କର୍ମଭୂମି ଗଞ୍ଜାମରୁ ନବୀନଙ୍କ ଶଙ୍ଖନାଦ

କର୍ମଭୂମି ଗଞ୍ଜାମରୁ ନବୀନଙ୍କ ଶଙ୍ଖନାଦ

Date:

ଇନସାଇଟ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ରବିବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ ।  ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5 ଟି ସଚିବ ଭି କେ ପାଣ୍ଡିୟନ ମଧ୍ୟ ନଜରରେ ଆସିଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ସମସ୍ତ ସ୍ଥାନ ବା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସକାଳେ ପ୍ରଥମେ ତାରାତାରିଣୀ ପୀଠରେ ଦେବୀ ଦର୍ଶନ କରିଥିଲେ  । ଏହାପରେ ସେ ଆୟୋଜିତ ସଭାରେ ଯୋଗ ଦେଇଥିଲେ ।

- Advertisement -

ମାଁ ତାରାତାରିଣୀଙ୍କ ଦର୍ଶନ କରି  ଗଞ୍ଜାମ ଜିଲ୍ଲା ପାଇଁ  ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ରାଜ୍ୟର ଅନ୍ୟତମ ବୃହତ୍ ଜିଲ୍ଲା ଭାବେ ଗଞ୍ଜାମ ଏହି ମହତ୍ତ୍ଵପୂର୍ଣ୍ଣ ସ୍ୱାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି ଗତକାଲି । ଜିଲ୍ଲାର ପ୍ରାୟ ୨୫ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ। ଏହି ଅବସରରେ ଭିଡିଓ କନଫରେନସିଂ ଜରିଆରେ ୨୧୪୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଥିଲେ । ସେଥି ମଧ୍ୟରେ ୧୫୮୩ କୋଟି ଟଙ୍କାର ୬୪୫ଟି ପ୍ରକଳ୍ପ ଓ ୧୨୭ଟି ନୂଆ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ହେଉଛି ସରକାରଙ୍କ ପ୍ରତିବଦ୍ଧତା। ଆଉ ବିଜୁ ସ୍ବାସ୍ଥ୍ୟକାର୍ଡ଼ ହେଉଛି ରାଜ୍ୟବାସୀଙ୍କୁ ସରକାରଙ୍କ ଶ୍ରେଷ୍ଠ ଉପହାର।

ପ୍ରତିଟି ଜୀବନ ମୁଲ୍ୟବାନ ସେ ଚାଷୀ କି ମୁଲିଆ ହେଉ, କିମ୍ବା  ରିକ୍ସାବାଲା ହେଉ  । ସମସ୍ତେ ସମ୍ମାନ ର ସହ ବଞ୍ଚନ୍ତୁ । ଏହା ନବୀନ ପଟ୍ଟନାୟକଙ୍କ ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ ର ଲକ୍ଷଣ । ସ୍ବାସ୍ଥ୍ୟଜନିତ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରି କରିବା ସହ ପିଲାଙ୍କ ପାଠପଢ଼ା ବନ୍ଦ କରିଦେଇଥା’ନ୍ତି। ଯାହାକି ତାଙ୍କୁ ବହୁତ ଦୁଃଖିତ କରିଥାଏ।

ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ଼ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ଡାକ୍ତରଖାନାରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ୨୬ ଲକ୍ଷ ୭୬ହଜାର ଲୋକ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାର ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ୭ ଜଣ ହିତାଧିକାରୀଙ୍କୁ ହେଲ୍‌ଥ କାର୍ଡ଼ ବଣ୍ଟନ କରିଥିଲେ।

୨୧୪୦ କୋଟିର ପ୍ରକଳ୍ପ ଶୁଭାରମ୍ଭ କରି ସଂଯୋଗୀକରଣରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ , ଶିକ୍ଷା , ସ୍ବାସ୍ଥ୍ୟ , ଜୀବିକା , ପରିମଳ , ଜଳସେଚନ , ଶକ୍ତି , ମହିଳା ଓ ଶିଶୁ ବିକାଶ ଆଦି ବିଭିନ୍ନ କ୍ଷେତ୍ର ରେ ବିକାଶ ମୂଳକ କାର୍ଯ୍ୟ କରାଯିବ । ଉଲ୍ଲେଖନୀୟ ଭାବେ ଜିଲ୍ଲାର ଏକମାତ୍ର ମହାନଗର ବ୍ରହ୍ମପୁରବାସୀଙ୍କ ନିମନ୍ତେ ୩୨.୭୫ କୋଟିରେ ନିର୍ମିତ ବହୁମୁଖୀ ଜରା ନିବାସ, ୧୩.୪୦ କୋଟି ଟଙ୍କାରେ ନିର୍ମିତ ଶଶୀଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ କୋଠା ଆଦି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍‌ଲାଇନ୍‌ରେ ଉଦ୍‌ଘାଟିତ ହୋଇଛି।

