ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼, ଥାନାରେ ମାମଲା

ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼, ଥାନାରେ ମାମଲା

Date:

କଳାହାଣ୍ଡି (ଦୁଷ୍ମନ୍ତ ପଣ୍ଡା): ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡାକ୍ତରଖାନାରେ। ଜଣେ ଆଶାକର୍ମୀଙ୍କୁ ସେଠାରେ କାର୍ଯ୍ୟରତ ମହିଳା ଡାକ୍ତର ଚାପୁଡା ମାଡ ମାରିବା ଘଟଣା ଥାନାରେ ପହଂଚିଛି। ସୂଚନା ମୁତାବକ, ଥୁଆମୂଲ ରାମପୁର ବ୍ଲକ ବଣ୍ଡାବାଗ ଗ୍ରାମର ଆଶାକର୍ମୀ ସଙ୍ଗୀତା ନାଏକ ଜନୈକ ଗର୍ଭବତୀ କ୍ଷୀରମଣି ଝଡିଆଙ୍କୁ ସାଙ୍ଗରେ ନେଇ ଡାକ୍ତରଖାନାକୁ ଆସିଥିଲେ। ଅଧିକ ଯନ୍ତ୍ରଣା ହେବାରୁ ସଂପୃକ୍ତ ଗର୍ଭବତୀଙ୍କୁ ଲେବର ରୁମକୁ ନିଆଯାଇଥିବା ବେଳେ ସେଠାରେ କାର୍ଯ୍ୟରତ ସ୍ତ୍ରୀରୋଗ ବିଶେଷଜ୍ଞ ମହିଳା ଡାକ୍ତର ହେମାଙ୍ଗୀନି ମେହେର ଚିକିତ୍ସାରେ ଅବହେଳା କରିବାରୁ ଆଶାକର୍ମୀ ଜଣକ ଡାକ୍ତରଙ୍କୁ ଶୀଘ୍ର ଚିକିତ୍ସା କରିବାକୁ ଅନନୁୟ କରିଥିଲେ। ସେଥିରେ ଉତକ୍ଷିପ୍ତ ହୋଇ ମହିଳା ଡାକ୍ତର ଆଶାକର୍ମୀଙ୍କୁ ଚାପୁଡା ମାରିଥିବାର ସିଡିଏମଓଙ୍କ ପାଖରେ ଲିଖିତ ଅଭିଯୋଗ ହୋଇଥିଲା।

- Advertisement -

ଆଶାକର୍ମୀ ଜଣକ ସଂଘକୁ ଜଣାଇବା ପରେ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ସିଡିଏମଓଙ୍କ କାର୍ଯ୍ୟାଲୟ ଘେରାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଏସଂପର୍କରେ ସିଡିଏମଓ ଡା. ପ୍ରତାପ ଚନ୍ଦ ବେହେରା ଉଭୟ ପକ୍ଷଙ୍କ ମତାମତ ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଆଶା କର୍ମୀ ସଂଘ ପକ୍ଷରୁ ଡାକ୍ତର ହେମାଙ୍ଗୀନି ମେହେରଙ୍କ ବିରୁଦ୍ଧରେ ଭବାନୀପାଟନା ଟାଉନଥାନାରେ ଅଭିଯୋଗ ହେବାପରେ ଆଇପିସି ଦଫା ୨୯୪, ୩୪୧, ୩୨୩ ଅନୁସାରେ କେଶ ନଂ. ୩୬୦ ରେ ଏକ କେଶ ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରଦୀପ କୁମାର ଧାରୁଆ କହିଛନ୍ତି।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...