ହରିଶ୍ଚନ୍ଦ୍ର ବକ୍ସିପାତ୍ର – ବିନମ୍ର ଶ୍ରଦ୍ଧାଞ୍ଜଳି

ହରିଶ୍ଚନ୍ଦ୍ର ବକ୍ସିପାତ୍ର – ବିନମ୍ର ଶ୍ରଦ୍ଧାଞ୍ଜଳି

Date:

By Pradyumna Satpathy: ଆସନ୍ତାକାଲି, ନଭେମ୍ବର ୧୭ ତାରିଖ , ମହାନ୍ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ, ଜନସ୍ବାର୍ଥ ସମର୍ପିତ ଜନନେତା, ପଚାଶ ଦଶକର ବିପ୍ଲବୀ ଛାତ୍ର ନେତା, ପ୍ରାକ୍ତନ ମନ୍ତ୍ରୀ, ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି , ଗରିବ ଖଟିଖିଆ ଦିନ ମଜୁରିଆ ମେହନତୀ ମଣିଷ ର ଆଜୀବନ ସାଥୀ , ସାମାଜିକ ନ୍ୟାୟ ଆନ୍ଦୋଳନ ର ସମର୍ପିତ କାଣ୍ଡାରୀ , ଚିର ବନ୍ଦନୀୟ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଙ୍କ ୮୯ ତମ ଜୟନ୍ତୀ । ବିଗତ କୋଡ଼ିଏ ବର୍ଷ ଧରି ଜୟଦେବ ଭବନ ପ୍ରେକ୍ଷାଳୟ ରେ ସନ୍ଧ୍ୟାରେ ପାଳିତ ହେବ ଜୟନ୍ତୀ ସମାରୋହ ।

୧୯୩୩ ମସିହା, ନଭେମ୍ବର ୧୭ ତାରିଖ ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡରେ ଜନ୍ମିତ ଜନନେତା ବକ୍ସି ବାବୁ ଙ୍କ ପିତା ଗୋପୀନାଥ ବକ୍ସିପାତ୍ର ଥିଲେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନ ର ସମର୍ପିତ ଯୋଦ୍ଧା, ଉତ୍କଳ ସମ୍ମିଳନୀର ନେତା । ପାରଳାଖେମୁଣ୍ଡି ମହାବିଦ୍ୟାଳୟ ର ଛାତ୍ର ଥିବା ସମୟରେ ଛାତ୍ର ସଂସଦ ର ସଭାପତି ହୋଇଥିଲେ । ସମଗ୍ର ଓଡ଼ିଶାରେ ଭାରତୀୟ ଛାତ୍ର ସଂଘର ନେତୃତ୍ବ ନେଇଥିଲେ । ସେଠାରୁ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା ମହାବିଦ୍ୟାଳୟରେ ଛାତ୍ର ଥିବା ସମୟରେ ଛାତ୍ର ସଂସଦ ର ସଭାପତି, ମଧୁସୂଦନ ଆଇନ୍ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ହୋଇଥିଲେ । ୧୯୫୬ ର ସୀମା ଆନ୍ଦୋଳନ ସମୟରେ ଛାତ୍ର ଆନ୍ଦୋଳନ ର ନେତୃତ୍ବ ନେଇଥିଲେ ।

