Odisha Insight

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର

ଅକ୍ଷୟ ତୃତୀୟାରେ ପୁଣି ମିଳିବ ଚାଷୀଙ୍କୁ କାଳିଆ ଟଙ୍କା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ପ୍ରଦାନ କରିବେ । ଏହା ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି ।

ଦେବଗଡ଼ ବିଧାୟକଙ୍କ ଗିରଫ ପ୍ରତିବାଦରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

ଆଜି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ ଓ ତିଲେଇବଣି ବିଡିଓଙ୍କ ଗିରଫ ଦାବିରେ ବିଜେପିର ଦେବଗଡ଼ ଜିଲ୍ଲାରେ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି ବିଜେପି ।

ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ନେଇ ନିର୍ଦ୍ଦେଶନାମା ଜାରି

ସମସ୍ତ ସରକାରୀ ବେସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟରେ ନାମଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ସରକାରୀ ସ୍ତରରେ ନିର୍ଦେଶନାମା ଜାରି କରାଯାଇଛି । 

ଅଣ୍ଡା ଫୁଟିବା ପରେ ହଜାର ହଜାର ଅଲିଭ୍ ରିଡ୍‌ଲେ ଶାବକ ସମୁଦ୍ର ମୁହାଁ

ଚଳିତ ବର୍ଷ ସନ୍ତୁଳିତ ସାମୁଦ୍ରିକ ପରିବେଶ ପାଇଁ ରେକର୍ଡ ସଂଖ୍ୟାରେ ଅଲିଭ ରିଡ଼ଲେଙ୍କ ଅଣ୍ଡା ଦାନ ଓ ପ୍ରଜନନ ପରିବେଶବିତ୍ତଙ୍କ ପାଇଁ ଖୁସି ଆଣିଛି । ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ ଅଣ୍ଡାଦାନ କରିବା ସହ ପ୍ରଜନନ ପ୍ରକ୍ରିୟା ସରିଛି ।

ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର

ଆଜିଠାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଗକୁ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଥିବାରୁ ରଥ ଖଳାରେ ଆସନ୍ତା ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି ।

Popular