ଚିନ୍ତା ବଢ଼ାଉଛି ‘ଟମାଟୋ ଫ୍ଲୁ’; ମୁକାବିଲା ନେଇ ଓଡ଼ିଶାରେ ପ୍ରସ୍ତୁତି

ଚିନ୍ତା ବଢ଼ାଉଛି ‘ଟମାଟୋ ଫ୍ଲୁ’; ମୁକାବିଲା ନେଇ ଓଡ଼ିଶାରେ ପ୍ରସ୍ତୁତି

Date:

Insight Bureau: କରୋନାକୁ ନେଇ ମନରୁ ଭୟ ଯାଇନଥିବା ବେଳେ ଏବ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ । ଅଧିକ ଚିନ୍ତାର କାରଣ ପାଲଟିଛି ଏଥିରେ  ଛୋଟ ଛୋଟ ପିଲା ଆକ୍ରାନ୍ତ ହେଉଛନ୍ତି । ବିଶେଷ କରି ଦେଖିବାକୁ ଗଲେ ୫ ବର୍ଷରୁ କମ୍ ବୟସର ପିଲା ଏହି ରୋଗର ଶିକାର ହେଉଛନ୍ତି । କେରଳରେ ୮୨ ଜଣ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ଉପରେ ସତର୍କ ନଜର ରଖିଛନ୍ତି ତାମିଲନାଡୁ ଓ କର୍ଣ୍ଣାଟକ ସରକାର । ଓଡ଼ିଶାରେ ଏ ନେଇ ଶିଶୁଭବନରେ ୧୨ଟି ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡ କରାଯାଇଛି । ଟମାଟୋ ଫ୍ଲୁ ଚିହ୍ନଟ ହେଲେ ଏହି ୱାର୍ଡରେ ଚିକିତ୍ସା କରାଯିବ ଆକ୍ରାନ୍ତଙ୍କୁ । ଏହା ସଂକ୍ରମକ ରୋଗ ହୋଇଥିବାରୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖିବାକୁ ପରାମର୍ଶ ରହିଛି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ।

ଓଡ଼ିଶା ମଧ୍ୟ ଏହା ଉପରେ ସତର୍କ ଦୃଷ୍ଟି ଦେବା ସହିତ  ସ୍ୱାସ୍ଥ୍ୟ ବିଭାଗ ଏ ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି  । ରାଜ୍ୟର ଏକମାତ୍ର ଶିଶୁ ରୋଗ ପ୍ରତିଷ୍ଠାନ କଟକର ଶିଶୁ ଭବନରେ ଟମାଟୋ ଫ୍ଲୁ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି । ରାଜ୍ୟର କେହି ଶିଶୁ ଯଦି ଟମାଟୋ ଫ୍ଲୁରେ ସଂକ୍ରମିତ ହେଲେ ତେବେ ତାଙ୍କୁ ଶିଶୁ ଭବନର ଏହି ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯିବ । ଓଡିଶା ପ୍ରତି ବିପଦ ଥିବା ଆଶଙ୍କା କରି ଟମାଟୋ ଫ୍ଲୁ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରିଛି ରାଜ୍ୟର ତଥା ରାଜ୍ୟର ସ୍ବାସ୍ଥ୍ୟ ବିଭାଗ । କରୋନା ଭଳି ଏହା ଏକ ଭୂତାଣୁଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ସଂକ୍ରମିତଙ୍କୁ ଚିକିତ୍ସା କରାଯିବ ।

୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଯାଉଥିବାରୁ କିଭଳି ସତର୍କତା ଅବଲମ୍ବନ କରାଯାଇପାରିବ ସେ ନେଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହା ଭୂତାଣୁଜନିତ ଏବଂ ବାୟୁବାହିତ ରୋଗ ଅଟେ । ଏହି ସଂକ୍ରମଣ ରୋଗ ହେଲେ ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଜ୍ୱର ହୁଏ । ପାଦ ତଳିପାରେ, ଆଣ୍ଠୁ, ଛାତି ଓ ପିଠିରେ ମଧ୍ୟ ଫଳିଯାଏ । ସେଥିପାଇଁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଉଛି । ଗଳା ଦରଜ, ସର୍ଦ୍ଦି, କାଶ ଓ ନାକରୁ ପାଣି ବାହାରିପାରେ । ବେଳେ ବେଳେ ଭୀଷଣ ଜ୍ୱର ମଧ୍ୟ ରହିପାରେ ସଂକ୍ରମିତଙ୍କୁ  । ଦେହ-ହାତ ଘୋଳାବିନ୍ଧା, କ୍ଲାନ୍ତ ଓ ଅବଶ ଲାଗିପାରେ । ସୁସ୍ଥ ହେବା ପାଇଁ ଗୋଟିଏ ସପ୍ତାହ ଲାଗିପାରେ । ନିର୍ଦ୍ଦିଷ୍ଟ ଚିକିତ୍ସା ନଥିବାରୁ ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ । ସଂକ୍ରାମକ ହୋଇଥିବାରୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ  ମାନେ ।

କ’ଣ  ରହିଛି ଟମାଟୋ ଫ୍ଲୁ ରୋଗର ଲକ୍ଷଣ –

– ଚର୍ମରେ ଗାଢ ଲାଲ୍‌ ରଙ୍ଗର ବଡ଼ ବଡ଼ ଫୋଟକା ହେବା
– ଅତ୍ୟଧିକ ଜ୍ୱର ହେବା
– ଚର୍ମ କୁଣ୍ଡାଇ ହେବା
– ଶରୀରର ଗଣ୍ଠି ସବୁ ଫୁଲି ଯିବା
– ଅତ୍ୟଧିକ ହାଲିଆ ଲାଗିବା

କେମିତି ପାଇବେ ଏହି ରୋଗରୁ ରକ୍ଷା ?

– ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ
– ଆବଶ୍ୟକୀୟ ପାଣି ପିଅନ୍ତୁ
– ଯଦି କୌଣସି ଶିଶୁଙ୍କ ଠାରେ ଟମାଟୋ ଫ୍ଲୁ ଦେଖା ଯାଇଛି, ତା’ହେଲେ ଶରୀରରେ ଯେଭଳି କୌଣସି ଘା’ ଇତ୍ୟାଦି ସୃଷ୍ଟି ନହୁଏ ଏଥିପ୍ରତି – ଧ୍ୟାନ ରଖିବା ଉଚିତ୍‌
– ସଂକ୍ରମଣ ରୋକିବା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କ ସହ କମ୍‌ ମିଳାମିଶା ଆବଶ୍ୟକ
– ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ଯଥେଷ୍ଟ ବିଶ୍ରାମ ନେବା ପ୍ରତି ଧ୍ୟାନ ଦେବା

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.