ବ୍ରଜରାଜନଗର ଉପନିର୍ବାଚନ: ଆଜିଠୁ ଜମିବ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ

ବ୍ରଜରାଜନଗର ଉପନିର୍ବାଚନ: ଆଜିଠୁ ଜମିବ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ

Date:

Insight Bureau:  ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନି ଦଳର ରଣନୀତି ପ୍ରସ୍ତୁତି ସରିଛି । ଏବେ ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ ହାତେଇବାକୁ ଚେଷ୍ଟା କରିବେ ସବୁ ଦଳ । ପ୍ରତି ଘର ଘର ବୁଲି ଲୋକଙ୍କୁ ବୁଝାଇବେ ନେତା ଓ ମନ୍ତ୍ରୀ । ଉପନିର୍ବାଚନ ପାଇଁ ସରଗରମ ହୋଇଛି ବ୍ରଜରାଜନଗର ରାଜେନୈତିକ ମାହୋଲ । ବିଜୟ ମୁକୁଟ ହାତେଇବାକୁ ତିନି ପ୍ରମୁଖ ଦଳ ଚଳାଇଛନ୍ତି ଜୋରଦାର କସରତ । ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରି ସଂଗଠନକୁ ଆହୁରି ମଜବୁତ କରୁଛନ୍ତି ତିନି ଦଳ । ବିଗ୍ ଫାଇଟ୍ ପାଇଁ ସବୁ ଦଳର ଜୋରଦାର ସଜବାଜ ।

- Advertisement -

ଏହି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମେ ଷ୍ଟାର ପ୍ରଚାରକ ଘୋଷଣା କରିଥିବାବେଳେ ପରେ ପରେ ବିଜେପି ଏବଂ ଆଜି ବିଜେଡି ନିଜ ଦଳ ମାନଙ୍କ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ତାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଗତ ଗୁରୁବାର ଜାରି କରିଥିଲା  । ଏଥିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ. ସିଂହଦେଓ, କହ୍ନେୟା କୁମାର, ଜିଗ୍ନେଶ ମେୱାନୀ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ. ଚେଲ୍ଲାକୁମାର, ଜି. ରୁଦ୍ର ରାଜୁ, ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଡ. ସି.ଏସ୍‌. ରାଜନ ଏକ୍କା, ସୁରେଶ ରାଉତରାୟ, ଶରତ ପଟ୍ଟନାୟକ, ଯଜ୍ଞେଶ୍ବର ବାବୁ, ଜୟଦେବ ଜେନା, ଭକ୍ତ ଚରଣ ଦାସ, ଉମେଶ ପଟେଲ, ସପ୍ତଗିରି ଉଲାକା, ମହମ୍ମଦ ମୋକିମ, ପ୍ରକାଶ ନାଏକ, ଜଗନ୍ନାଥ ପଟ୍ଟନାୟକ, ଅମରଜିତ ଭଗତ, ରାଜକିଶୋର ଷଡ଼ଙ୍ଗୀ, କ୍ବାସି ଲକ୍ଷ୍ମା, ମୋହନ ମାର୍କନ, ଚିରଞ୍ଜୀବୀ ବିଶ୍ବାଳ, ଶରତ ରାଉତ, ଡ. ରାଗିଣୀ ନାଏକ, ଗଣେଶ୍ବର ବେହେରା, ପଞ୍ଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡ଼ା, ଡ. ହମିଦ ଅନସାରି, ଡ. ସ୍ମୃତି ରଂଜନ ଲେଙ୍କା, ସୟଦ ୱାସିର ନୱାଜ, ଡ. ଅଜୟ ଜ୍ଞାନେନ୍ଦ୍ର, ଡ. ରାମଚନ୍ଦ୍ର ଖୁଣ୍ଟିଆ, ଡ. ଦେବାଶିଷ ପଟ୍ଟନାୟକଙ୍କ ନାମ ଥିବା ଜଣାଯାଇଛି ।

କଂଗ୍ରେସ ଭଳି ବିଜେପି ମଧ୍ୟ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଦଳର ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ୫ ଜଣ କେନ୍ଦ୍ରମନ୍ତ୍ରୀ ସ୍ଥାନ ପାଇଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ବ୍ରଜରାଜନଗରରେ ପ୍ରଚାର କରିବେ। ଏମାନଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ସୁରେଶ ପୂଜାରୀଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ରହିଛି। ବିଜେପି ପୂର୍ବରୁ କହିଥିଲା ଯେ ଦଳ ଉପ ନିର୍ବାଚନକୁ ବେଶ ଗୁରୁତ୍ୱର ସହ ନେଉଛି। ତେଣୁ ଦଳ ପକ୍ଷରୁ ଆଜି ୪୦ ଜଣିଆ ହେଭିୱେଟ ନେତାଙ୍କ ନାଁ ଷ୍ଟାର ପ୍ରଚାରକ ଭାବେ ଘୋଷଣା କରାଯାଇଛି।

ଶେଷରେ ଆଜି ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରିଛି ବିଜେଡି । ଏଥିରେ ଅଛନ୍ତି ୪୦ ଜଣ ଷ୍ଟାର ପ୍ରଚାରକ । ଦଳର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଚାର ମଙ୍ଗ ଧରିବେ ୮ଜଣ ମନ୍ତ୍ରୀ । ଏହାସହ ବଛାବଛା ଟାଣୁଆ ନେତାଙ୍କୁ ଦିଆଯାଇଛି ବ୍ରଜରାଜନଗର ଦାୟିତ୍ବ । ପାଲି ପାଳି କରି ଏମାନେ ପ୍ରଚାର ମୈଦାନକୁ ଓହ୍ଲାଇ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ କରିବେ ପ୍ରଚାର  । ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୀମର ରଞ୍ଜନ ଦାସ, ନବ କିଶୋର ଦାସ, ସୁଶାନ୍ତ ସିଂ, ଟୁକୁନି ସାହୁ ଓ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସାଜିବେ ବିଜେଡିର ବ୍ରଜରାଜନଗର ଷ୍ଟାର କ୍ୟାମ୍ପେନର । ଏହାଛଡ଼ା ପ୍ରଥମ ଥର ପାଇଁ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ଦିଆଯାଇଛି କ୍ୟାମ୍ପେନିଂ ଦାୟିତ୍ବ । ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ପ୍ରମୁଖ ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି । ସେହିପରି ସ୍ନେହାଙ୍ଗୀନି ଛୁରିଆ, ଲତିକା ପ୍ରଧାନ, ପ୍ରୀତିରଞ୍ଜନ ଘଡ଼େଇ, ଆକାଶ ଦାସନାୟକ ମୈଦାନକୁ ଓହ୍ଲାଇ ଅଳକାଙ୍କ ପାଇଁ ପ୍ରଚାର କରିବେ ।

Share post:

Popular

More like this
Related

100-Word Insight: Factional Fault Lines Deepen in Jharsuguda

TNI Editorial: Jharsuguda's political landscape is increasingly being shaped...

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

BJP replaces Candidate in Bankipur Bypoll in Bihar

TNI Bureau: In Bihar, BJP candidate Abhishek Kumar Sinha...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...