Odisha Insight

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର କାର୍ଯ୍ୟାନୁଷ୍ଠାନ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ଗୁରୁତ୍ବ ଦେଇଆସିଛନ୍ତି। ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ରାଜ୍ୟର ୪ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।ଏଥିରେ ଦୁଇ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ରହିଥିବା ବେଳେ, ଜଣେ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ରହିଛନ୍ତି

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ପାଇବ ଏକ ନୂଆ ରୂପ

ଆଲୋକିକରଣରେ ଝଲସିବ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି। ଦାରିଙ୍ଗବାଡି ମଧ୍ୟ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ରାୟପୁର ଗୋପାଳପୁର ରାସ୍ତା ର ଉଭୟ ପାର୍ଶ୍ବରେ ଆଲୋକିକରଣ ବ୍ୟବସ୍ଥା କରାଯିବ। ଯାହା ଫଳରେ କନ୍ଧମାଳ ଜିଲ୍ଲା ରେ ଥିବା ଦାରିଙ୍ଗବାଡି କୁ ଏକ ନୂଆ ରୂପ ମିଳିବ।

ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼, ଥାନାରେ ମାମଲା

ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡାକ୍ତରଖାନାରେ। ଜଣେ ଆଶାକର୍ମୀଙ୍କୁ ସେଠାରେ କାର୍ଯ୍ୟରତ ମହିଳା ଡାକ୍ତର ଚାପୁଡା ମାଡ ମାରିବା ଘଟଣା ଥାନାରେ ପହଂଚିଛି।

ବଣ୍ଡାଘାଟିର ଜଳଦୂତ ମାଳତୀ

ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ମହିଳା। ବଣ୍ଡାଘାଟି ରେ ଥିବା ଏକ ଗାଁରେ ପାଣି ସମସ୍ୟା ଉତ୍କଟ ଥିଲା। ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଠିକ ଏହି ସମୟରେ ପହଞ୍ଚିଥିଲେ ଗାଁରେ ସ୍ନାତକୋତ୍ତର ପାଠ ପଢିଥିବା ସୁନା ଝିଅ ମାଳତୀ।

।। ବିଜୟ ରଥଙ୍କ ବିଦାୟ ।।

ଶ୍ରୀଜଗନ୍ନାଥଙ୍କ ରଥ ବଡ଼ଦାଣ୍ଡରେ ଥିବାବେଳେ, ଆଜି ଦକ୍ଷିଣମୋଡ଼ ଦିନରେ ବିଦାୟ ନେଲେ ବିଜୟ କୁମାର ରଥ। କେବଳ ଶ୍ରୀମନ୍ଦିର ନୁହେଁ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ସଂରକ୍ଷଣ କମିଟିର ମଧ୍ୟ ସେ ସଦସ୍ୟ ଥିଲେ।

Popular