ବମିଖାଲ ଓଭରବ୍ରିଜ ଦୁର୍ଘଟଣା : କଳାତାଲିକାଭୁକ୍ତ ସମୟ ସୀମା ୫ବର୍ଷ ରଖିବାକୁ ସୁପ୍ରିମକୋର୍ଟର ରାୟ

ବମିଖାଲ ଓଭରବ୍ରିଜ ଦୁର୍ଘଟଣା : କଳାତାଲିକାଭୁକ୍ତ ସମୟ ସୀମା ୫ବର୍ଷ ରଖିବାକୁ ସୁପ୍ରିମକୋର୍ଟର ରାୟ

Date:

ଇନସାଇଟ ବ୍ୟୁରୋ: ରାଜଧାନୀ ଭୁବନେଶ୍ଵରର ବହୁ ଚର୍ଚ୍ଚିତ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣା କୁ ନେଇ ଏବେ ମଧ୍ୟ ବିବାଦ ଲାଗି ରହିଛି ।  ଓଭରବ୍ରିଜ୍ ଭୁଶୁଡ଼ି ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାରୁ ଉପନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଜେଲ୍‌ ଯାଇଥିଲେ। ଘଟଣାର ତଦନ୍ତ ପାଇଁ ସେପ୍ଟେମ୍ବର ୧୩ ତାରିଖରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ସୂଚନାଯୋଗ୍ୟ ଯେ, ପ୍ରାୟ ୪ବର୍ଷ ଧରି ୪୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବମିଖାଲ ଓଭରବ୍ରିଜ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଫେବ୍ରୁଆରି ୨୦ ତାରିଖରେ ଉଦ୍‌ଘାଟନ କରିଥିଲେ ଯାହାର କିଛି ଭାଗ ୨୦୧୭ ସେପ୍ଟେମ୍ବର ୧୦ ରେ ଭୁଶୁଡ଼ି ପଡିଥିଲା ।

- Advertisement -

ଘଟଣାର ତଦନ୍ତ ପାଇଁ ସେପ୍ଟେମ୍ବର ୧୩ ତାରିଖରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏହି କମିଟି ସେପ୍ଟେମ୍ବର ୨୫ରେ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା। ତଦନ୍ତ ରିପୋର୍ଟ ଅନୁଯାୟୀ , ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରି ନଥିଲେ ଏମିତିକି ସେହି ଦିନ ସେ ଅନୁପସ୍ଥିତ ଥିଲେ। ତେଣୁ ତଦନ୍ତ କମିଟି ତାଙ୍କୁ ନିନ୍ଦା କରିବା ସହ ତାଙ୍କ ପଦୋନ୍ନତି ସ୍ଥଗିତ ରଖିବାକୁ ସୁପାରିସ୍‌ କରାଯାଇଥିଲା । ସମାନ ଅଭିଯୋଗରେ ଉପନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ କ୍ଷେତ୍ରରେ ହୋଇଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ତଦନ୍ତ କମିଟି ରିପୋର୍ଟରେ ଲେଖିଥିଲା। ତେବେ ତଦନ୍ତ କମିଟି ରିପୋର୍ଟ ଆଧାରରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

କିନ୍ତୁ ୨୦୧୮ ଏପ୍ରିଲ ୪ ରେ ସେମାନଙ୍କୁ ଚାକିରିରେ ପୁନଃ ନିଯୁକ୍ତି ଦିଆଯାଇଥିଲା। ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା ।‌ ଏହି ଘଟଣା ପାଇଁ ଠିକାଦାରୀ ସଂସ୍ଥା ପଣ୍ଡା ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌କୁ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଦାୟୀ କରିବା ସହିତ  ରିପୋର୍ଟ ଆଧାରରେ ଓଡ଼ିଶା ସରକାରଙ୍କ ଦ୍ବାରା  ସଂସ୍ଥାକୁ ଡିସେମ୍ବର ୧୨, ୨୦୧୭ ରେ କଳାତାଲିକାଭୁକ୍ତ ମଧ୍ୟ କରାଯାଇଛି  ।‌

ବମିଖାଲ ଓଭରବ୍ରିଜ୍‌ କଂକ୍ରିଟ ଛାତ ଭୁଶୁଡ଼ିବା ଘଟଣାରେ ଦାୟୀ ଠିକାଦାରଙ୍କ କଳାତାଲିକାଭୁକ୍ତ ସମୟ ସୀମା ୫ବର୍ଷ ରଖିବାକୁ ସୁପ୍ରିମକୋର୍ଟ ବିଚାରପତି ଏମ୍‌ଆର୍‌ ଶାହା ଓ ବିଚାରପତି ବିଭି ନାଗରତ୍ନା ରାୟ ଦେଇଛନ୍ତି ।  ଆଦେଶ ଜାରି ହେବା ଦିନଠାରୁ ୫ବର୍ଷ ପର୍ଯ୍ୟନ୍ତ ଏହା ଲାଗୁ ହେବା ନେଇ କୋର୍ଟ କହିଛନ୍ତି ।

ଠିକାଦାରୀ ସଂସ୍ଥା ଦୟାର ପାତ୍ର ନୁହନ୍ତି ବୋଲି ସୁପ୍ରିମକୋର୍ଟ କହିବା ସହ ହାଇକୋର୍ଟଙ୍କ ମାର୍ଚ ୨୩, ୨୦୨୧ ଆଦେଶକୁ ଖାରଜ କରିଦେଇଛନ୍ତି ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...