ଭୋଟ ବାକ୍ସରେ ବନ୍ଦ ରାଜନୈତିକ ଦଳଙ୍କ ଭାଗ୍ୟ

ଭୋଟ ବାକ୍ସରେ ବନ୍ଦ ରାଜନୈତିକ ଦଳଙ୍କ ଭାଗ୍ୟ

Date:

ଇନସାଇଟ ବ୍ୟୁରୋ: ସରିଛି ପଞ୍ଚାୟତ ନିର୍ବାଚନ ଏବେ ପ୍ରଶ୍ନ କାହା ସପକ୍ଷରେ ଯିବ ପଞ୍ଚାୟତ ଭୋଟ୍ ? କାହା ଉପରେ ଭାରି ପଡ଼ିବ କିଏ ଏବଂ  ଭୋଟ୍ ରାଜନୀତିରେ କାମ ଦେବ କାହାର ରଣନୀତି ? ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ଏମିତି କିଛି ପ୍ରଶ୍ନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯଦି ଦେଖାଯାଏ ୨୦୧୨ ଓ ୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଦେଖିଲେ ନମ୍ବର ୧ରେ  ଆଗରେ ରହିଥିଲା ବିଜେଡି  ।

- Advertisement -

୨୦୧୭ରେ ବଦଳିଥିଲା ସମୀକରଣ ।  ବିଜେଡି  ନମ୍ବର ଓ୍ବାନ ହୋଇଥିଲେ ବି ପଞ୍ଚାୟତ ନିର୍ବାଚନରେ ଶାସକ ଦଳକୁ କଡ୍ଡା ଟକ୍କର ଦେଇଥିଲା ବିଜେପି । କଂଗ୍ରେସକୁ ପଛରେ ପକାଇ ଦ୍ବିତୀୟ ସ୍ଥାନ ହାସଲ କରିଥିଲା ଦଳ।  ବିଜେଡି ତା ପୂର୍ବ ସିଟ ହରାଇ ୪୭୩ ଖସିଥିଲା ।  ଆଉ ୨୯୭ ଆସନ ଅକ୍ତିଆର କରିବାକୁ ସକ୍ଷମ ହୋଇଥିଲା ବିଜେପି । ଗତ ଦୁଇ ଥରର ଫଳାଫଳକୁ ନଜର ଅନ୍ଦାଜ କରି  ବିଜେଡି ଏଥର ପଞ୍ଚାୟତ ନିର୍ବାଚନରେ ନୂଆ ଅଧ୍ୟାୟ  ସୃଷ୍ଟି କରିବା ନେଇ ଆଶା ରଖିଛି ।

କିନ୍ତୁ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସ୍ଥିତିରେ ବିଶେଷ କିଛି ପରିବର୍ତନ ନଥିବା ନଜର ଆସୁଥିବାବେଳେ ଅନ୍ୟପଟେ ନିରାଶ କରିବ କି ବିଜେପି ?  ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳରେ ବିଜେଡି ନିଜର ଦବ୍‌ଦବା ବଜାୟ ରଖିପାରିବ କି ? ସେମିତି ଆସନ୍ତାକାଲିଠୁ ପଞ୍ଚାୟତ ନିର୍ବାଚନ କାଉଣ୍ଟିଂ ମଧ୍ୟ ଆରମ୍ଭ ହେଉଛି  ।  ଆସିବ ପ୍ରାର୍ଥୀଙ୍କ ନିର୍ବାଚନ ଭାଗ୍ୟ ଫଳ । ଏପଟେ ରାଜ୍ୟର ପାଖାପାଖି ଅଧାରୁ ଅଧିକ ସ୍ଥାନରେ ବିଜେ଼ଡିର ପ୍ରଦର୍ଶନ ଉଲ୍ଲେଖନୀୟ ରହିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପଞ୍ଚାୟତ ଭୋଟ୍ ପାଇଁ କଂଗ୍ରେସ ମଧ୍ୟ ଆଗୁଆ ରଣନୀତି ତିଆରି କରିଥିଲା । ଏଥର ପଞ୍ଚାୟତ ଭୋଟ୍‌ରେ ଦଳର ମୁଖ୍ୟ ଅସ୍ତ୍ର ଥିଲା  ସ୍ଥାନୀୟ ପ୍ରସଙ୍ଗ।

