‘ପରବ’ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ-କୋଟିଆ

‘ପରବ’ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ-କୋଟିଆ

Date:

ଇନ୍‌ସାଇଟ୍‌ ବ୍ୟୁରୋ: କୋରାପୁଟ ଲୋକ ମହୋତ୍ସବ ‘ପରବ’ ର ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ କୋଟିଆ । ଆନ୍ଧ୍ରର ଅନୁପ୍ରବେଶ ପାଇଁ ଚର୍ଚ୍ଚାରେ ରହିଛି କୋଟିଆ। ରାଜ୍ୟସ୍ତରୀୟ ଆଦିବାସୀ ଓ ଲୋକନୃତ୍ୟ ମହୋତ୍ସବ ପାଳନ ପ୍ରାରମ୍ଭିକ ଉଦଘାଟନୀ ଉତ୍ସବ କୋଟିଆରେ ଡିସେମ୍ବର ୧ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦାଲ ଅଖତର ସୂଚନା ଦେଇ କହିଛନ୍ତି  l

- Advertisement -

କୋଟିଆର ପରବ ମହୋତ୍ସବର ୨୫ ବର୍ଷ ପୂର୍ତ୍ତିକୁ ରାଜ୍ୟ ସରକାର ମହାଆଡମ୍ବରରେ ପାଳନ କରିବାକୁ ଯୋଜନା ରଖିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପ୍ରତିବର୍ଷ ଜିଲ୍ଲା ସସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ସଦର ମହକୁମା କୋରାପୁଟଠାରେ ଆୟୋଜିତ ଆଦିବାସୀ ଉତ୍ସବ ପରବ ନାମରେ ପରିଚିତ l କୋରାପୁଟ ଜିଲ୍ଲାରେ ପାଳିତ ହେଉଥିଲେ ମଧ୍ୟ ରାଜ୍ୟସ୍ତରୀୟ ଉତ୍ସବର ମାନ୍ୟତା ପାଇଛି ଏହି ପରବ ଉତ୍ସବ l ଏକ ମାସ ବ୍ୟାପି ପାଳିତ ହେଉଥିବା ଏହି ଉତ୍ସବରେ ଖେଳ, ନାଚ, ଗୀତ, ନୌକା ଚାଳନା, ତୀରନ୍ଦାଜୀ , କବି ସମ୍ମ୍ମିଳନୀ ଆଦି ଅନୁଷ୍ଠିତ ହୋଇଥାଏ l ଜିଲ୍ଲାର ବିଭିନ୍ନ ବ୍ଳକ ତଥା ଦେଶଋ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନେ ଏହି ଉତ୍ସବରେ ଭାଗ ନେଇଥାନ୍ତି l ଏହି ଉତ୍ସବକୁ ଉପଭୋଗ କରିବାପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି l ‘ପରବ’ ପାଳନ ଅବସରରେ ନଭେମ୍ବର ୧୩ ତାରିଖ ଦିନ ଏଠାକୁ ପର୍ଯ୍ୟଟକମାନେ ବିଶେଷ ସଂଖ୍ୟାରେ ଆସିଥାନ୍ତି l

ବର୍ତ୍ତମାନ ପରବ ଉଦ୍‌ଘାଟନୀ ଉତ୍ସବକୁ ନେଇ ଲୋକେ ବେଶ ଖୁସି ଅଛନ୍ତି । ବିକାଶର ଧାରା ପହଞ୍ଚି ପାରିଛି ଏହି ଗାଁରେ। ପ୍ରଶାସନର ପାଦ ପଡ଼ିଛି ଏହି ଗାଁରେ । ଚଳଚଞ୍ଚଳ ଏ ଗାଁ, କାରଣ ଏଠାରେ ଉଦ୍‌ଘାଟନ ହେବ ଜିଲ୍ଲାର ଲୋକ ମହୋତ୍ସବ ‘ପରବ’ । ଦେଖିବାକୁ ମିଳିବ ଆଦିବାସୀ ଲୋକକଳା ଓ ସଂସ୍କୃତିର ଝଲକ । କୋରାପୁଟରେ ୨୩ ବର୍ଷ ହେବ ପରବ ଆୟୋଜିତ ହୋଇ ଆସୁଛି ।

