ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ହେଲା ରଥ କାଠ ଅନୁକୂଳ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପ୍ରଥମ ଆଦ୍ୟ ପର୍ବ ରଥ କାଠର ଅନୁକୂଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ହୁଏ  । 

Insight Bureau:  ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ହେଲା ରଥ କାଠ ଅନୁକୂଳ । ବନଜାଗ ବିଧିରେ ସୁନା କୁରାଢିରେ ରଥ କାଠ ହଣାଯିବା ପରେ ଶୁଭାରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ ।

ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଏବଂ ବନଜାଗ ବିଧିରେ ପ୍ରଭୁ ନୃସିଂହଙ୍କ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ହୋଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପ୍ରଥମ ଆଦ୍ୟ ପର୍ବ ରଥ କାଠର ଅନୁକୂଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ହୁଏ  ।

akshay-tritiya-ratha-katha-anukula-ritual-for-ratha-yatra-held-at-puri-srimandir

Support Independent Journalism? Keep us live.

ଶ୍ରୀମନ୍ଦିର ସମ୍ମୁଖରେ ପାରମ୍ପରିକ ରୀତିନୀତିରେ ଯଜ୍ଞ ଓ ପୂଜାର୍ଚ୍ଚନା ହୋଇଛି । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ବିଶ୍ୱକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିଛନ୍ତି ।

ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ଗତବର୍ଷର ବଳକା କାଠକୁ ଛାଡିଦେଲେ ଆଉ ୮୦୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୫୩୬ ଖଣ୍ଡ କାଠ ରଥଖଳାକୁ ଆସିସାରିଛି  ।

ବର୍ତ୍ତମାନ ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ୱତନ୍ତ୍ର କୁରାଢିରେ ରଥ ନିର୍ମାଣ ଅନୁକୂଳ କରିଛନ୍ତି । ରଥ କାଠ ଅନୁକୂଳ ପରେ ପ୍ରଥମେ ଚକ ନିର୍ମାଣ କରାଯିବ ।

akshay-tritiya-ratha-katha-anukula-ritual-for-ratha-yatra-held-at-puri-srimandir

Comments are closed.