ନିଜ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିଥିବା ଏକ ସମ୍ପ୍ରଦାୟ ହେଉଛି ବିନ୍‌ଝାଲ୍ ଜନଜାତି

ନିଜ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିଥିବା ଏକ ସମ୍ପ୍ରଦାୟ ହେଉଛି ବିନ୍‌ଝାଲ୍ ଜନଜାତି

Date:

Insight Bureau: ଓଡିଶା ହେଉଛି ଏକ ଆଦିବାସୀ ବହୁଳ ରାଜ୍ୟ । ଏଠାରେ ୬୨ ପ୍ରକାରର ଆଦିବାସୀ ବସବାସ କରନ୍ତି । ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟର ନିଜସ୍ୱ ଭାଷା,ପରମ୍ପରା ଓ ସଂସ୍କୃତି ରହିଛି । ଅଳ୍ପ କେତୋଟି ଜିଲ୍ଲାକୁ ଛାଡିଦେଲେ ପ୍ରାୟ ସମସ୍ତ ଜିଲ୍ଲାରେ ବିଭିନ୍ନ ଆଦିବାସୀ ଜନଜାତି ବସବାସ କରନ୍ତି । ଆଧୁନିକତା ପ୍ରଭାବରେ ବି ସେମାନଙ୍କ ସଭ୍ୟତା ସଂସ୍କୃତି ହଜି ଯାଇନି ବରଂ ଓଡିଶାକୁ ଏକ ନୂଆ ପରିଚୟ ଦେଇଛି । ନିଜର ସଂସ୍କୃତି ଓ  ପରମ୍ପରାକୁ ବଞ୍ଚାଇ ରଖିଥିବା ସେମିତି ଏକ ସମ୍ପ୍ରଦାୟ ହେଉଛନ୍ତି ବିନ୍‌ଝାଲ୍ ।

ବିନ୍‌ଝାଲ ସମ୍ପ୍ରଦାୟ ଓଡିଶାରେ ସାଧାରଣତଃ ବଲାଙ୍ଗୀର, ସୋନପୁର୍‌, ବରଗଡ, ନୁଆପଡା ଏବଂ ସମ୍ବଲପୁର ଅଂଚଳରେ ଦେଖାଯାଆନ୍ତି ।  ସେମାନେ ସମ୍ବଲପୁରୀ, ଓଡିଆ ଏବଂ ଲରିଆ ଭାଷାରେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରନ୍ତି । ସେମାନଙ୍କର ସ୍ୱତନ୍ତ୍ର ଆଦିବାସୀ ଧର୍ମ ପରମ୍ପରା ରହିଛି । ବିନ୍‌ଝାଲ୍ ଶବ୍ଦର ଅର୍ଥ ହେଉଛି ବିନ୍‌+ଝାଲ୍ ଅର୍ଥାତ୍ ବିନା ଝାଳ ବା ଝାଳ ବିହୀନ । ବିନଝାଲ୍ ମାନେ ଦାବି କରନ୍ତି ଯେ, ସେମାନେ ଝାଳବୁହା କଠିନ୍ ପରିଶ୍ରମ କରିପାରନ୍ତି । ଆଉ କେତେକ ବିନ୍‌ଝାଲ୍ କୁହନ୍ତି ଯେ, ସେମାନଙ୍କର ନାମ ତତ୍ୱାବଧାରିକା ବିନ୍ଦୁବାସିନୀ ଦେବୀଙ୍କ ନାମ ଅନୁଯାୟୀ ହୋଇଛି । କେନ୍ଦ୍ରୀୟ ଭାରତରୁ ଓଡିଶାକୁ ସ୍ଥାନାନ୍ତର ହୋଇଥିବା ବିଷୟରେ ଏକ କିମ୍ବଦନ୍ତୀ ଅଛି । ଏହି ସମ୍ପ୍ରଦାୟର ବସ୍ତି ଗୁଡିକ ସାଧାରଣତଃ ଆକାରରେ ଛୋଟ ଛୋଟ ହୋଇଥାଏ । ସେମାନଙ୍କ ବାସଗୃହ ଆଗରେ ଓ ପଛରେ ବାରଣ୍ଡା ରହିବା ସହିତ ଦୁଇଟି ଛୋଟ ଛୋଟ କୋଠରୀ ଥାଏ । ଏହି ଜନଜାତିଙ୍କ ବଂଶକୁ ଅନେକ ବିଭାଗରେ ବିଭକ୍ତ କରାଯାଇଛି । ସେମାନଙ୍କର କିଛି ବଂଶ ନାମ ହେଉଛି ଆମ୍‌ରି, ନାଗ, ଖୁସାଲ, ଡୁଗୁକେ, କାମାଟି, ମାହିଙ୍ଗା, ବାଗା, ମାର୍ଥୀ ଏଣ୍ଡଜ ଓ ବେଂଟାକାର ଇତ୍ୟାଦି ।