ରାଜ୍ୟରେ ୧୬ ତାରିଖରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଥିଲା, ଯାହା ଗୁରୁବାର ଦିନ ଶେଷ ହୋଇଛି। ତେବେ ଆସନ୍ତା ୨୬ ରୁ ୨୮ ତାରିଖ ଯାଏ ଭୋଟ ଗଣତି କରାଯିବ । ଏହି ନିର୍ବାଚନକୁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ସେମିଫାଇନାଲ୍ । । ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରିବାରେ ଦଳମାନଙ୍କ ପାଇଁ ସହାୟକ ‌ହୋଇପାରେ ଏଥର ର ପଞ୍ଚାୟତ ଫଳାଫଳ । ୮୫୩ ଜିଲ୍ଲା ପରିଷଦ ଆସନରେ ଭୋଟଗ୍ରହଣ ତାରିଖ ଘୋଷଣା ହୋଇଥିବାବେଳେ ବରଗଡର ୨ନମ୍ବର ଜୋନରେ କଳ୍ପନା ପ୍ରଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚନ ଜିତି ଯେଉଥିପାଇଁ କୁହାଯାଇପାରେ ଯେ ନିର୍ବାଚନ ପୂର୍ବରୁ ବିଜେଡି ଖାତା ଖୋଲିଥିଲା । ପରେ କେନ୍ଦୁଝର ଜିଲ୍ଲାରେ ଗୋଟିଏ ଆସନରେ ଭୋଟ ଗ୍ରହଣ ସ୍ଥଗିତ ରଖାଯାଇଛି। ଅତଏବ ବାକି ୮୫୧ ଆସନର ଭୋଟ ଫଳାଫଳ ଏବେ ଷ୍ଟ୍ରଙ୍ଗ୍ ରୁମରେ ବନ୍ଦ ହୋଇ ରହିଛି, ଯାହା ଉପରେ ଏବେ ସମଗ୍ର ରାଜ୍ୟର ନଜର ।

ସୂଚନା ଅନୁସାରେ ୨୦୧୭ ନିର୍ବାଚନରେ ପାଖାପାଖି ୧୬ଟି ଜିଲ୍ଲାରେ କଂଗ୍ରେସ ଖାତା ଖୋଲିପାରିନଥିଲା। ୨୦୧୨ରେ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିଥିବା ବିଜେପି ନୂଆପଡ଼ା ଛାଡି ଅନ୍ୟ ୨୯ଟି ଜିଲ୍ଲାରେ ନିଜର ଉପସ୍ଥିତି ଜାହିର କରିଥିଲା। ହେଲେ ସେ ସମୟରେ ରାୟଗଡା, ପୁରୀ, ନୟାଗଡ, ନବରଙ୍ଗପୁର, କୋରାପୁଟ, କେନ୍ଦୁଝର, କନ୍ଧମାଳ, ଝାରସୁଗୁଡା, ଯାଜପୁର, ଜଗତସିଂହପୁର, ଗଞ୍ଜାମ, ଗଜପତି, ଭଦ୍ରକ, ବୌଦ୍ଧ, କଟକ ଭଳି ଅଧା ଓଡ଼ିଶାରେ ବିଜେପିର ପ୍ରଦର୍ଶନ ଏତେ ଉଲ୍ଲେଖନୀୟ ନଥିଲା। ଅନ୍ୟପକ୍ଷରେ ରାୟଗଡା, ସମ୍ବଲପୁର, ସୋନପୁର, ମୟୂରଭଂଜ, କଳାହାଣ୍ଡି, ଦେବଗଡ, ବରଗଡ, ବଲାଙ୍ଗୀର ଭଳି ଜିଲ୍ଲାରେ ବିଜେଡିର ପ୍ରଦର୍ଶନ ସେତେବେଳେ ଚିନ୍ତାଜନକ ରହିଥିଲା। ତେବେ ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳ କେତେକ ସ୍ଥାନରେ ଏକ ପାଖିଆ ରହିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବାକି ରହିଲା ଫଳାଫଳ ବାହାରିବା ପରେ କିଏ ନିଜ ଦବଦବା ଆଗକୁ ଜାହିର ରଖୁଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପାଇଁ ବଡ ପରୀକ୍ଷା ଭଳି ।  କାରଣ ପଞ୍ଚାୟତ ନିର୍ବାଚନ ଫଳାଫଳ ୨୦୨୪ ପାଇଁ କ’ଣ ରହିଛି ଭୋଟରଙ୍କ ମୁଡ ତାହା ପ୍ରମାଣିତ କରିବ ଏହି ପଞ୍ଚାୟତ ନିର୍ବାଚନ ଫଳାଫଳ  ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...