ଚଳିତ ବର୍ଷ ଏହି ଉତ୍ସବ ପଞ୍ଚାୟତରୁ ଆରମ୍ଭ ହୋଇ ବ୍ଲକ ଏବଂ ଜିଲ୍ଲା ସଦର ମହକୁମାରେ ପାଳିତ ହେବା ସହିତ ଡିସେମ୍ବର ୧୭, ୧୮ ଓ ୧୯ ତାରିଖରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ହେବ । ରାଜ୍ୟ ଏସଆରସିଙ୍କ ଦ୍ୱାରା ନଭେମ୍ବର ମାସ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୌଣସି  ଜନସମାଗମ ମେଳା ଆୟୋଜନର ଅନୁମତି ନାହିଁ । ‘ପରବ’ର ପ୍ରାରମ୍ଭିକ ଉତ୍ସବକୁ ଡିସେମ୍ବର ମାସର ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି  l

ସୂଚନା ଅନୁଯାୟୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଟେଣ୍ଟ କାମ ଆରମ୍ଭ ହୋଇଥିବା ବେଳେ କଳାକାରମାନେ କୋଟିଆ ର ବିଭିନ୍ନ କାନ୍ଥରେ ପରବ ତଥା କୋରାପୁଟିଆ କଳାକୃତିକୁ ତାଙ୍କ ତୂଳୀରେ ଆଙ୍କୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଵତନ୍ତ୍ର ଅତିଥିଙ୍କ ପାଇଁ ଜାନିଗୁଡା ଗ୍ରାମ ନିକଟରେ ଗାଡ଼ି ପାର୍କିଂ ର ସୁବିଧା ହୋଇଥିବା ବେଳେ ଡିସେମ୍ବର ୧ ତାରିଖ ସୁଦ୍ଧା ପରବ ଉତ୍ସବ ଉଦ୍ଘାଟନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି  ।

ଏଥର ‘ପରବ’ ଉଦଘାଟନୀ ଉତ୍ସବରେ ସୁନାପାହାଡ, କୋଟିଆ ଜଗନ୍ନାଥ ମନ୍ଦିର ଓ ଚର୍ଚ୍ଚରୁ ତିନିଟି ମଶାଲ ବାହାରିବ । କୋଟିଆର ନେରେଡିବାଲାସା ଗ୍ରାମଠାରୁ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ପ୍ରତାପ ଚୌଧରୀ ଏବଂ ତାଙ୍କ ଦଳ, ଫାଟୁସିନେରୀଠାରୁ ପୂର୍ବତନ ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, କୋଟିଆ ସରପଞ୍ଚ ବିଶ୍ଵନାଥ ଖିଲ, ସମାଜସେବୀ ଏବଂ ତାଙ୍କ ଦଳ, ସେହିପରି କୋଟିଆ ଠାକୁରାଣୀ ମନ୍ଦିର ନିକଟରୁ ପଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟସାର୍ଥକ ମିଶ୍ର ଏବଂ ତାଙ୍କ ଦଳ ନିର୍ଦ୍ଧାରିତ ସ୍ଥାନରୁ ମଶାଲ ଆଣିବା ପରେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ନେଇ ଯୋଜନା ରହିଛି ।

ମଶାଲ ନେବା ପାଇଁ ପ୍ରତ୍ୟେକ ବ୍ଲକ ରୁ ଜନ ପ୍ରତିନିଧିଙ୍କ ସମେତ ସରକାରୀ କର୍ମଚାରୀମାନେ ପହଞ୍ଚିବେ । ମଶାଲ ନେବା ପରେ ଉତ୍ସବକୁ ଆରମ୍ଭ କରାଯିବ । କୋଟିଆରେ ‘ପରବ’ ପାଳନର ମୁଖ୍ୟ ଉଦ୍ଦେଶ୍ୟ, ସ୍ଥାନୀୟ ଅଞ୍ଚଳର ବିକାଶ ସହ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...