ସୂଚନା ଥାଉ କି ସ୍ମାର୍ଟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ହାଇସ୍କୁଲ ପରିଦର୍ଶନରେ ଯାଇଥିଲେ ମୁଖ୍ୟମନ୍ତ୍ରୀ I ଏହି ଅବସରରେ କ୍ଲାସରୁମ ରେ ପିଲାମାନଙ୍କ ସହିତ କିଛି ସମୟ ବସି ଆଲୋଚନା ମଧ୍ୟ କରିଥିବାର ଦେଖାଯାଇଥିଲା। ଏହାପରେ ନିଜ ନିର୍ବାଚନ କ୍ଷେତ୍ରରେ ସ୍ମାର୍ଟ ସ୍କୁଲ ରୂପାନ୍ତରଣର ଅନୁଧ୍ୟାନ କରିଥିଲେ । ସ୍କୁଲରେ ପ୍ରତିଷ୍ଠା ହୋଇଥିବା ଅତ୍ୟାଧୁନିକ ଲାବୋରେଟୋରୀ ଓ ଲାଇବ୍ରେରୀକୁ ବୁଲି ଦେଖିଥିଲେ । ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସ୍ୱାସ୍ଥ୍ୟ ସେବା ସହ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଛି ସରକାରୀ ସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲାରେ ମୋଟ୍ ୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ କରାଯାଇଛି । ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଗଞ୍ଜାମ ଦର୍ଶନ ବସ ର ଶୁଭଯାତ୍ରା ଆରମ୍ଭ କରିଥିଲେ ।

ମୁଖ୍ୟମନ୍ତ୍ରୀ ମାଁ ଙ୍କୁ ଦର୍ଶନ କରିବା ସମୟର ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏଭଳି କଥା ଶୁଣି ସେଠାରେ ଥିବା ସମସ୍ତଙ୍କ ଆଖିରୁ ଲୁହ ଝରି ଯାଇଥିଲା । ପୂଜାରୀ ମାଁ ଙ୍କୁ କରିବା ପାଇଁ ତାଙ୍କୁ ଗୋତ୍ର ପଚାରିଥିଲେ ଆଊ ସେ ଉତ୍ତର ଦେଇଥିଲେ ଗୋତ୍ର ହେଉଛି “ଓଡିଶାବାସୀ “ । ପୂଜାରୀ ବ ଜାଣିନେଲେ ଯେ ସେ ସମଗ୍ର ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି ପାଇଁ ମାଁଙ୍କ ପାଖକୁ ଆସିଛନ୍ତି । ଏହା ସହିତ ଜିଲ୍ଲା ର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ମାଁଙ୍କ ପ୍ରସାଦ ନିଜ ହାତରେ ବାଣ୍ଟିଥିଲେ । ଗଞ୍ଜାମ କରୋନାର ପ୍ରଥମ ଲହରୀ ରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ସରପଞ୍ଚ ମାନଙ୍କୁ ସେହି ସମୟରେ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲା ଏବଂ ସେମାନେ ମଧ୍ୟ ନିଷ୍ଠାର ସହିତ ଲୋକଙ୍କୁ ସେବା ଯୋଗାଇଥିଲେ । କରୋନା ସମୟରେ ତାଙ୍କ ଭଲ କାମ ପାଇଁ ସେମାନଙ୍କୁ ପ୍ରସାଦ ସହିତ ଲଡୁ ମଧ୍ୟ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ।

ମାଁ ଙ୍କ ମନ୍ଦିର ଦର୍ଶନ ସହିତ ସେ ମନ୍ଦିର ବିକାଶ ର ସମୀକ୍ଷା କରି ୨୦୨୩ ସୁଦ୍ଧା କାମ ସମ୍ପୂର୍ଣ ହେବ ବୋଲି ଘୋଷଣା କରିଛନ୍ତି । ମନ୍ଦିର ପରେ ସେ ନିଜର ରାଜନୈତିକ ଜୀବନ ର ପ୍ରଥମ ନିର୍ବାଚନ ମଣ୍ଡଳି  ହଞ୍ଜିଳି  ଯାଇ ସେଠାରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୨୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ତାଙ୍କ କାମର ଦକ୍ଷତା ପାଇଁ ପ୍ରଶଂସା କରିବାସହିତ ୧୦୦କୋଟି ଟଙ୍କାର ବ୍ୟାଙ୍କ ଋଣ ସୁବିଧା ପ୍ରଦାନ କରିଛନ୍ତି । ତାରାତାରିଣୀ ପୀଠରେ ପ୍ରସାଦ ସେବନ ମଣ୍ଡପ ଠାରେ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ କୋଭିଡ୍ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ବାବଦରେ ଆଲୋଚନା କରିଥିଲେ ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...