ପୁଣି ବିବାଦରେ ସଞ୍ଜୟ ଦାସ ବର୍ମା

ପୁଣି ବିବାଦରେ ସଞ୍ଜୟ ଦାସ ବର୍ମା

Date:

ଇନସାଇଟ ବ୍ୟୁରୋ: ବିବାଦରେ ପୁଣି ଜଣେ ବିଜେଡି ନେତା । ନିଜ ରାଜନୈତିକ ସହଯୋଗୀ କର୍ମୀଙ୍କ ମୃତ୍ଯୁ ମାମଲାରେ ବିବାଦ ଘେରକୁ ଆସିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା। ତାଙ୍କ ଉପରେ ପରିବାର ଲୋକୋ ସିଧାସଳଖ ଅଭିଯୋଗ କରିଛନ୍ତି । ଲାଗୁଛି ବିବାଦ ଯେପରି ବିଜେଡ଼ିର ପିଛା ଛାଡୁନି । ମମିତା ମର୍ଡର କେସ୍‌କୁ ନେଇ ବିଜେଡି ଏବେ ବିଜେପି, କଂଗ୍ରେସ ଦଳର ଟାର୍ଗେଟରେ ଥିବା ବେଳେ ପୁଣି ଥରେ ଛିଡ଼ା ହୋଇଛି ନୂଆ ବିବାଦ ।

- Advertisement -

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା , ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ଏବେ ପୁଣି ଏକ ହତ୍ୟା ମାମଲାରେ  ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଛନ୍ଦି ହୋଇପଡିଛନ୍ତି । ପରି , ଏସିଏଫ, ମମିତା, ମାହାଙ୍ଗା ଭଳି ଅନେକ ଘଟଣାରେ ବିଜେଡ଼ି ର ନେତା ଓ ମନ୍ତ୍ରୀ ମାନେ ବିବାଦୀୟ ହୋଇପଡିଛନ୍ତି ।

ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ହେଉଛନ୍ତି ବ୍ରହ୍ମଗିରି ବ୍ଲକ ସାନବନ୍ଧକେରା ଗ୍ରାମର ଚିତ୍ତରଞ୍ଜନ ପଲେଇ। ଯୋଜନା ବୋର୍ଡ ଦାୟିତ୍ୱ ପାଇବା ପରେ, ସଂଜୟଙ୍କ ବ୍ୟକ୍ତିଗତ ସହାୟକ ଭାବେ ଦାୟିତ୍ୱ ତୁଲାଉଥିଲେ ଚିତରଂଜନ ।  ଘଟଣା ଘଟିବା ପରଦିନ ଚିତ୍ତରଞ୍ଜନ ଫେରି ଆସିବେ ବୋଲି ସଞ୍ଜୟ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ଏବଂ ଠିକ  ପର ଦିନ ଚିତ୍ତରଞ୍ଜନଙ୍କ ମୃତ ଦେହ ମିଳିବା ତାଙ୍କୁ ତଦନ୍ତ ପରିସରକୁ ଆଣୁଛି । ବିଜେଡି  ସେଲ ରେ କାମ କରୁଥିବା ଚିତ୍ତରଞ୍ଜନଙ୍କ ପରିବାର ଲୋକେ ସିଧା ସଳଖ ମନ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି । ୨ ଦିନ ନିଖୋଜ ହେବା ପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘନିଷ୍ଠ ସହଯୋଗୀ ଚିତରଂଜନ ପଲେଇଙ୍କ  ମୃତଦେହ ଉଦ୍ଧାର କରାଯାଇଥିଲା । ୨ ଦିନ ଧରି ନିଖୋଜ ଥିବା ଚିତରଂଜନଙ୍କ ମୃତଦେହ ମିଳିବା ପରେ ପରିବାର ସଦସ୍ୟ ସଞ୍ଜୟଙ୍କ ଉପରକୁ ଉଠାଇଛନ୍ତି ଅଙ୍ଗୁଳି । ରହସ୍ୟରେ ସହଯୋଗୀ  ଚିତ୍ତରଞ୍ଜନ ପଲେଇଙ୍କ  ମୃତ୍ୟୁ ଯାହା ପାଇଁ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି  ସଞ୍ଜୟ । ଚିତ୍ତରଞ୍ଜନଙ୍କ ମୃତ୍ଯୁ ଯେତିକି ରହସ୍ୟ ସୃଷ୍ଟି କରିଛି ସେତିକି ବିବାଦ ମଧ୍ୟ ସୃଷ୍ଟି କରି ଦେଇଛି ।

କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ପରିବାର ଲୋକଙ୍କ ଅଭିଯୋଗ ପରେ  ନିଜ ବିରୋଧରେ ଆସିଥିବା ଅଭିଯୋଗ ର  ଜବାବ ରଖିଛନ୍ତି ଦାସବର୍ମା। ସେ କହିଛନ୍ତି-“ଚିତ୍ତରଞ୍ଜନ ପଲେଇଙ୍କ ଅକାଳ ବିୟୋଗ ଯୋଗୁ ମୁଁ ଅତ୍ୟନ୍ତ ମର୍ମାହତ। ତାଙ୍କ ପରିବାର ଓ ଜ୍ଞାତିକୁଟୁମ୍ୱଙ୍କୁ ସମବେଦନା ଜଣାଉଛି। ଏ ଦୁଃଖକୁ ସହିବା ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ଶକ୍ତି ଦିଅନ୍ତୁ। ଏହି ଘଟଣାର ଅଭିଯୋଗ ଓ ପ୍ରତ୍ୟାଭିଯୋଗ ହେଉଛି। ମୁଁ ଆଶା କରୁଛି, ସମସ୍ତ କଥା ତଦନ୍ତ ପରେ ସ୍ପଷ୍ଟ ହେବ” । ୨୦୧୨ ମସିହାରେ ଆୟୁଷ ଡାକ୍ତର ମାଧବୀଲତାଙ୍କ ମୃତ୍ୟୁ  ବେଳେ ବି ସଂଜୟ ଦାସବର୍ମା ବିବାଦରେ ଥିଲେ ।

ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ସମ୍ପୃକ୍ତି ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଇସ୍ତଫା ଦାବି କରିଛି ରାଜ୍ୟ ବିଜେପି ।  ଏପଟେ ସଂଜୟ ଦାସବର୍ମାଙ୍କ ସହଯୋଗୀଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜ୍ୟ ରାଜନୀତି । ଗତକାଲି  ପରିବାର ସଦସ୍ୟଙ୍କ ସହ ମିଶି ପୁରୀ ଏସପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା । ଚିତ୍ତରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।ସଠିକ ତଦନ୍ତ ସହ ପରିବାରକୁ ନ୍ୟାୟ ମିଲିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.