ଲଢ଼େଇ ପାଇଁ ପ୍ରସ୍ତୁତ ବ୍ରଜରାଜନଗର; ମୈଦାନରେ ଅଳକା-ରାଧାରାଣୀ-କିଶୋର

ଲଢ଼େଇ ପାଇଁ ପ୍ରସ୍ତୁତ ବ୍ରଜରାଜନଗର; ମୈଦାନରେ ଅଳକା-ରାଧାରାଣୀ-କିଶୋର

Date:

Insight Bureau: ଝାରସୁଗୁଡା ବ୍ରଜରାଜନଗର ଉପନିର୍ବାଚନ ବିଜ୍ଞପ୍ତି ବାହାରିବା ପରେ ଦଳମାନଙ୍କ ଭିତରେ ଏକ ପ୍ରକାର କସରତ ଆରମ୍ଭ ହୋଇଯାଇଥିଲା । ପ୍ରାର୍ଥୀ ଚୟନ ନେଇ । କେଉଁ ଦଳ କାହାକୁ ପ୍ରାଥୀ କରିବେ ସେ ଚାଲିଥିଲା ଅଙ୍କ କଷା ୩ ଦଳ ମଧ୍ୟରେ  । ଶାସକ ବିଜେଡି ବ୍ରଜରାଜନଗରରେ ବଡ଼ ବ୍ୟବଧାନରେ ବିଜୟୀ ହେବା ପାଇଁ ପ୍ରସ୍ତୁତ କରିଥିଲା ନିଜ ପାଇଁ  ବ୍ଲୁ-ପ୍ରିଣ୍ଟ ।

- Advertisement -

ସେହିପରି ବିଜେପି ଓ କଂଗ୍ରେସ ଉପଯୁକ୍ତ ପ୍ରାର୍ଥୀ ସନ୍ଧାନରେ ରହିଥିଲେ । ଅନେକ ବିଚାରବିମର୍ଶ ପରେ ତିନି ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ବିଜେପି ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ଓ ବିଜେଡି ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ ଶେଷରେ ଆଜି କଂଗ୍ରେସ ମଧ୍ୟ ନିଜ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ତରଫରୁ ପ୍ରାର୍ଥୀ ରହିଛନ୍ତି କିଶୋର ପଟେଲ ।

ଏବେ ଆରମ୍ଭ ହେବ ଲଢେଇ ପାଇଁ ରଣନୀତି । ପ୍ରାର୍ଥୀ ନିଜ ନିଜ ମୁଦ୍ଦା ନେଇ ପହଁଚିବେ ଜନତାଙ୍କ ପାଖକୁ । ବ୍ରଜରାଜନଗର ଉପନିର୍ବାଚନରେ ଅଳକା, ରାଧାରାଣୀ ଓ କିଶୋରଙ୍କ ମଧ୍ୟରେ ଦେଖିବାକୁ ମିଳିବ ନିର୍ବାଚନୀ ଲଢ଼େଇ ।

ଏବେ ଚର୍ଚ୍ଚା ଜୋରସୋରରେ ଚାଲିଛି ଯେ କିଶୋର ପଟେଲ ବ୍ରଜରାଜନଗରରୁ କେବେ ବିଧାୟକ ହୋଇ ନଥିବା ବେଳେ ରାଧାରାଣୀ ପଣ୍ଡା ଥରେ ଏଠାରୁ ବିଜୟୀ ହୋଇଛନ୍ତି । ୨୦୧୯ ନିର୍ବାଚନରେ ରାଧାରାଣୀ ପଣ୍ଡା ବିଜେଡି ନେତା ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଠାରୁ ହାରି ଯାଇଥିଲେ । ଅନ୍ୟପକ୍ଷରେ ଅଳକା ନିର୍ବାଚନ ରଣାଙ୍ଗନରେ ସଂପୂର୍ଣ୍ଣ ନୂଆ। ତେବେ ସେ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ହୋଇଥିବାରୁ ତଥା ବିଜେଡିର ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପଲ୍ଲା ଭାରି ରହିପାରେ ବୋଲି ଆଲୋଚନା ହେଉଛି।

ସୂଚନା ଅନୁଯାୟୀ , କିଶୋର ପଟେଲ ପୂର୍ବରୁ ୧୯୭୭, ୧୯୮୦ ଓ ୧୯୯୫ ମସିହାରେ କଂଗ୍ରେସ ଟିକେଟ୍‌ରେ ସୁନ୍ଦରଗଡ଼ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୨୦୧୪ ସାଧାରଣ ନିର୍ବାଚନରେ ବ୍ରଜରାଜନଗର ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ଲଢ଼ିଥିଲେ । ତେବେ ସେ ୩୮ ହଜାର ଭୋଟ୍‌ ପାଇ ତିନି ନମ୍ବରରେ ରହିଥିଲେ ।  ଅନ୍ୟପକ୍ଷରେ ୨୦୧୪ରେ ବିଜେପିର ରାଧାରାଣୀ ପଣ୍ଡା ୫୦ ହଜାରରୁ ଅଧିକ ଭୋଟ୍ ପାଇ ଏହି ଆସନରୁ ବିଜୟୀ ହୋଇଥିଲେ ।

ସୂଚନାଯୋଗ୍ୟ ଯେ ଗତବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ ହେବା ପରେ ବ୍ରଜରାଜନଗର ବିଧାନସଭା ଆସନଟି ଖାଲି ପଡ଼ିଥିଲା। ମେ’ ୩୧ରେ ଏଠାରେ ଭୋଟ୍ ହେବାକୁ ଯାଉଥିବା ବେଳେ ଜୁନ୍ ୩ ତାରିଖରେ ଗଣତି ହେବ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.