ଇତିହାସର ମୁକସାକ୍ଷୀ ଓଡ଼ିଶାର ଉଲାପଗଡ଼ ପାହାଡ

ଇତିହାସର ମୁକସାକ୍ଷୀ ଓଡ଼ିଶାର ଉଲାପଗଡ଼ ପାହାଡ

Date:

Insight Bureau: ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ  ଅବସ୍ଥିତ  ଝାରସୁଗୁଡା ଜିଲ୍ଲା ଐତିହାସିକ  ଓ ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ ।  ଏହି ଜିଲ୍ଲା ମଧ୍ୟରେ ବିକ୍ରମଖୋଲ ଗୁମ୍ଫାରେ ଖୋଦିତ ସାତ ହଜାର ବର୍ଷ ତଳର ଆଦିମ ଲିପି, ରାମାୟଣ ଯୁଗର ଶ୍ରୀ ରାମ ଚଣ୍ଡୀ ଗୁମ୍ଫା, ମହାଭାରତ ଯୁଗର ଉଲାପ ଗଡ଼, ସପ୍ତମ ଶତାବ୍ଦୀର ଗୁଜା ପାହାଡ଼ ବୌଦ୍ଧ ଗୁମ୍ଫା, ଅଷ୍ଟମ ଶତାବ୍ଦୀର ପଦମପୁର ନଗର ଅଧିଷ୍ଠାତ୍ରୀ ଦେବୀ ପଦ୍ମସିନୀ  ମନ୍ଦିର, ପ୍ରାଚୀନ ଅଷ୍ଟଶମ୍ଭୁ ବିଦ୍ୟମାନ । ଏହି ସମସ୍ତ ପ୍ରାଚୀନ ସ୍ଥାନ ପରିଦର୍ଶନ କରିବା ପାଇଁ ଦେଶ ବିଦେଶର ଅନେକ ପର୍ଯ୍ୟଟକମାନେ ଝାରସୁଗୁଡା ଜିଲ୍ଲାକୁ ଆସିଥାନ୍ତି ।

- Advertisement -
Rich history of Ulapgarh hill in Odisha's Jharsuguda
@RohitLohara

 

ଓଡ଼ିଶାରେ ଥିବା ଅନେକ ପାହାଡର ରହିଛି ଭିନ୍ନ ଭିନ୍ନ କାହାଣୀ । ସେଥିମଧ୍ୟରୁ ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ଉଲାପଗଡ଼ ପାହାଡ । ଲୋକକଥା ଅନୁସାରେ ଏହି ଉଲାପଗଡ଼ରେ ପାଣ୍ଡବମାନେ ଆସି ତାଙ୍କ ୧୨ ବର୍ଷର ଅଜ୍ଞାତ ବାସର କିଛି ବର୍ଷ ଏଠାରେ କଟାଇଥିବା ସ୍ଥାନୀୟ ଲୋକମାନେ କହନ୍ତି। ପୁଣି ଇତିହାସ ଅନୁସାରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ବୀର ସୁରେନ୍ଦ୍ର ସାଏ ଏହି ଉଲାପଗଡ଼ର ଗୁମ୍ଫାରେ ରହୁଥିଲେ । ପାହାଡର ଶୀର୍ଷରେ ଥିବା ମାଳଭୂମିରେ  ଦୁର୍ଗର ଅବଶିଷ୍ଟାଂଶ  ରହିଅଛି | ଉଲାପଗଡ଼ ପାହାଡରେ ଥିବା  ପ୍ରାଚୀନ ଉଳାପ ଗଡ଼ ଦୂର୍ଗଟି  ମାହେଶ୍ୱରୀ ପାହାଡ଼ର ପ୍ରାକୃତିକ ସମତଳ ଶଯ୍ୟାରେ ଉପରେ ନିର୍ମିତ ହୋଇଥିଲା । ଦୁର୍ଗଟି ସମୁଦ୍ର ପତନ ଠାରୁ  ୧୦୦ ଫୁଟ ଉଚ୍ଚରେ  ଅବସ୍ଥିତ । ଏହାର  ଦୈର୍ଘ୍ୟ ପ୍ରାୟ ୪୦୦ ମିଟର ଏବଂ ପ୍ରସ୍ଥ ଅନୁନ୍ୟ ୨୫୦ ହେବ । ଏକ ଗଡଖାଇ ଏହାର ଦକ୍ଷିଣ ପାର୍ଶ୍ଵର ପ୍ରସ୍ତର ଚଟାଣରେ ନିର୍ମାଣ  କରାଯାଇଥିଲା । ଉକ୍ତ ଗଡ଼ଖାଇ ପ୍ରାୟ ୧୨ ଫୁଟ ପ୍ରସ୍ଥ ଓ  ୧୫୦ ମିଟର  ଦୈର୍ଘ୍ୟ ଅଟେ ।

@meher_sohan

ଝାରସୁଗୁଡ଼ା ଜିଲାର ବେଲପାହାଡ଼ ସହରଠାରୁ ପ୍ରାୟ ୭ କି.ମି. ଦୂରରେ ଅବସ୍ଥିତ ଉଲାପପଗଡ ପାହାଡ । ପୌରାଣିକ ତଥ୍ୟ ଅନୁସାରେ ବେଲପାହାଡ଼ ନିକଟସ୍ଥ ଉଲାପଗଡ଼ ନାମ , ନାଗ ବଂଶର ରାଜକୁମାରୀ ଉଲ୍ପିଙ୍କ ନାମରେ ଅନୁସାରେ ନାମିତ ହୋଇଛି। ଯେଉଁଠି ଆଜି ମଧ୍ୟ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଏକ ଦୁର୍ଗ ରହିଛି । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଜମିଥାଏ  । ଅତି ପୁରାତନ ଯୁଗରୁ ଏହି ଉଲାପଗଡ଼ ପାହାଡ଼ରେ ପୁରୁଣା ଶିଳାଲିପି ସହିତ ଅନେକ ପୌରାଣିକ ଓ ଐତିହାସିକ କିମ୍ବଦନ୍ତି ରହିଛି, ଯାହାକୁ ଦେଶ ବିଦେଶରୁ ଅନେକ ଭୂତତ୍ୱବିତ ଓ ପର୍ଯ୍ୟଟକମାନେ ଆସି ଗବେଷଣା ମଧ୍ୟ କରନ୍ତି ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...