୟ ୪୯୫ ବ୍ୟବସାୟୀ ଗ୍ରାହକ ଙ୍କୁ ଠକି ଥିବା ଜଣା ପଡ଼ିଛି । ସେମାନଙ୍କ ଠୁ ୧୫ ଲକ୍ଷ ୩୦ ହଜାର ଫାଇନ ଆଦାୟ ହୋଇଛି ।

ଯେତେବେଳେ ସୁନା କିଣିବାକୁ ଯାଉଛନ୍ତି ସେତେବେଳେ ସାବଧାନ ହୋଇଯିବା ଠିକ୍ କାରଣ ସୁନାକୁ ନେଇ ଅପରାଧରେ ରୋକ ଲଗିନି। ସୁନା କିଣିବାକୁ ଯିବା ଆଗରୁ ଏହାକୁ ନେଇ ଥିବା ନିୟମ ଏବଂ ସ୍ବଚ୍ଛତା ସମ୍ପର୍କରେ ଜାଣିବା ମଧ୍ଯ ଉଚିତ୍, ଏହି ଯୋଗୁ ଆପଣ ଠକର ଶିକାର ହେବେ ନାହିଁ।

ସୁନା କିଣିବା ବେଳେ ହଲମାର୍କ ଦେଖି କିଣିବା ଉଚିତ୍। ଯେମିତି କି BIS, 916 ହଲମାର୍କ । ଏଥିସହ ଏହା କେତେ କ୍ୟାରେଟର ସୁନା । ବଜାର ଦର କ’ଣ ରହିଛି । ଏପରିକି କିଣିଲା ବେଳେ ଓଜନ ବା ମାପକୁ ଠିକ୍‌ ଭାବେ ଦେଖନ୍ତୁ ।

Comments are closed.