ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ଼ ସହାୟତା ଥୋପ!

ବିଜେଡିର ରଣନୀତି ଆଗରେ ବିରୋଧୀ ଫିକା!

ଇନସାଇଟ ବ୍ୟୁରୋ: ମୁଣ୍ଡ ଉପରକୁ ଆସିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଇଥିଲେ କାଳିଆ ସହାୟତା ଆଉ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୦୦୦ ଟଙ୍କା କୋଭିଡ ସହାୟତା ରାଜ୍ୟବାସୀଙ୍କୁ ଦେବେ ରାଜ୍ୟ ସରକାର । ରାଜ୍ୟ ସରକାର ସବୁବେଳେ ନିଜକୁ ବିକଳ୍ପ ଭାବରେ ଉପସ୍ଥାପିତ କରିବାରେ ସକ୍ଷମ ହୋଇଛନ୍ତି । ଶାସକ ଦଳ ସବୁବେଳେ ଓଡ଼ିଶା ବାସୀଙ୍କର ଆସ୍ଥାଭାଜନ ହୋଇପାରିଛି ଏବଂ ଏହି ସହାୟତା ରାଶିକୁ ଭୋଟ୍ ପାଇଁ ସରକାରଙ୍କ ଏକ ପ୍ରକାର ବ୍ୟବସ୍ଥା କୁହାଯାଇପାରେ  । ନିର୍ବାଚନକୁ ଆଖିରେ ରଖି ବିଜେଡି ଖେଳିଲାଣି କାର୍ଡ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ କୋଭିଡ଼ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି ସରକାର ।  କାଳିଆ ଟଙ୍କା ଭଳି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ସହାୟତା ରାଶି । କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

Support Independent Journalism? Keep us live.

ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ୩୦ ଜିଲ୍ଲାର ୩କୋଟି ୫୦ ଲକ୍ଷ କାର୍ଡଧାରୀଙ୍କୁ ମିଳିବ ଏହି ସୁବିଧା । ଉପକୃତ ହେବେ ରାଜ୍ୟର ୯୩ ପ୍ରତିଶତ ପରିବାର ଓ ୩୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ଏହି ସହାୟତା ପାଇଁ  । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ଏହି ସହାୟତା ରାଶି ଯୋଗାଇ ଦିଆଯିବ । ସହାୟତା ରାଶି ପ୍ରଦାନ ଆରମ୍ଭ ହେବାର ସପ୍ତାହକରେ ବଣ୍ଟନ ସାରିବାକୁ ନିର୍ଦ୍ଦେଶ ରହିଛି  । ଯୋଜନାର ସୁବିଧା ପାଇବାକୁ ହିତାଧିକାରୀଙ୍କୁ ରାସନ କାର୍ଡ ନଚେତ୍ ବିଏସକେୱାଇ ସ୍ମାର୍ଟ ହେଲ୍ଥ୍‌ କାର୍ଡ ଦେଖାଇବାକୁ ପଡ଼ିବ ।

ଏବେ ପ୍ରଶ୍ନ ନିର୍ବାଚନ ହାଓ୍ୱାକୁ ନିଜ ସପକ୍ଷରେ ନେବାକୁ ବାଟ ତିଆରି କରୁଛି କି ବିଜେଡି ? ଶାସକ ଦଳର ଏଭଳି ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା ଏ ଚର୍ଚ୍ଚାକୁ ଆହୁରି ଫର୍ଚ୍ଚା କରିଲା ଭଳି ଲାଗୁଛି ।

Comments are closed.