ପୁଣି ଆରମ୍ଭ ହେଲା ବାରିପଦା-ପୁରୀ ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ

ପୁଣି ଆରମ୍ଭ ହେଲା ବାରିପଦା-ପୁରୀ ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ

Date:

Insight Bureau: ବାରିପଦାରୁ ପୁରୀ ଟ୍ରେନ୍‌ ପୂର୍ବରୁ ସପ୍ତାହକୁ ଥରେ ଚଳାଚଳ କରୁଥିଲା । ଏହି ଟ୍ରେନ୍‌ରେ ମୟୂରଭଞ୍ଜ ସମେତ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଯାତ୍ରୀମାନେ ପୁରୀ ଯାତାୟତ  କରୁଥିଲେ । ତେବେ କୌଣସି କାରଣରୁ ପାଖାପାଖି ମାସେ ହେଲା ଉକ୍ତ ଟ୍ରେନ୍‌ଟିର  ଚଳାଚଳକୁ ରେଳବାଇ ବନ୍ଦ କରି ଦେଇଥିଲେ । ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା ।

- Advertisement -

‌ଏ ନେଇ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ  କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ତାଙ୍କ ନିକଟରେ ପୂର୍ବଭଳି ବାରିପଦାରୁ ପୁରୀ ଟ୍ରେନ୍‌ ଚଳାଚଳ କରାଇବାକୁ ଅନୁରୋଧ କରିଥିଲେ । ଆଉ ଗତକାଲି  ରାତି ୧୧ଟାରୁ ବାରିପଦା ଷ୍ଟେସନ୍‌ରୁ ପୁରୀ ଅଭିମୁଖେ ପୁଣି ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି । ଆସନ୍ତାକାଲି ସକା‌ଳ ୬ଟାରେ ଏହି ଟ୍ରେନ୍‌ ପୁରୀରେ ପହଞ୍ଚିବ । ଆସନ୍ତାକାଲି ରାତି ୧୧ଟାରୁ ସେହି ପୁରୀରୁ ବାରିପଦାକୁ ଫେରିବ। ସପ୍ତାହକୁ ଏହି ଟ୍ରେନ୍‌ ମାତ୍ର ଥରେ ଚଳାଚଳ କରୁଛି।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...