ସ୍ମରଣଯୋଗ୍ୟ ଦଳେଇଘାଇ ବିପର୍ଯ୍ୟୟ ସମୟରେ ସ୍ଵେଚ୍ଛାସେବୀ ଛାତ୍ର ମାନଙ୍କ ନେତୃତ୍ବ ନେଇଥିଲେ । ସେତେବେଳେ ସେ ହୋଇଯାଇଥିଲେ ସର୍ବ ଭାରତୀୟ ଛାତ୍ର ସଂଘର ସାଧାରଣ ସମ୍ପାଦକ । ଶିକ୍ଷା ସମାପ୍ତ ପରେ ସରକାରୀ ଚାକିରୀ କୁ ପଦାଘାତ କରି ଫେରିଥିଲେ ଜନ୍ମମାଟିକୁ , ଆରମ୍ଭ କରିଥିଲେ ରୟତ ଆନ୍ଦୋଳନ । ଏକ କୁଳିନ , ସମ୍ଭ୍ରାନ୍ତ,ଧନାଢ୍ୟ ପରିବାର ରେ ଜନ୍ମଗ୍ରହଣ କରିଥିବା ବକ୍ସି ମିଶିଗଲେ ନିରୀହ ଆଦିବାସୀ, ନିଷ୍ପେସିତ ଚାଷୀ ମୂଲିଆ ଗରିବ ଖଟିଖିଆ ଦିନ ମଜୁରିଆ ଙ୍କ ସହିତ ଓ ସେମାନଙ୍କ ଅଧିକାର ପାଇଁ ଆନ୍ଦୋଳନ ଗଢ଼ି ତୋଳିଲେ । ପ୍ରକମ୍ପିତ ହେଲା କୋରାପୁଟ , କଳାହାଣ୍ଡି ଜିଲ୍ଲାର ପ୍ରତି ଗିରି ଗହ୍ଵର ରୁ ଗାଁ ଗଣ୍ଡାର ପୁର ପଲ୍ଲୀ । ଅଧିବକ୍ତା ଭାବରେ ସେମାନଙ୍କ ପାଇଁ କଲେ ଅଦାଲତି ସଂଘର୍ଷ. ବାରମ୍ବାର କାରାବରଣ କରିଥିଲେ ।

ଏକଦା କାରାଗାର ରୁ ଫେରି ପୁରୀ ର କମ୍ୟୁନିଷ୍ଟ ନେତା ରାମଚନ୍ଦ୍ର ମିଶ୍ରଙ୍କ କନ୍ୟା ଙ୍କୁ ବିବାହ କରିଥିଲେ । ବିବାହ ବନ୍ଧନରେ ଆବଦ୍ଧ ହୋଇ ମଧ୍ୟ ସେ ରହୁଥିଲେ ଅଖ୍ୟାତ ଆଦିବାସୀ ପଲ୍ଲୀରେ । କ୍ଷମତା ରାଜନୀତି ରେ ଯୋଗଦାନ କରି ଜୀବନ ରେ ତିନି ଥର ବିଧାୟକ ହୋଇଥିଲେ । ପ୍ରଥମେ ବିଧାୟକ ହୋଇ ମୁଖ୍ୟ ସଚେତକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ଜରୁରୀକାଳୀନ ସ୍ଥିତି ରେ ସେ କାରାବରଣ କରିଥିଲେ । ଜେଲରୁ ମୁକ୍ତ ହୋଇ ନବଗଠିତ ଜନତା ପାର୍ଟିର ସାଧାରଣ ସମ୍ପାଦକ ହୋଇଥିଲେ । ନିର୍ବାଚନ ରେ ବିଜୟୀ ହୋଇ ନୀଳମଣି ରାଉତରାୟ ଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ । ପରିବହନ କର୍ମଚାରୀ ସଂଘ ର ସଭାପତି ଠାରୁ ଅନେକ ଶ୍ରମିକ ସଂଗଠନର ନେତୃତ୍ବ ନେଇଥିଲେ ।

୧୯୯୦ ରେ ସେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିବା ସମୟରେ ଏକମାତ୍ର ମନ୍ତ୍ରୀ, ଯିଏ ଜନତାଦଳର କେନ୍ଦ୍ରୀୟ ନିଷ୍ପତ୍ତି ଆଧାର ରେ ସମସ୍ତ କାର୍ଯ୍ୟ କରିଥିଲେ , ଯାହା ବିଜୁବାବୁ ଓ ତାଙ୍କ ତୈଳମର୍ଦ୍ଦନକଳାକୈ।ଶଳୀ ସହକର୍ମୀ ମାନଙ୍କ ଚକ୍ଷୁଘାତ ହୋଇଥିଲା । ୧୯୯୦, ଅଗଷ୍ଟ,୭ ତାରିଖ ରେ ଭିପି ସିଂ ଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା ଆଧାରିତ ପ୍ରସ୍ତାବ ର ସେ ଥିଲେ ଏକମାତ୍ର ସମର୍ଥକ ମନ୍ତ୍ରୀ । ବିଜୁବାବୁଙ୍କ ବାରଣ ସତ୍ତ୍ୱେ ନୂଆଦିଲ୍ଲୀ ରେ ପ୍ରଥମେ ତାଙ୍କ ପ୍ରସ୍ତାବ ଓ ସମସ୍ତ ପ୍ରକାର ସହଯୋଗରେ ତାଳକୋଟରା ଷ୍ଟେଡିଅମରେ ଦିଲ୍ଲୀରେ ଥିବା ସମସ୍ତ ଓଡ଼ିଆ ମାନଙ୍କର ଏକ ସମାବେଶ ହୋଇଥିଲା, ଯାହା ପ୍ରଥମ ଥର ପାଇଁ ଜଣାଗଲା ଦିଲ୍ଲୀରେ ଓଡିଆ ଙ୍କ ସଂଖ୍ୟା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନ ଓ ମନ୍ତ୍ରୀ ସାହେଵ ସିଂ ବର୍ମା ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ, ବୀର ସୁରେନ୍ଦ୍ର ସାଏ ଓ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଙ୍କ ନାମରେ ଦିଲ୍ଲୀ ର କୈାଣସି ରାସ୍ତା କୁ ନାମିତ କରିବା ପାଇଁ ।

