ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ପାଇବ ଏକ ନୂଆ ରୂପ

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ପାଇବ ଏକ ନୂଆ ରୂପ

Date:

ଦାରିଙ୍ଗବାଡି: ଆଲୋକିକରଣରେ ଝଲସିବ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି। ଦାରିଙ୍ଗବାଡି ମଧ୍ୟ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ରାୟପୁର ଗୋପାଳପୁର ରାସ୍ତା ର ଉଭୟ ପାର୍ଶ୍ବରେ ଆଲୋକିକରଣ ବ୍ୟବସ୍ଥା କରାଯିବ। ଯାହା ଫଳରେ କନ୍ଧମାଳ ଜିଲ୍ଲା ରେ ଥିବା ଦାରିଙ୍ଗବାଡି କୁ ଏକ ନୂଆ ରୂପ ମିଳିବ। ବାଲିଗୁଡା ଠାରୁ ଦାରିଙ୍ଗବାଡି ୫୦ କିମି ରେ ପଡୁଥିବା ଗାଁ ମାନଙ୍କର ଉଭୟ ପାର୍ଶ୍ବରେ ଆଲୋକିକରଣ ବ୍ୟବସ୍ଥା କରାଯିବ। ଏହାକୁ ନେଇ ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

- Advertisement -

ସୂଚନା ଅନୁଯାୟୀ , ଗୋପାଳପୁର ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନରେ ପ୍ରଶସ୍ତିକରଣ କାମ ଜାରି ରହିଛି। ତେବେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ପର୍ଯ୍ୟଟକ ଦାରିଙ୍ଗବାଡିକୁ ପସନ୍ଦ କରିବା ସହିତ ବୁଲିବାକୁ ଆସନ୍ତି। ଏପରିକି ବିଦେଶୀ ପର୍ଯ୍ୟଟକ ମଧ୍ୟ ଏଠାକୁ ବୁଲିବାକୁ ଆସନ୍ତି। ଫୋକସରେ ରହିଥିବା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ରାଜ୍ୟସ୍ତରୀୟ ଶୀତ ଉତ୍ସବ ଆୟୋଜନ କରିବା ସହିତ ଗତ ବର୍ଷ ଠାରୁ ଇକୋରିଟ୍ରିଟ୍ ମାଧ୍ୟମରେ ଅଧିକ ବିକଶିତ ଏବଂ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଜାତୀୟ ରାଜପଥ ପ୍ରାଧିକରଣ ଏହି ପ୍ରସ୍ତାବରେ ରାଜି ହେବା ସହିତ ଆଲୋକିକରଣ ପଦକ୍ଷେପକୁ ସମ୍ମତି ପ୍ରଦାନ କରିଥିଲେ। ଫଳରେ ଜିଲ୍ଲାର ପ୍ରମୁଖ ଉପଖଣ୍ଡ ବାଲିଗୁଡା ସହିତ ସିଧାସଳଖ ପର୍ଯ୍ୟଟନ ରୁଟ ଭାବେ ଯୋଡି ହୋଇଯିବ ଦାରିଙ୍ଗବାଡି। ବାଲିଗୁଡା ଠାରୁ ଦାରିଙ୍ଗବାଡି ମଧ୍ୟରେ ପଡୁଥିବା ୨୦ ରୁ ଅଧିକ ଗାଁ ଓ ଛକ ର ଉଭୟପାର୍ଶ୍ବରେ ଉଜ୍ଜ୍ଵଳ ଅଲୋକ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...