ରାଜ୍ୟରେ ପ୍ରତିଷ୍ଠା ହେବି ୩୪ଟି ନୂଆ ଅଦାଲତ

ରାଜ୍ୟରେ ପ୍ରତିଷ୍ଠା ହେବି ୩୪ଟି ନୂଆ ଅଦାଲତ

Date:

Insight Bureau: ରାଜ୍ୟରେ ସରଳ ହେବାକୁ ଯାଉଛି ନ୍ୟାୟିକ ପ୍ରକ୍ରିୟା । ବିଭିନ୍ନ ଜିଲ୍ଲାରେ ଏବେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ । ସୂଚନା ଦେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ରାଜ୍ୟ ସରକାର ମାରିଛନ୍ତି ମୋହର । ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇବ । ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ  ସ୍ଥିର କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଛନ୍ତି ।

ଏହି କମିଟି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଥିବା ବେଳେ ଅନ୍ୟ ୭ଟି ଜିଲ୍ଲା ଏବଂ ସେସନ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରି ଦେଇଛନ୍ତି। ଏଥିମଧ୍ୟରେ ଭୁବନେଶ୍ୱରରେ ଦୁଇଟି, ବାଲେଶ୍ୱର ଜିଲ୍ଲାର ସୋର ଓ ଜଳେଶ୍ୱରରେ ଗୋଟିଏ କରି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କେରାପୁଟ ଏବଂ ଗଜପତି ଜିଲ୍ଲାର ଆର.ଉଦୟଗିରି ଠାରେ ରହିଛି। ଅନୁରୂପ ଭାବେ ୫ଟି ସିଭିଲ ଜଜ କୋର୍ଟକୁ ଅନୁମୋଦନ ମିଳିଛି । ଏଗୁଡ଼ିକ ନୟାଗଡ଼ ଜିଲ୍ଲାର ରଣପୁର, କଟକ ଜିଲ୍ଲାର ନରସିଂହପୁର ଏବଂ ବଡମ୍ବା, ଗଞ୍ଜାମ ଜିଲ୍ଲାର ସୋରଡ଼ା ଏବଂ ସୋନପୁର ଜିଲ୍ଲାର ରାମପୁରଠାରେ ପ୍ରତିଷ୍ଠା ହେବ। ଏଗାରଟି ସ୍ଥାନରେ ସିଭିଲ ଜଜ କୋର୍ଟ ସ୍ଥାପନ ହେବ । ଏଗୁଡ଼ିକ ବଲାଙ୍ଗୀର ଜିଲ୍ଲାର ତୁଷରା, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ବାହାନାଗା ଏବଂ ଜଳେଶ୍ୱର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ଦେବଗଡ଼ ଜିଲ୍ଲାର ବାରକୋଟ, ଜଗତସିଂହପୁର ଜିଲ୍ଲାର ନାଉଗାଁ ଏବଂ କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ଏବଂ ଖଜୁରୀପଡ଼ାରେ ପ୍ରତିଷ୍ଠା କରାଯିବ । ଏଥିସହିତ  ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ ସ୍ଥିର କରିଛନ୍ତି । ଏଗୁଡିକ ମଧ୍ୟରେ କଟକ ସଦର, ଭୁବନେଶ୍ୱର, ପୁରୀରେ ଦୁଇଟି, ବାଲେଶ୍ୱର ସଦର, ବଲାଙ୍ଗୀର ସଦର, କେନ୍ଦ୍ରାପଡ଼ା ସଦର, ଜୟପୁର, ରାଉରକେଲା ଏବଂ ଗୋଟିଏ ଲିଭ୍ ରିଜର୍ଭ ଅଦାଲତ ହେବ ।

ବୈଠକରେ ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟକୁ ଅନୁମୋଦନ କରାଯାଇଛି । ଅତିରିକ୍ତ ଜିଲ୍ଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସିଭିଲ ଜଜ୍ ଅଦାଲତ  ପାଇଁ ୩.୬୦କୋଟି, ସିଭିଲ ଜଜ୍ ବାଣିଜ୍ୟିକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁର ଠାରେ ୪ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠାକୁ ଅନୁମୋଦନ କରିଥିବାବେଳେ ନୟାଗଡ଼ ଜିଲ୍ଲାର ଓଡଗାଁ ଠାରେ ସିଭିଲ ଜଜ୍ କୋର୍ଟକୁ ଅନୁମୋଦନ ମିଳିଛି ।  ଓଡ଼ିଶା ହାଇକୋର୍ଟଙ୍କ ଅନୁମୋଦନ ପରେ ମଞ୍ଜୁରି ପାଇଥିବା ଏହି ଅଦାଲତ ପର୍ଯ୍ୟାୟକ୍ରମେ ପ୍ରତିଷ୍ଠା ହେବ ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ଜେନା ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.