ବଣ୍ଡାଘାଟିର ଜଳଦୂତ ମାଳତୀ

ବଣ୍ଡାଘାଟିର ଜଳଦୂତ ମାଳତୀ

Date:

ଇନସାଇଟ ବ୍ୟୁରୋ : ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ମହିଳା। ବଣ୍ଡାଘାଟି ରେ ଥିବା ଏକ ଗାଁରେ ପାଣି ସମସ୍ୟା ଉତ୍କଟ ଥିଲା। ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଠିକ ଏହି ସମୟରେ ପହଞ୍ଚିଥିଲେ ଗାଁରେ ସ୍ନାତକୋତ୍ତର ପାଠ ପଢିଥିବା ସୁନା ଝିଅ ମାଳତୀ। କରୋନା ଯୋଗୁଁ ଶିକ୍ଷା ଅନୁଷ୍ଠାନ ବନ୍ଦ ଥିବାରୁ ସେ ଗାଁକୁ ଆସିଥିବା ସମୟରେ ତାଙ୍କ ଦ୍ବାରା ଏହା ଦୃଷ୍ଟି ଗୋଚର ହୋଇଥିଲା ଏବଂ ସେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଏହା ପରେ ନିଜ ଭାଇ ଭଉଣୀଙ୍କୁ ନେଇ ଗାଁ ରେ କୂଅ ଖୋଳିବା ନେଇ ଅଣ୍ଟା ଭିଡ଼ିଥିଲେ ମାଳତୀ। ତିନି ଭଉଣୀ ମିଶି ଖୋଳିଥିଲେ କୂଅ । ଏବେ ସେଇ କୂଅ ପାଣି କିଛି ମାତ୍ରା ରେ ଗାଁ ଲୋକଙ୍କ ପାଣି ସମସ୍ୟା କୁ ଦୂର କରିଛି।

- Advertisement -

ଖଇରପୁଟ ବ୍ଲକ ର ବାଣ୍ଡିଗୁଡା ଗାଁର ମାଳତୀ ଶିଶା ଭଉଣୀଙ୍କୁ ନେଇ ୨୦ ଫୁଟ ର କୂଅ ଖୋଳିଛନ୍ତି । କୂଅ ଖୋଳିବା ପାଇଁ ସେ ପ୍ରଶାସନ କି କାହାକୁ ହାତ ପାତି ନାହାନ୍ତି। ନିଜ ସମସ୍ୟା ସେ ନିଜେ ଦୂର କରିଛନ୍ତି। ଲକଡାଉନ ସମୟରେ ସେ ଦେଢ ବର୍ଷ ଘରେ ଥିବାବେଳେ ଗାଁ ରେ ପାନୀୟ ଜଳ ସମସ୍ୟା ଥିବା ନେଇ ଅନୁଭବ କଲାପରେ ସେ ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିନଥିଲା। ମାଳତୀଙ୍କ କହିବା ଅନୁଯାୟୀ ଗାଁରେ ପାନୀୟ ସମସ୍ୟା ଉତ୍କଟ ରହିଛି। ଦୂର ଦୁରାନ୍ତରୁ ଲୋକେ ପାଣି ଆଣିବାକୁ ଯାଆନ୍ତି। ଗ୍ରୀଷ୍ମ ଋତୁରେ ଏହି ସମସ୍ୟା ଆହୁରି ଉତ୍କଟ ହୋଇପଡେ। ତେଣୁ ସେ ତାଙ୍କ ଭଉଣୀଙ୍କୁ ନେଇ କୂଅ ଖୋଳିବା ନେଇ ନିଷ୍ପତ୍ତି ନେଇଥିଲେ। ପ୍ରାୟ ତିନି ମାସଧରି ସେ କୂଅ ଖୋଳିଥିଲେ। କେବଳ ନିଜ ପାଇଁ ନୁହେଁ ବରଂ ପୁରା ଗ୍ରାମବାସି ପାନୀୟ ଜଳ ଭାବେ ବ୍ୟବହାର କରିପାରିବେ ବୋଲି କହିଥିଲେ।

ମାଳତୀ ଙ୍କୁ ଦେଖି ଗାଁର ଲୋକୋମାନେ ଅନ୍ୟ କୂଅ ମଧ୍ୟ ଖୋଳିଛନ୍ତି। ଗାଁର ପ୍ରାୟ ୬୦ ପରିବାର ଘର ତିଆରି କାମ ପାଇଁ ଏହି କୂଅ ରୁ ପାଣି ବ୍ୟବହାର କରୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ବଣ୍ଡା ଘାଟି ରେ ଚଢି ପାରୁନି ସରକାରୀ ଯୋଜନା । ଜନଜାତିଙ୍କ ବିକାଶ ପାଇଁ ହେଉଥିବା ଯୋଜନା ଗୁଡିକ ଯେଭଳି ସଫଳ ରୂପାୟନ ହେବ ପ୍ରଶାସନିକ ସ୍ତରରେ ଉଦ୍ୟମ କରିବା ପାଇଁ ସେ ନିବେଦନ କରିଛନ୍ତି। ଏବେ ମାଳତୀ ସମାଜ ପାଇଁ ପ୍ରେରଣା ସାଜିଛନ୍ତି।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...