ଧଳା ଜହର ଜାଲରେ ଓଡିଶା

ଧଳା ଜହର ଜାଲରେ ଓଡିଶା

Date:

Insight Bureau: ଧଳା ଜହର କବ୍ଜାରେ ଓଡିଶା । ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ର ଛାତ୍ରୀଙ୍କୁ ଏଥିରେ ଟାର୍ଗେଟ କରୁଛନ୍ତି । ଏହା ନୂତନ ଯୁବ ପିଢ଼ିଙ୍କ ଉପରେ ମଧ୍ୟ ବେଶ ପ୍ରଭାବ ପକାଉଛି ।  ସହର ତଳି ଅଂଚଳ ଗୁଡିକରେ ସେମାନେ ତାଙ୍କ ନେଟୱାର୍କ ବିଛାଉଛନ୍ତି  ।  ପୁରୀ , କଟକ ,ଢେଙ୍କାନାଳ , ଖୋର୍ଦ୍ଧା , ଏବଂ ବାଲେଶ୍ୱର ଭଳି ଜିଲ୍ଲାରେ ଏହା ଅଧିକ ହେଉଥିବା ଦେଖା ଯାଉଛି ।  ସେହିପରି ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ  ଧଳା ଜହରର କଳା କାହାଣୀ । ରାଜ୍ୟରେ ବେଧଡକ ଭାବେ ବଢିଚାଲିଛି ନିଶା କାରବାର । ପ୍ରତିଦିନ ଗିରଫ ହେଉଛନ୍ତି ଦଲାଲ । ପୋଲିସ୍‌ର ବାରମ୍ବାର କଠୋର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ବ୍ରାଉନସୁଗର ଦଲାଲ । ଯଦି ଦେଖିବା ଘନ ଅନ୍ଧାରରେ ବଢ଼ିଚାଲିଛି ଏହରି ବେପାର ।

ବ୍ରାଉନସୁଗାର କାରବାରର ନୂଆ ପେଣ୍ଠସ୍ଥଳ ପାଳଟିଥିଲା ନୟାଗଡ଼ । ଭଡ଼ା ଘରେ ଚାଲିଥିଲା କୋଟି କୋଟିର କଳା ବେପାର । ଏସଟିଏଫ ଚଢାଉ କରି ଗୋଟିଏ ଘରୁ ୩ କେଜି ବ୍ରାଉନସୁଗାର ଜବତ କରିଥିଲେ ଜାନୁଆରୀ ମାସରେ । ଏପ୍ରିଲ ମାସରେ ପୁଣି ପୁରୀ ଜିଲ୍ଲା  କଣାସ ଥାନା ଅନ୍ତର୍ଗତ ଦୟା ନଦୀ ବନ୍ଧରୁ ଧଳାଜହର ଜବତ କରିଥିଲା ପୋଲିସ । ପ୍ରାୟ ୧୧୦ ଗ୍ରାମ ଧଳା ଜହର ଜବତ ହୋଇଥିଲା । ଗତ କିଛିଦିନ ବ୍ୟବଧାନରେ ପୁରୀ ମଙ୍ଗଳାଘାଟ ଅଞ୍ଚଳରୁ ୩ କେଜିରୁ ଅଧିକ ବ୍ରାଉନସୁଗାରର ଜବତ କରାଯାଇଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଥିବା ସୂଚନା ମିଳିଥିଲା । ସେହିପରି ବାଲେଶ୍ୱର ଭୋଗରାଇ ଥାନା ଉଦୟପୁର ଅଞ୍ଚଳରୁ ଦୁଇ ଜଣ ଧଳା ଜହର ବେପାରୀ ଗିରଫ ହୋଇଥିଲେ । ସେମାନଙ୍କ ପାଖରୁ ୧୮ଟି ବ୍ରାଉନସୁଗାର ପୁଡିଆ ଜବତ ହୋଇଥିଲା ଯାହାର ମୂଲ୍ୟ ୫ଲକ୍ଷ ଟଙ୍କା । ତେବେ କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ମତିଛନ୍ତି ବ୍ରାଉନ ସୁଗାର ବେପାରୀ ।

ବ୍ୟବସାୟୀ ମାନେ ନୂଆ ତରିକାରେ ଚଳାଇଛନ୍ତି ଧଳା ଜହର ବ୍ୟବସାୟ । କିଛି ଦିନ ଅନ୍ତରାଳରେ ବିପୁଳ ପରିମାଣର କୋଟି କୋଟି ଟଙ୍କାର ଜବତ କରାଯାଉଛି ବ୍ରାଉନ ସୁଗାର ବା ଧଳା ଜହର । ପୋଲିସ୍‌ କୁ ଚ୍ୟାଲେଞ୍ଜ ଦେଉଛନ୍ତି ଧଳା ଜହର ବେପାରୀ । ତେବେ ଗିରଫ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ବ୍ୟବସାୟୀ ।

ଏଥିପାଇଁ ସ୍ପେଶାଲ ଟାସ୍କଫୋର୍ସ ଡ୍ରାଇଭ ଗଠନ କରାଯାଇଛି ଏବଂ ଏହା ଏବେ ବ୍ୟାପକ ଭାବେ କାର୍ଯ୍ୟକାରୀ ମଧ୍ୟ ହୋଇଛି । ଯାହାଦ୍ୱାରା ଶୀଘ୍ର ରୁ ଶୀଘ୍ର ଏମାନଙ୍କୁ ଗିରଫ କରାଯାଇ ପାରୁଛି । ତେବେ ବଡ ପ୍ରଶ୍ନ ହେଲା,  କେଉଁଠୁ ଆସୁଛି ଏହି ବ୍ରାଉନସୁଗାର ? ଏହା ପଛରେ କାମ କରୁଛି କି ଏକ ବଡ ରାକେଟ ?  ଏହାର ମୁଖ୍ୟ କିଙ୍ଗପିନ କିଏ  ? ଆଉ କେବେ ରାଜ୍ୟରୁ ଏହା ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହେବ ଦେଖିବାକୁ ବାକି ରହିଲା ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.