ସେମାନେ ବୟସ୍କ ବିବାହକୁ ପସନ୍ଦ କରନ୍ତି । ବିଧବା ବିବାହ, ଛାଡପତ୍ର ଏବଂ ପୁର୍ନବିବାହ କରିବାକୁ ଅନୁମତି ଦିଅନ୍ତି । ଦୁଷ୍କର୍ମ, ନିଷ୍ଠୁରତା ଏବଂ ବ୍ୟଭିଚାର କାରଣରୁ ସେମାନେ ଛାଡପତ୍ରକୁ ମଧ୍ୟ ମଞ୍ଜୁର କରନ୍ତି । ଏହି ଜନଜାତି ଶିଶୁ ଜନ୍ମ ହେଲେ ୭ ଦିନ ପର୍ଯ୍ୟନ୍ତ ବିଧିବ୍ୟବସ୍ଥା ପାଳନ କରିଥାନ୍ତି । ମୃତ ଲୋକଙ୍କୁ କବର ଦେଇଥାନ୍ତି ଏବଂ ୧୦ ଦିନ ପର୍ଯ୍ୟନ୍ତ ବିଧି ମଧ୍ୟ ପାଳନ କରନ୍ତି । ଅନେକ ପ୍ରାକୃତିକ ଆତ୍ମା ସହିତ ହିନ୍ଦୁ ଦେବତାଙ୍କୁ ପୂଜା କରିଥାନ୍ତି । ଦେବୀ ବିନ୍ଧିଆବାସିନୀ ହେଉଛନ୍ତି ସେମାନଙ୍କର ସର୍ବୋଚ୍ଚ ଦେବୀ ।

ତାହୁ ନାମରେ ଜଣାଶୁଣା ମହୁଆ ବା ମହୁଲୀର ମଞ୍ଜିରୁ ପ୍ରସ୍ତୁତ ତେଲ ସେମାନେ ରାନ୍ଧିବା ପାଇଁ ବ୍ୟବହାର କରନ୍ତି । ସେମାନେ ପ୍ରାୟତଃ ମାଂସାହାରୀ । ଚାଉଳ ଓ ଗହମ ସେମାନଙ୍କର ମୁଖ୍ୟ ଶସ୍ୟ । ସେମାନେ ସାପ, ମୂଷା, ଘୁଷୁରୀ, ନାଲି ପିମ୍ପୁଡି, ପାରା, ଛେଳି ଇତ୍ୟାଦି ଖାଇଥାନ୍ତି । ସେମାନେ ତାଙ୍କର ପାରମ୍ପରିକ ପୋଷାକ, ଅଳଙ୍କାର ଦ୍ୱାରା ଚିହ୍ନିତ ହୁଅନ୍ତି । ପୁରୁଷ ମାନେ ଧୋତି ପିନ୍ଧନ୍ତି ଏବଂ ଅଣ୍ଟାରେ ଏକ ଧନୁ ଓ ତୀରକୁ ଧାରଣ କରିଥାନ୍ତି । ମହିଳା ମାନେ ସାଧାରଣ ଶାଢୀ ପିନ୍ଧିବା ସହିତ ଚୁଡି, ବାନ୍ଦାସିଆ, କାଟାରିଆ, ଖାଗଲା ଯାହାକି ରୂପାରେ ନିର୍ମିତ ଜିନିଷ ପିନ୍ଧିବାକୁ ଭଲ ପାଆନ୍ତି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.