ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଦୌଡରେ ଓଡିଶାରୁ କିଏ ?

ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଦୌଡରେ ଓଡିଶାରୁ କିଏ ?

Date:

Insight Bureau: ରାଜ୍ୟସଭା ନିର୍ବାଚନ କୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବାବେଳେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି ।  ଆସନ୍ତା ଜୁନ ୧୦ରେ ହେବ ହେବ ରାଜ୍ୟସଭା ନିର୍ବାଚନ । କିଏ କିଏ ଏହି ରେସ୍‌ରେ ସାମିଲ ହେବେ ତାକୁ ନେଇ ସମସ୍ତଙ୍କ ଅପେକ୍ଷା । ଓଡ଼ିଶାର ତିନି ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ର । ସାଂସଦ ପ୍ରସନ୍ନ ଓ ଭାସ୍କରଙ୍କର ପୂରା ୬ ବର୍ଷିଆ କାର୍ଯ୍ୟକାଳ ସାରିବାକୁ ଯାଉଛି । ହେଲେ ସସ୍ମିତ ମାତ୍ର ୩ ବର୍ଷ ପାଇଁ ଯାଇଥିଲେ ରାଜ୍ୟସଭାକୁ  ।

ପ୍ରତାପ ଦେବ ୨୦୧୯ରେ ଆଳିରୁ ବିଧାୟକ ହେବା ପରେ ତାଙ୍କ ସ୍ଥାନରେ ସସ୍ମିତଙ୍କୁ ରାଜ୍ୟସଭା ପଠାଇଥିଲା ବିଜେଡି । ୨୦୧୯ରୁ ୨୯ ଜୁନ୍‌ରୁ ମାତ୍ର ୩ ବର୍ଷ ପାଇଁ ରାଜ୍ୟସଭା ଯାଇଥିଲେ ସସ୍ମିତ । ରାଜ୍ୟସଭାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଦଳର ଆଭିମୁଖ୍ୟ ଜାତୀୟ ସ୍ତରରେ ଉପସ୍ଥାପନ କରି ସସ୍ମିତ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି । ଏହାସହ ସଂଖାଲଘୁ ନେତା ଭାବେ ତାଙ୍କର ପ୍ରଭାବ ବି ରହିଛି । ତେଣୁ ସସ୍ମିତଙ୍କୁ ବିଜେଡି ପୁଣି ଥରେ ରାଜ୍ୟସଭା ପଠାଇବା ନେଇ ସମ୍ଭାବନା ଅଧିକ ।

ସେହିପରି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରିଲେ ବି ତାଙ୍କ ସ୍ଥାନରେ ପଶ୍ଚିମ ଓଡ଼ିଶାରୁ ହିଁ ଜଣଙ୍କୁ ରାଜ୍ୟସଭା ପଠାଇବା ସମ୍ଭାବନା ରହିଛି । ତେବେ ତାଙ୍କ ସ୍ଥାନରେ କିଏ ଆସିବେ ?  ଅନ୍ୟପଟେ ଭାସ୍କର ରାଓଙ୍କ ସ୍ଥାନରେ ଦକ୍ଷିଣ ଓଡ଼ିଶାରୁ କାହାରିକୁ ନବୀନ ରାଜ୍ୟସଭା ପଠାଇପାରନ୍ତି ।

ଖାଲି ହେବାକୁ ଥିବା ୫୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ୫୭ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୩ଟି ଆସନ ରହିଛି । ଯେଉଁ ୩ ଆସନ ପାଇଁ ହେବ ନିର୍ବାଚନ । ଏନେଇ ଆସନ୍ତା ୨୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।  ସେହିଭଳି ୩୧ ମେ’ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧ ଜୁନରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିଭଳି ୩ ଜୁନ୍ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ୧୦ ଜୁନରେ ହେବ ନିର୍ବାଚନ । ଜୁନ୍ ୧ରେ ନାମାଙ୍କନ ପତ୍ରର ଯାଞ୍ଚ ହେବାକୁ ଥିବାବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଜୁନ୍ ୩ | ସମସ୍ତ ୫୭ଟି ସିଟ୍ ପାଇଁ ଭୋଟ୍ ଜୁନ୍ ୧୦ରେ ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ ହେବ। ଭୋଟ୍ ଗଣତି ମଧ୍ୟ ଜୁନ୍ ୧୦ ଅପରାହ୍ନ ୫ଟାରେ ହେବ ।

ଦେଶର ସମୁଦାୟ ୧୮ଟି ରାଜ୍ୟର ୫୭ଟି ଆସନରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ । ତେବେ ଏହି ନିର୍ବାଚନୀରେ ଓଡିଶାରୁ ୩ ସିଟ ପାଇଁ ନିର୍ବାଚନ ଲଢ଼ିବେ ଆଶାୟୀ ପ୍ରାର୍ଥୀ । କାର୍ଯ୍ୟକାଳ ଶେଷ ହେଉଥିବା ୩ ସାଂସଦ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ଦଳ ଏମାନଙ୍କ ସ୍ଥାନରେ କାହାକୁ ଦିଲ୍ଲୀ ପଠାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହାଛଡା ସବୁବେଳେ ଚମକାଇ ଦେଲା ଭଳି ନିଷ୍ପତ୍ତି ନେଉଥିବା ନବୀନ ଗତ ରାଜ୍ୟସଭା ନିର୍ବାଚନର ରିପିଟ୍ କରିବେନି ତ ? ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ହାତରେ ସଂଖ୍ୟା ଥାଇ ସୁଦ୍ଧା ପୂର୍ବଥର ଗୋଟିଏ ଆସନ ବିଜେପି ହାତକୁ ଦେଇଥିଲେ ନବୀନ । ଆଉ ନବୀନଙ୍କ ସମର୍ଥନରେ ବିଜେପିରୁ ରାଜ୍ୟସଭା ସାଂସଦ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେଣୁ ଏବେ ତାହାର ପୁନରାବୃତ୍ତି ପୁଣିଥରେ ଦେଖିବାକୁ ମିଳିବ କି ନାହିଁ ତାହା ଏବେ ସବୁଠୁ ବଡ ପ୍ରଶ୍ନ ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.