ଓଡ଼ିଶାରେ ଆଳୁ ସଙ୍କଟ ପାଇଁ ଦାୟୀ କିଏ ?

ରାଜ୍ୟରେ ହୁ ହୁ ହୋଇ ବଢ଼ିଗଲା ଆଳୁ ଦର । ଓଡ଼ିଶାର ଆଳୁ ସଙ୍କଟ ପଛରେ ମମତା ସରକାର

ଟିଏନଆଇ ବ୍ୟୁରୋ: ପଶ୍ଚିମବଙ୍ଗ ଛାଡ଼ିଲାନି ଆଳୁ । ରାଜ୍ୟରେ ହୁ ହୁ ହୋଇ ବଢ଼ିଗଲା ଆଳୁ ଦର । ଓଡ଼ିଶାର ଆଳୁ ସଙ୍କଟ ପଛରେ ମମତା ସରକାରଙ୍କ ବିବାଦୀୟ ଭୂମିକା ସ୍ପଷ୍ଟ ଜଣାପଡୁଛି।

ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଳୁ ଉତ୍ପାଦନରେ ରାଜ୍ୟକୁ ସ୍ବାବଲମ୍ବୀ ହେବା ପାଇଁ ଆହ୍ବାନ ଦେଇ ନବୀନ ସରକାର ଉପରେ ବର୍ଷିଛନ୍ତି । କହିଛନ୍ତି ଓଡିଶାରେ ଆଳୁର କୃତ୍ରିମ ଅଭାବ ସୃଷ୍ଟି କରାଗଲା । ଆଳୁ ପାଇଁ ପଶ୍ଚିମବଙ୍ଗ ସରକାର ଉପରେ ଓଡିଶା ନିର୍ଭରଶୀଳ ହେବାକୁ ପଡୁଛି । କାରଣ ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ମାରିବା ପରେ କୌଣସି ଉଦ୍ୟମ ହୋଇନାହିଁ । ତେଣୁ ସେ ଓୟୁଏଟିର କୃଷି ବୈଜ୍ଞାନିକଙ୍କୁ ଉନ୍ନତମାନର ଆଳୁ ବିହନ ଉତ୍ପାଦନ ପାଇଁ ଅପିଲ କରିଛନ୍ତି । ସେପଟେ ଓଡ଼ିଶାରେ ଆଳୁ ସଙ୍କଟ ପ୍ରସଙ୍ଗକୁ ନେଇ ମୋହନ ସରକାରକୁ ସମାଲୋଚନା କରିଛନ୍ତି ବିରୋଧୀ।

Support Independent Journalism? Keep us live.

ପୂର୍ବ ସରକାର କରିଥିବା ଆଳୁ ମିଶନ ଫେଲ ଯୋଗୁଁ ପଶ୍ଚିମବଙ୍ଗ ଉପରେ ଓଡ଼ିଶାକୁ ଆଳୁ ପାଇଁ ନିର୍ଭର କରିବାକୁ ପଡୁଛି। ଆଗରୁ ବିଜେଡି ସରକାର ଶୀତଳ ଭଣ୍ଡାରକୁ ମଧ୍ୟ ଠିକ୍ ରେ ପରିଚାଳନା କରିନଥିଲା। ସଂପୂର୍ଣ୍ଣ ଭାବେ ଏହା ଫେଲ୍ ହୋଇଥିଲା। ଏଥି ଯୋଗୁ କୃଷକମାନେ ମଧ୍ୟ ଆଶା ଛାଡ଼ିଦେଇଥିଲେ। କିନ୍ତୁ ଶାସକ ଦଳ ଚାହିଁଲେ ଏହାକୁ ଠିକ୍ କରିପାରିବ। ନିକଟରେ ବିଧାନସଭାରେ ନବୀନଙ୍କୁ ଦାୟୀ କରିଥିଲେ ଯୋଗାଣମନ୍ତ୍ରୀ। କିନ୍ତୁ ଏହାକୁ ବିରୋଧ କରିବାକୁ ଯାଇ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଯେଉଁଭଳି ବିଧାନସଭାରେ ଖୋଲା ଧମକ ଦେଲେ ଏହା ସମସ୍ତଙ୍କୁ ଚକିତ କରିଥିଲା । ଯୋଗାଣ ମନ୍ତ୍ରୀଙ୍କୁ ବ୍ୟୋମକେଶ ଧମକ ଦେବାର ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ।

ଏଭଳି କେତେଦିନ ଯାଏ ଆଳୁ ପାଇଁ ଓଡ଼ିଶାକୁ ବ୍ଲାକ୍ ମେଲ କରୁଥିବେ ମମତା ବାନାର୍ଜୀ? ଯଦିଓ ଉତ୍ତର ପ୍ରଦେଶରୁ ଆଳୁ ଆସୁଛି, ତାହା ଯଥେଷ୍ଟ ନୁହେଁ । ଏବେ ରାଜ୍ୟ ବିଜେପି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ କିଭଳି ଓଡ଼ିଶାକୁ ଶୀଘ୍ର ଆଳୁ ଉତ୍ପାଦନରେ ଆତ୍ମନିର୍ଭର କରି ଲୋକଙ୍କ ଚାହିଦାକୁ ପୂରଣ କରି ପାରିବେ ।

ଆଗରୁ ବିଜେଡି ସରକାର ଆଳୁ ଯୋଗାଣକୁ ନେଇ କିଛି ଦୃଢ଼ ପଦକ୍ଷେପ ନେଇନଥିଲେ। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ପୁରୁଣା ଭୁଲ ନ ଦୋହରାଇ, ସେଥିରୁ କିଛି ଶିଖିବା ସହ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆଶା ।

Comments are closed.