ଉପ ନିର୍ବାଚନ ପାଇଁ ଉଷ୍ମ ହେଉଛି ବ୍ରଜରାଜନଗର; ୩ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଆଜି ପ୍ରାର୍ଥୀ ମାନଙ୍କର ନାମାଙ୍କନର ଶେଷ ଦିନ ଥିଲା  । ଆଜି ଅନ୍ତିମ ଦିନରେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ।

Insight Bureau:  ଦିନ କୁ ଦିନ ଉଷ୍ମ ହେବାରେ ଲାଗିଛି ବ୍ରଜରାଜନଗର ଉପନିର୍ବାଚନ ଗ୍ରାଉଣ୍ଡ । ଆଜି ପ୍ରାର୍ଥୀ ମାନଙ୍କର ନାମାଙ୍କନର ଶେଷ ଦିନ ଥିଲା  । ଆଜି ଅନ୍ତିମ ଦିନରେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ୍ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଏହା ପରେ କମ୍ପିବ ରାଜନୈତିକ ପ୍ରଚାର ମଇଦାନ । ତିନି ଦଳ ଭିନ୍ନ ଭିନ୍ନ ଶୋଭାଯାତ୍ରାରେ ଆସି ଝାରସୁଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନିଜ ନାମାଙ୍କନ ପତ୍ର ଧରି ପହଞ୍ଚିଥିଲେ ।

brajarajnagar-election-2
@Ranjan_Rasmi_

ବିଜେଡି ହେଉ କିଉ ବିଜେପି ଦୁହିଁଙ୍କ ଦଳରେ ଦଳର ନେତା ମନ୍ତ୍ରୀ ଦେଖା ଯାଇଥିବା ବେଳେ କଂଗ୍ରେସରେ ରାଜ୍ୟ ନେତୃବୃନ୍ଦ ଶୋଭାଯାତ୍ରାରେ  କେହି ନଥିବା ଦେଖା ଯାଇଥିଲା । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଦଳରେ କିଛି ନେତାଙ୍କୁ ନିର୍ବଚନୀ ପ୍ରଚାର ଦେଖିବାକୁ ମିଳିନଥିଲା ଯାହାକି ଚର୍ଚ୍ଚାର  ବିଷୟ ପାଲଟିଥିଲା ।  ଉପନିର୍ବାଚନରେ ବି ସମାନ ସ୍ଥିତି ଦେଖାଦେଇପାରେ ବୋଲି ସମ୍ଭାବନା ରହିଛି  । ଅନ୍ୟପଟେ କଂଗ୍ରେସ ଦଳୀୟ କନ୍ଦଳରୁ ବାହାରିପାରୁନି । ତଥାପି ଦଳ ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ପ୍ରଚାର କରିପାରେ । ସେପଟେ ଶାସକଦଳ ବିଜେଡି ଚଳିତ ଉପ ନିର୍ବାଚନରେ ନୂଆ ଯୋଜନାରେ ମଇଦାନକୁ ଓହ୍ଲାଇବ । ପୂର୍ବ ଉପନିର୍ବାଚନ ଅପେକ୍ଷା ଏଥର ଦଳ ରଣନୀତିରେ ପରିବର୍ତ୍ତନ କରିପାରେ  । ଅଧିକାଂଶ ପଶ୍ଚିମ ଓଡ଼ିଶା ନେତାଙ୍କୁ ଦାୟିତ୍ୱ ଦେଇପାରେ  ଦଳ । ପଶ୍ଚିମ ଓଡ଼ିଶାର ସ୍ଥିତି ଓ ସେଠାର ଲୋକଙ୍କ ଆବଶ୍ୟକତାକୁ ସେହି ଅଞ୍ଚଳର ନେତା ହିଁ ଠିକ୍ ଭାବେ ବୁଝିପାରିବେ । ତେଣୁ ଏପରି ରଣନୀତି ପ୍ରସ୍ତୁତ କରୁଛି ବିଜେଡି ।

Support Independent Journalism? Keep us live.

brajarajnagar-election-2
@BJP4Odisha

 

ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ହେଉଛନ୍ତି ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ । କିଶୋର କଂଗ୍ରେସ ସରକାର ସମୟରେ ମନ୍ତ୍ରୀ, ବିଧାନସଭା ବାଚସ୍ପତି ପଦରେ ରହିଥିଲେ । ୨୦୧୪ ନିର୍ବାଚନରେ ବିଧାୟକ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡିରୁ ଏହି ଆସନରେ ଲଢ଼ିଥିବା ବେଳେ କଂଗ୍ରେସ ଶ୍ରୀ ପଟେଲଙ୍କୁ ଏଠାରେ ଟିକେଟ ଦେଇଥିଲା । ତେବେ ଶ୍ରୀ ପଟେଲ ୩୮ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ରାଧାରାଣୀ ଗତ ୨୦୧୪ ମସିହାରେ ଏହି ଆସନରେ ବିଜେପିରୁ ୫୦ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ୨୦୧୯ରେ ପରାଜୟ ବରଣ କରିଥିଲେ।

brajarajnagar-election-2
@ZeeOdisha

 

ତେବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିବ। ମେ’ ୩୧ରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ହେବ ମତଦାନ । ଜୁନ ୩ ତାରିଖରେ ପ୍ରକାଶ ପାଇବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ । ଏଥିପାଇଁ ୨୭୯ ବୁଥ ବ୍ୟବସ୍ଥା କରାଯାଇଛି । ନିର୍ଵାଚରେ ୨୦ ଟି ଆଦର୍ଶ ବୁଥ କରାଯାଇଥିବାବେଳେ ୫ ଟି ପିଙ୍କ ବୁଥ କରାଯାଇଛି । ଜିଲ୍ଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳକୁ ସହଯୋଗ କରିବାକୁ ଅନୁରୋଧ କରିଛି ।

Comments are closed.