ଆୟୁର୍ବେଦ ଚିକିତ୍ସା ପ୍ରତି ରାଜ୍ଯ ସରକାର ଗୁରୁତ୍ୱ ଦିଅନ୍ତୁ

ଆୟୁର୍ବେଦ ଚିକିତ୍ସା ପ୍ରତି ରାଜ୍ଯ ସରକାର ଗୁରୁତ୍ୱ ଦିଅନ୍ତୁ

Date:

ଏକଦା ଜାତିର ଜନକ ଗାନ୍ଧୀଙ୍କର କଥା ଥିଲା “ମୁଁ ଆୟୁର୍ବେଦକୁ ଏକ ମର୍ଯ୍ୟାଦାଜନକ ସ୍ଥାନରେ ରଖିଥାଏ।ଏହା ଭାରତର ଅନ୍ୟତମ ପ୍ରାଚୀନ ବିଜ୍ଞାନ, ଯାହା ଏହାର ହଜାର ହଜାର ଗାଁର ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରୁଛି । ଆୟୁର୍ବେଦର ବିଚାରଧାରା ଅନୁଯାୟୀ ଜୀବନଯାପନ କରିବାକୁ ମୁଁ ପ୍ରତ୍ୟେକ ନାଗରିକଙ୍କୁ ପରାମର୍ଶ ଦେବି । ଫାର୍ମାସୀ, ଡିସପେନସାରୀ ଏବଂ ବୈଦ୍ୟରାଜ ଏମାନେ ସମସ୍ତଙ୍କୁ ମୋର ଆଶୀର୍ବାଦ ସେମାନେ ଆୟୁର୍ବେଦକୁ ଯଥାସମ୍ଭବ ପ୍ରୋତ୍ସାହନ ପ୍ରଦାନ କରିବାରେ ସକ୍ଷମ ହେବେ ।” ପ୍ରାୟ ଶହେରୁ ଅଧିକ ବର୍ଷ ପୂର୍ବରୁ ମହାତ୍ମାଗାନ୍ଧୀ ଏହା କହିଥିଲେ ।

- Advertisement -

ରାଜ୍ଯ ସରକାର ମାର୍ଚ୍ଚ ମାସରେ ଓଡିଶାକୁ ଗାନ୍ଧୀଙ୍କ ଆଗମନର ୧୦୦ବର୍ଷ ପୁର୍ତ୍ତି ଅବସରରେ ଗାନ୍ଧିବାଦୀ ସାଉଁଟିବାକୁ ଅଣ୍ଟା ଭିଡିଥିଲେ। ଗଞ୍ଜାମ ଜିଲ୍ଲାରେ ଏହା ବଡ ଧୁମଧାମରେ ବିଧାୟକ ସାଂସଦ ସମେତ ଅନେକ ସାମାଜିକ ସଂଗଠନ ଗାନ୍ଧୀ ୧୦୦ ବର୍ଷ ପୂର୍ତ୍ତିରେ ସାମିଲ ବୋଲି ବାହାବା ନେଲେ। ହେଲେ ଗାନ୍ଧୀ ଆୟୁର୍ବେଦକୁ ନେଇ ଦେଖିଥିବା ସ୍ୱପ୍ନ ବିଶ୍ୱସ୍ତରୀୟ ଶାସନ ବ୍ଯବସ୍ଥାର ଡିଣ୍ଡିମ ପିଟୁଥୁବା ସରକାରଙ୍କ ଖୋଦ୍ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ପ୍ରାନ୍ତ ଆୟୁର୍ବେଦ କାର୍ଯ୍ଯାଳୟ ଅଧିନରେ ଥିବା ଆୟୁର୍ବେଦ ଚିକିତ୍ସାଳୟରେ ଚିକିତ୍ସକ ସଂଖ୍ଯା ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି ଆୟୁର୍ବେଦ ପ୍ରତି ଓ ଆମ ସ୍ୱାସ୍ଥ୍ଯ ବ୍ଯବସ୍ଥା ପ୍ରତି ସରକାର କେତେ ସମ୍ବେଦନ!

