ଆଜିଠୁ ଆରମ୍ଭ ଯୁକ୍ତ ୨ ପରୀକ୍ଷା

ଆଜିଠୁ ଆରମ୍ଭ ଯୁକ୍ତ ୨ ପରୀକ୍ଷା

Date:

Insight Bureau: ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌ ବିଷୟ ପରୀକ୍ଷା ହୋଇଛି । ମେ’ ୯ରୁ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେବା ନେଇ ସୂଚନା ରହିଛି । ପ୍ରତିଦିନ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବା ପାଇଁ ନିର୍ଦ୍ଦେଶ ରହିଛି । ଚଳିତବର୍ଷ ସର୍ବମୋଟ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଉଛନ୍ତି  । ଏଥିପାଇଁ ୧୧୩୩ଟି ପରୀକ୍ଷା କେନ୍ଦ୍ରରେ  ୨୦୨ଟି ପରୀକ୍ଷା ପରିଚାଳନା ହବ୍ ତଥା ନୋଡାଲ୍ ସେଣ୍ଟର ହୋଇଛି । ପରୀକ୍ଷା ସେଣ୍ଟରରେ ସ୍ବଚ୍ଛତା, କପି ରୋକିବା, ନକଲି ପ୍ରଶ୍ନପତ୍ର ଓ ଗୁଜବକାରୀଙ୍କ ଉପରେ କଡ଼ା ନଜର ରଖିବା ଉପରେ ଗୁରୁତ୍ବାରୋପ କରାଯାଇଛି।

- Advertisement -

 

ଆଇନ ଶୃଙ୍ଖଳା ନିମନ୍ତେ ପ୍ରତି ସେକ୍ଟର ଅନୁଯାୟୀ ଆବଶ୍ୟକ ପୁଲିସ, ଗାଡ଼ି ଆଦି ମୁତୟନ ହୋଇଛି । କପି ରୋକିବା ଲାଗି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ସମେତ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ନେବା ଉପରେ କଟକଣା ଲଗାଯାଇଛି । ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିଥିବା ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ପରୀକ୍ଷା ଆରମ୍ଭ ପୂର୍ବରୁ କେନ୍ଦ୍ରର ଏକ ସ୍ବତନ୍ତ୍ର ସ୍ଥାନରେ ନିଜ ମୋବାଇଲ୍‌ ଦାଖଲ କରିବେ। ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ‌ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ ଏବଂ ପ୍ରଥମ ଏକ ଘଣ୍ଟା ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତର ଖାତା ଦାଖଲ କରିପାରିବେ ନାହିଁ। ହଲ୍‌, ପ୍ରଶ୍ନପତ୍ର ଖୋଲିବା, ପରୀକ୍ଷା ଚାଲିଥିବା ସମୟ ଓ ଉତ୍ତର ଖାତା ସିଲ୍‌ ପରି କାର୍ଯ୍ୟକ୍ରମ ସିସିଟିଭି ନଜରରେ ଅନୁଷ୍ଠିତ ହେବ। ପରୀକ୍ଷାର ସୁପରିଚାଳନା ପାଇଁ ପରିଷଦ ପକ୍ଷରୁ ସ୍କ୍ବାଡ୍‌ ଗଠନ ହୋଇଛନ୍ତି  ।

Share post:

Popular

More like this
Related

Odisha’s Shame – A Failed Experiment With Students

The Odisha government's decision to continue with error-ridden school...

Manipal Hospital Bhubaneswar marks World Blood Donor Day

Reinforcing the importance of voluntary blood donation and community...

Coastal Highway Project in Odisha – The Facts

TNI Bureau: The Coastal Highway Project in Odisha has...

Annamalai’s Exit – BJP’s Most Calculated Political Gamble

TNI Bureau: K. Annamalai's resignation from the BJP and...