ମନ୍ତ୍ରୀ ଥିବା ସମୟରେ ୧୯୯୪ କୁ ଓଡ଼ିଆ ଭାଷା ବର୍ଷ ଭାବେ ସମଗ୍ର ରାଜ୍ୟରେ ପାଳନ କରାଇଥିଲେ । ଡଙ୍କେଲ ପ୍ରସ୍ତାବ ବିରୋଧରେ ସେ ମଧୁ ଦଣ୍ଡବତେଙ୍କ ପ୍ରସ୍ତାବ କୁ ସମ୍ମାନ ଦେଇ ସମଗ୍ର ଭାରତରେ ଜନମତ ଜାଗ୍ରତ ନିମନ୍ତେ ଗଠିତ ପ୍ରଚାର କମିଟିର ଅଧ୍ୟକ୍ଷ ହୋଇଥିଲେ । ଉତ୍କଳ ସମ୍ମିଳନୀର ସଭାପତି ଭାବରେ ସଙ୍ଗଠନ କୁ ବ୍ୟାପକ କରାଇଥିଲେ । ବିହାର ରାଜ୍ୟ ବିଭାଜନ ସମୟରେ ଆମ ଓଡ଼ିଆ ଅଞ୍ଚଳ ଷଢେ଼ଇକଳା, ଖରସୁଆଁ, ସିଂହଭୂମ ପ୍ରଭୃତି ଉତ୍କଳ ର ଅପହୃତ ସମସ୍ତ ଅଞ୍ଚଳକୁ ଫେରାଇ ଆଣିବା ଆନ୍ଦୋଳନ ର ନେତୃତ୍ବ ନେଇଥିଲେ । ସେହି ଆନ୍ଦୋଳନ ସମୟରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା ।

ଆମମାନଙ୍କ ଅନୁରୋଧ କୁ ଭୃକ୍ଷେପ ନକରି ସେପ୍ଟେମ୍ବର ୧୧,୨୦୦୦ ମସିହା ର ଓଡ଼ିଶା ବନ୍ଦ ଡାକରା କୁ ସଫଳ କରିବାକୁ ପରାମର୍ଶ ଦେଇ ନିଜେ ଭଗ୍ନ ସ୍ବାସ୍ଥ୍ୟ ରେ ଓଡ଼ିଶା ର କୋଣ ଅନୁକୋଣରେ ବୁଲି ସଭା ସମିତି ରେ ଉତ୍ତେଜିତ ଭାଷଣ ଦେଉଥିଲେ । ସମଗ୍ର ଓଡ଼ିଶାରେ ଅଦ୍ଭୂତପୂର୍ଵ ଭାବେ ଓଡ଼ିଶା ବନ୍ଦ ସଫଳ ହେବା ପରେ ସେ ଦିଲ୍ଲୀ ଗଲେ ଚିକିତ୍ସା ହେବାକୁ, ମାତ୍ର ଫେରିଲେ ଶବ ହୋଇ । ଐତିହାସିକ ସୀମା ଆନ୍ଦୋଳନ ରେ ରାଜନୈତିକ ଜନ୍ମ, ସେହି ସୀମା ଆନ୍ଦୋଳନ ରେ ତାଙ୍କର ମୃତ୍ୟୁ ତ ଇତିହାସ ର ଚରମ ରସିକତା ।

ଜୟନ୍ତୀ ର ଶୁଭାଵସରରେ ତାଙ୍କର ଅମ୍ଲାନ ଅମୃତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି,ବନ୍ଦେ ଉତ୍କଳଜନନୀ ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.