କୋଭିଡ ସମୟରେ ସମସ୍ତ ବର୍ଗର ବ୍ଯକ୍ତି ରୋଗ ପ୍ରତିରୋଧକ ଓ ନିରାକରଣ ପାଇଁ ଆୟୁର୍ବେଦକୁ ଆପଣାଇଛନ୍ତି ହେଲେ ତାହାକୁ ବିଶ୍ୱସ୍ତରୀୟ ସହ ସମକକ୍ଷ କରିବା ପାଇଁ ରାଜ୍ଯ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଜଳଜଳ ଦିଶୁଛି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ମଣ୍ଡଳ ଆୟୁର୍ବେଦ କାର୍ଯ୍ଯାଳୟ ଅଧିନରେ ଗଞ୍ଜାମ ଜିଲ୍ଲାର ସରକାରୀ ଆୟୁର୍ବେଦ ଡିସପେନ୍ସାରୀ ସଂଖ୍ଯା ୪୮। ଏଥିରେ ୪୮ଜଣ ଆୟୁର୍ବଦ ମେଡିକେଲ ଅଫିସର ସମେତ ୪୮ ଆୟୁର୍ବେଦ ଫାର୍ମାସିଷ୍ଟ (ଆୟୁର୍ବେଦ ସହାୟକ) ରହିବା କଥା କିନ୍ତୁ ୪୮ ଆୟୁର୍ବେଦ ଡାକ୍ତର ପଦବୀ ସ୍ଥାନରେ ୨୧ କାର୍ଯ୍ଯରତ ଏବଂ ୨୭ ପଦବୀ ଖାଲି ସେହିପରି ଆୟୁର୍ବେଦ ସହାୟକ ପଦବୀ ୦୩ ଖାଲି ପଡିଛି। ଗଜପତି ଜିଲ୍ଲାର ଡିସିପେନସେରୀ ସଂଖ୍ଯା ୦୭। ସେଥିରେ ୭ ଡାକ୍ତର ବଦଳରେ ଅଛନ୍ତି ୦୫ ଖାଲି ୦୨ ପଦବୀ। ଆୟୁର୍ବେଦ ସହାୟକ ୭ ସ୍ଥାନରେ ୬କାର୍ଯ୍ଯରତ। ସବୁଠାରୁ ବଡ କଥା ହେଲା ଗଜପତି ଜିଲ୍ଲାର ତୁମୁଲୁ ଠାରେ ଆୟୁର୍ବେଦ ଡିସପେନ୍ସେରୀ ଅନୁମୋଦନ ହୋଇଥିଲେ ମଧ୍ଯ ଦୀର୍ଘ ବର୍ଷ ହେବ ସ୍ଥାନ ଅଭାବ କାରଣରୁ କାର୍ଯ୍ଯକାରୀ ହେଉନାହିଁ।

୨୦୧୪ ରେ ଗଞ୍ଜାମ ଗଜପତିର ଏହି ୫୪ ଡାକ୍ତର ପଦବୀ ମଧ୍ଯରୁ ୪୫ଡାକ୍ତର ଥିଲେ ଓ ୫୪ ସହାୟକ ପଦବୀ ମଧ୍ଯରୁ ୩୪ ସହାୟକ ଥିଲେ। ଜୁନ୍ ୨୦୨୧ ସୁଦ୍ଧା ୫୪ ଡାକ୍ତର ସ୍ଥାନରେ ୨୧ ଅଛନ୍ତି ଏବଂ ୫୪ ସହାୟକ ସ୍ଥାନରେ ୫୦ ଅଛନ୍ତି। ୨୯ ଟି ଚିକିତ୍ସାଳୟ ବିନା ଡାକ୍ତରରେ ଚାଲିଛି।

ବିଗତ ୫-୭ବର୍ଷ ଭିତରେ ଭାରତର ଆୟୁର୍ବେଦ ଚିକିତ୍ସା ବିଶ୍ୱ ସ୍ତରୀୟ ଆଦୃତ ଆଡକୁ ଗତିକରୁଥୁବା ବେଳେ ବିଶ୍ୱସ୍ତରୀୟ ଶାସନ ବ୍ଯବସ୍ଥା ବୋଲି ଦାବି କରୁଥୁବା ଓଡିଶା ସରକାରଙ୍କ ଅପରିଣାମ ଏବଂ ଦୁରଦୃଷ୍ଟି ଅଭାବରୁ ଦକ୍ଷିଣ ମଣ୍ଡଳ ଗଞ୍ଜାମ ଆୟୁର୍ବେଦ କାର୍ଯ୍ଯାଳୟ ଅଧିନରେ ଆୟୁର୍ବେଦ ଚିକିତ୍ସା ରସାତଳ ଆଡକୁ ଗତି କରୁଛି।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...