ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ

Date:

Insight Bureau:  କିଛି ଦିନ ତଳେ ପ୍ରକାଶ ପାଇଛି ବ୍ରଜରାଜନଗର ଉପନିର୍ବାଚନ ବିଜ୍ଞପ୍ତି । ଯାହା ଫଳରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି  । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ଏହା ପରେ ମେ’ ୧୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଭୋଟ ଗ୍ରହଣ ହେବ ମଇ ୩୧ ତାରିଖରେ ଆଉ ଭୋଟ ଗଣତି ଜୁନ ୩ ତାରିଖରେ ।

ବିଜ୍ଞପ୍ତି ପ୍ରକାଶ ପରେ ଜୋରଦାର ପ୍ରସ୍ତୁତି କଲେଣି ତିନି ପ୍ରମୁଖ ରାଜନୈତିକ ଦଳ । ତୃଣମୂଳ ସ୍ତରରେ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। କେମିତି ନିର୍ବାଚନ ମଇଦାନ ପାର ହେବେ ସେ ନେଇ ଆରମ୍ଭ ହୋଇଛି ଦଳ ଭିତରେ କରସତ ।

କଣ ମୁଦ୍ଦା ନେଇ ଲୋକଙ୍କ ପାଖକୁ ଯିବେ ସେ ନେଇ ରାଜନୈତିକ ଦଳ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ଏ ଯାଏଁ ପାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି ଦଳ ଦଳ ଭିତରେ । ଏକାଧିକ ଆଶାୟୀ ଥିବାରୁ ସବୁ ଦଳ ପାଇଁ ଚିନ୍ତା ବଢିଛି ।  ୨୦୧୯ରେ ପ୍ରଥମ ଥର ପାଇଁ ବିଜେଡି ବ୍ରଜରାଜନଗର ଦଖଲ କରିଥିବା ବେଳେ ଉପନିର୍ବାଚନ ଜିତି ସିଟ ବଜାୟ ରଖିବାକୁ ବିଜେଡ଼ି ରଣନୀତି କରିଛି । ସବୁ ଉପନିର୍ବାଚନ ପରି ଚଳିତ ନିର୍ବାଚନରେ ମଧ୍ୟ ତୃଣମୂଳ ସ୍ତରରେ ଯୋଜନା କରିଛି ଶାସକଦଳ।

ଏପଟେ ବ୍ରଜରାଜନଗର ଉପନିର୍ବାଚନରେ କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ । କିଶୋରଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ପକ୍ଷରୁ ଆପାତତଃ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କିଶୋର ପୂର୍ବରୁ କଂଗ୍ରେସ ଟିକେଟରୁ ବିଧାୟକ ହେବା ସହ ମନ୍ତ୍ରୀ ରହି ସାରିଛନ୍ତି । ଅନ୍ୟପଟେ କିଶୋରଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଟିକେଟ ଦେଇ ବ୍ରଜରାଜନଗର ବାଜି ଜିତିବାକୁ କଂଗ୍ରେସ ଚାହୁଁଥିବା କୁହାଯାଉଛି । ଯେହେତୁ ପୂର୍ବରୁ ବ୍ରଜରାଜନଗର କଂଗ୍ରେସର ଗଡ ରହିଥିଲା ତେଣୁ ପୁଣି ଏହି ଆସନରେ କମବ୍ୟାକ କରିବାକୁ କିଶୋରଙ୍କୁ ପ୍ରାର୍ଥୀ କରିପାରେ ଦଳ ।

ସେହିପରି ଉଭୟ ବିଜେପି ଓ ବିଜେଡି ବ୍ରଜରାଜନଗରରେ କାହାକୁ ପ୍ରାର୍ଥୀ କରିବେ ତାହା ଉପରୁ ଏଯାବତ ପରଦା ହଟି ପାରୁନି । ବିଜେଡି ପକ୍ଷରୁ ନବ ଦାସଙ୍କ ଝିଅ ଦୀପାଲି ଦାସ ଓ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଶାସକ ଦଳର ସଭାପତି ନବୀନ କାହା ନାଁରେ ମୋହର ମାରିବେ ତାହା ମଧ୍ୟ ଏଯାବତ ସ୍ପଷ୍ଟ ହୋଇନି ।

ସେହିଭଳି ବିଜେପିରେ ମଧ୍ୟ ସମାନ ସ୍ଥିତି । ବିଜେପିର ଅନେକ ଆଶାୟୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଆଉ ଏହି ଏଥିରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଓ ସୁଜିତ ସିଂ ସବୁଠୁ ଆଗରେ ରହିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେପିର ଗୋଟିଏ ଗୋଷ୍ଠୀ ରାଧାରାଣୀଙ୍କ ସମର୍ଥନରେ ବାହାରିଥିବା ବେଳେ ଅନ୍ୟ ଗୋଷ୍ଠୀ ସୁଜିତଙ୍କୁ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଥିବାର ଚର୍ଚ୍ଚା ହେଉଛି । ଯେହେତୁ ରାଧାରାଣୀ ଗତ ନିର୍ବାଚନରେ ପରାଜିତ ହୋଇଥିଲେ ତେଣୁ ତାଙ୍କ ବଦଳରେ ଯୁବ ଚେହେରା ସୁଜିତଙ୍କୁ ସୁଯୋଗ ମିଳିବା ଉଚିତ୍ ବୋଲି ଏହି ଗୋଷ୍ଠୀ ନିଜ ମତ ରଖିଛି । ଆଉ ଏସବୁ ଭିତରେ ଉଭୟ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀତ୍ୱ କାର୍ଡ ଖୋଲି ନାହାନ୍ତି । ଯାହା ଏବେ ବ୍ରଜରାଜନଗର ରାଜନୀତିକୁ ରୋଚକ କରିଛି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.